ହାଟଡିହି- ୮ /୫/ ପୁର୍ବରୁ କଲିକତା ଫେରନ୍ତାଙ୍କ ପାଇଁ ସମଗ୍ର ରାଜ୍ୟରେ କରୋନା ପଜେଟିଭି ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏବେ ସୁରଟ ଫେରନ୍ତା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି । ଦୁଇଦିନ ଭିତରେ ୫୦ରୁ ଉର୍ଦ୍ଧ ସୁରଟ ଫେରନ୍ତା କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିବାପରେ ଏବେ ସୁରଟ ଫେରନ୍ତାଙ୍କ ପାଇଁ ସବୁଆଡେ ଭୟର ବାତାବରଣ ଖେଳିଯାଇଛି । ଇତିମଧ୍ୟରେ ହାଟଡିହି ବ୍ଲକକୁ ଶହେରୁ ଉର୍ଦ୍ଧ ସୁରଟ ଫେରନ୍ତା ଆସିଥିବାବେଳେ ଆଜି ସେମାନଙ୍କ ସ୍ୱାବ ସଂଗ୍ରହ କରାଯାଇଛି । ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଳିଗାଁ, ହାଟଡିହି ଓ ହାବଳେଶ୍ୱରରେ ସୁରଟ ଫେରାନ୍ତାଙ୍କ ଠାରୁ ନମୁନା ସଂଗ୍ରହ କରାଯାଇଥିବା ଚିକିତ୍ସାଧିକାରୀ ଡାକ୍ତର ପ୍ରଭାତ ଚନ୍ଦ୍ର ନାୟକ ସୁଚନା ଦେଇଛନ୍ତି ।