Home ଜିଲ୍ଲା ପରିକ୍ରମା ସୁସ୍ତ ସମାଜ ଗଠନରେ ବରିଷ୍ଠଙ୍କ ଭୂମିକା ଅତୁଳନୀୟ

ସୁସ୍ତ ସମାଜ ଗଠନରେ ବରିଷ୍ଠଙ୍କ ଭୂମିକା ଅତୁଳନୀୟ

25

ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବରିଷ୍ଠ ମହାସଂଘର ବୈଠକ ଭଦ୍ରକ ସ୍ଥିତ ଭାଗବତ କଲ୍ୟାଣ ମଣ୍ଡପରେ ଲଲାଟେନ୍ଦୁ ମହାନ୍ତିଙ୍କ ପୈାରୋହିତ୍ୟରେ ଅନୁଷ୍ଠିତ ହୋଇ ଯାଇଛି। ସୁସ୍ଥ ସମାଜ ଗଠନରେ ବରିଷ୍ଠମାନେ ସମାଜର ମେରୁଦଣ୍ଡ ସ୍ୱରୂପ। ସମାଜକୁ ଦିଗଦର୍ଶନ ଦେଇ ଲୋକ ମାନଙ୍କ ମନରୁ ଅନ୍ଧବିଶ୍ୱାସ ଦୂରକରିବା, ସାଧାରଣବର୍ଗଙ୍କ ଦୁଃଖ ସୁଖରେ ଭାଗୀ ହେବା, ଆଜିର ସମାଜରେ ବୃଦ୍ଧିପାଉଥିବା ନିଶାବେପାରୀଙ୍କୁ ପ୍ରତିରୋଧ କରିବା, ଶବ୍ଦ ପ୍ରଦୂଷଣ ପ୍ରତି ପ୍ରଶାସନିକ କର୍ତ୍ତାଙ୍କୁ ଅବଗତକରାଇବା ଏବଂ ପରିଣତ ବୟସରେ ଅଯଥା ମାଲିମୋକଦ୍ଦମାରେ ପ୍ରବେଶ ନକରିବା ଆଦି ବହୁବିଧ ସ୍ୱାସ୍ଥ୍ୟ ସଚେତନତା ପ୍ରତି ଦୃଷ୍ଟିଦେବା ଆଦି ବିଷୟରେ ବରିଷ୍ଠ ସଦସ୍ୟମାନେ ସୁଚିନ୍ତିତ ବକ୍ତବ୍ୟ ରଖିଥିଲେ। ଆସନ୍ନ ବିପଦ ସମୟରେ ଲୋକ ମାନଙ୍କ ପାଖରେ ପହଁଚିବା ପାଇଁ ଏକ କୁଇକ୍ ଆକ୍ସନ୍ କମିଟି ଗଠନ କରାଗଲା। ଏଥିରେ ସଂପାଦକ କୈଳାସଚନ୍ଦ୍ର ମହାପାତ୍ର, ସଭାପତି ଲଲାଟେନ୍ଦୁ ମହାନ୍ତିଙ୍କ ସମେତ ଅଟଳବିହାରୀ ନାୟକ, ବିଭୂତି ଭୂଷଣ ସେନାପତି, ପ୍ରମୋଦକୁମାର ସ୍ୱାଇଁ, ଶ୍ୟାମସୁନ୍ଦର ଦାସ, ସୁଧାକର ରାଉତ୍‌, ରମେଶଚନ୍ଦ୍ର ଦାସ, ବିଜୟ କୁମାର ସେନାପତି, ବିଚିତ୍ରାନଂଦ ମହାନ୍ତି, ଅଜୟକୁମାର ନାୟକ ଏବଂ ଅମରକୁମାର ପାଣିଗ୍ରାହୀ ରହିବା ପାଇଁ ସର୍ବସମ୍ମତି କ୍ରମେ ସ୍ଥିର କରାଗଲା। ରେଳ ଯାତ୍ରା ପାଇଁ ବରିଷ୍ଠ ମାନଙ୍କ ସୁବିଧା ନିମନ୍ତେ ପୂର୍ବ ପରି ଟିକେଟ ରିହାତି କରିବା ବିଷୟରେ ମାନ୍ୟବର ମନ୍ତ୍ରୀ ଅଶ୍ୱିନୀ ବୈଷ୍ନବଙ୍କୁ ପତ୍ର ଆକାରରେ ଅବଗତ କରିବା ସହିତ ଭଦ୍ରକରେ ମେଡିକାଲ କଲେଜ ସ୍ଥାପନ ନିମନ୍ତେ ଏକ ଦରଖାସ୍ତ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷଙ୍କୁ ଅବଗତ କରିବା ନମନ୍ତେ ପ୍ରସ୍ଥାବ ଗ୍ରହଣ କରିଗଲା।

