Home କେନ୍ଦୁଝର ସୁଲଣରେ ରୁସ୍ତମ କପ କ୍ରିକେଟ, କଳିଗାଁକୁ ହରାଇ କୁଣ୍ଡିସାହି ଚମ୍ପିୟନ

ସୁଲଣରେ ରୁସ୍ତମ କପ କ୍ରିକେଟ, କଳିଗାଁକୁ ହରାଇ କୁଣ୍ଡିସାହି ଚମ୍ପିୟନ

40

ହାଟଡ଼ିହି, ୨ । ୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସୁଲଣ ବାଲିପଡିଆ ଠାରେ ରୁସ୍ତମ ସ୍ପୋର୍ଟସ କ୍ଲବ ଆନୁକୁଲ୍ୟରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି । ଏଥିରେ ୮ଟି ଦଳ ଅଂଶ ଗ୍ରହଣ କରିଥିବାବେଳେ କୁଣ୍ଡିସାହି କ୍ରିକେଟ ଟିମ କଳିଗାଁକୁ ପରାସ୍ତ କରି ଚମ୍ପିୟନ ହୋଇଛି । ଫାଇନାଲ ମ୍ୟାଚରେ ପ୍ରଥମେ ଟସ ଜିତି କୁଣ୍ଡିସାହି କ୍ରିକେଟ ଟିମ ବ୍ୟାଟିଂ କରିବାର ନିଷ୍ପତି ନେଇ ନିର୍ଦ୍ଧାରିତ ଓଭରରେ ୧୯୦ରନ କରିଥିଲା । ୧୯୧ରନର ବିଜୟ ଲକ୍ଷ ନେଇ ପଡିଆକୁ ଓହ୍ଲାଇଥିବା କଳିଗାଁ କ୍ରିକେଟ ଟିମ ମାତ୍ର ୧୫୬ରନ କରିବାକୁ ସମର୍ଥ ହୋଇଥିଲା । ସତ୍ୟାନନ୍ଦ ନାୟକ ଓ ମନୋରଞ୍ଜନ ଜେନା ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ହରଦା ପ୍ରସନ୍ନ ଜେନା ଓ ସନ୍ତୋଷ କୁମାର ଜେନା ସ୍କୋରର ଥିଲେ । ସୂର୍ଯ୍ୟକାନ୍ତ ଜେନା ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ସୁଲଣ ସରପଞ୍ଚ ସୁଦାମ ଜେନା, ମାର୍କଣ୍ଡ ଚରଣ ଜେନା, ଲକ୍ଷ୍ମୀଧର ଜେନା ଓ ବିନୋଦ କୁମାର ବ୍ରହ୍ମ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଜୟୀ ଦଳକୁ ଚମ୍ପିୟନ ଟ୍ରଫି ପ୍ରଦାନ କରିଥିଲେ । ଅନିଲ କୁମାର ନାୟକ, ମନୋରଞ୍ଜନ ଜେନା, ସୁଧିର କୁମାର ଜେନା, ସର୍ବେଶ୍ୱର ମହାନ୍ତି, ବ୍ରହ୍ମାନନ୍ଦ ଜେନା, ଦିଲୀପ କୁମାର ଜେନା, ବିକାଶ ଜେନା ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.