ହାଟଡ଼ିହି, ୬ । ୭ : କେନ୍ଦ୍ର ସରକାର କୋଭିଡ -୧୯ ପାଇଁ ସହାୟତା ସ୍ୱରୁପ ପ୍ରତି ହିତାଧିକାରୀଙ୍କ ପାଇଁ ୫କିଲୋ ଚାଉଳ ଓ ପରିବାର ପିଛା ମାସକୁ ଏକକିଲୋ ଡାଲି ଯୋଗାଇ ଦେଇଥିବାବେଳେ ହାଟଡିହି ବ୍ଲକ ସୁଲଣ ପଞ୍ଚାୟତରେ ଆଜି ପର୍ଯ୍ୟନ୍ତ ଡାଲି ବଣ୍ଟନ ହୋଇପାରିଲାନି । ଫଳରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଆଖପାଖ ପଞ୍ଚାୟତ ମାନଙ୍କରେ ଆଜକୁ ୧୫/୨୦ସଦିନ ହେଲା ଡାଲି ବଣ୍ଟନ ସରିଥିବାବେଳେ ଏହି ପଞ୍ଚାୟତ ପାଇଁ ଯୋଗାଣ ବିଭାଗର କାହିଁକି ବୈମାତୃକ ମନୋଭାବ ବୋଲି ଖାଉଟିମାନେ ପ୍ରଶ୍ନ କରିଛନ୍ତି । ପ୍ରତି ପଞ୍ଚାୟତରେ ଚାଉଳ ବଣ୍ଟନ ସରିବାପରେ ଏହି ପଞ୍ଚାୟତକୁ ଚାଉଳ ୋଯାଗାଣ ହୋଇଥାଏ । ବାରମ୍ବାର ଏନେଇ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ କୌଣସି ଫଳପ୍ରଦ ହେଉନି ବୋଲି ପଞ୍ଚାୟତବାସୀ ମାନେ ଅଭିଯୋଗ କରିଛନ୍ତି । ବିଭାଗୀୟ କର୍ତ୍ତୁପକ୍ଷ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ପଞ୍ଚାୟତବାସୀ ଦାବି କରିଛନ୍ତି ।