ଆଗାମୀ ବାର୍ଷିକ ଉତ୍ସବ ତା.୨୧-୦୧-୨୩ରିଖ ଦିନ ଭାଗବତ କଲ୍ୟାଣ ମଣ୍ଡପରେ କରିବା ସହିତ ସାହାଡା ହରିପୁର ସଂଘରୁ ଚକ୍ରଧର ପାଣିଗ୍ରାହୀ, ଚାନ୍ଦବାଲି ସଂଘରୁ ପଂଚାନନ ପଲେଇ, ବାସୁଦେବପୁରରୁ ବନମାଳି ମଲ୍ଲିକ, ଧୁଷୁରୀରୁ ବାବାଜୀ ଚରଣ ପଣ୍ଡା, ଭଦ୍ରକ ସଂଘରୁ କାଶୀନାଥ ସାହୁଙ୍କ ନାମ ସୁପାରିଶ କରାଯାଇଥିଲା। ଆଗାମୀ ବାର୍ଷିକ ଉତ୍ସବରେ ଶ୍ରୀଯୁକ୍ତ ସାହୁ ବରିଷ୍ଠଙ୍କ ଅନ୍ନଭୋଜନ ପାଇଁ ସମସ୍ତ ଖର୍ଚ୍ଚ ତୁଲାଇବା ପାଇଁ ମତବ୍ୟକ୍ତ କରିଥିବାରୁ ଆନନ୍ଦ ପ୍ରକାଶ କରାଗଲା। ଏହିପରିପ୍ରେକ୍ଷୀରେ ବାର୍ଷିକ ଉତ୍ସବ ପାଇଁ ଅତିଥି ଭାବେ ମାନନୀୟ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ସାମାଜିକ ସୁରକ୍ଷାଧିକାରୀ, ରାଜ୍ୟ ସଂପାଦକ ଡଃକୃପାସିନ୍ଧୁ ପଣ୍ଡାଙ୍କ ନାମ ମନୋନୟନ କରାଗଲା। କାଯକାରୀ ସଂପାଦକ ପଦ୍ମନ ରାୟଙ୍କ ସମେତ ଶଶିକାନ୍ତ ପାଢୀ, ଭାଗୀରଥି ବେହେରା, ଲକ୍ଷ୍ମଣକୁମାର ମହାନ୍ତି, , ଅଭୟଦ୍ୱିବେଦୀ, ରଙ୍ଗବଲ୍ଲଭ ଜେନା, କରୁଣାକୁମାର ଉପାଧ୍ୟାୟ, କାଶୀନାଥ ସାହୁ, ରାମଚନ୍ଦ୍ର ପଣ୍ଡା, ଗଦାଧର ପଣ୍ଡା, କୈଳାସଚନ୍ଦ୍ର ପଣ୍ଡା, ମଦନମୋହନ ମହାକୁଡ, ଗୋଲୋକ ବିହାରୀ ସାହୁ, କୈଳାସଚନ୍ଦ୍ର ପଣ୍ଡା, ଭାଗବତ ତ୍ରିପାଠୀ ଓ ଭକ୍ତହରି ମହାପାତ୍ର ସମେତ ବହୁ ବରିଷ୍ଠ ବନ୍ଧୁ ଉପସ୍ଥିତ ଥିଲେ। ଆଗାମୀ ବାର୍ଷିକ ସମାରୋହରେ ମହାସଂଘର ମୁଖପତ୍ର ବରିଷ୍ଠ ଲୋକାର୍ପିତ ହେବାପାଇଁ ପତ୍ରିକାରେ ଥିବା ସଂପାଦକ ମଣ୍ଡଳୀଙ୍କୁ ଇତିପୂର୍ବରୁ ପ୍ରସ୍ତୁତ କରିବା ପାଇଁ ଅନୁରୋଧ କରାଗଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.