Home Coronavirus Outbreak ସୁରଟର ଓଡ଼ିଆ ଶ୍ରମିକଙ୍କ ଖାଦ୍ୟ ସୁରକ୍ଷା ଦାବି –ସିପିଆଇ

ସୁରଟର ଓଡ଼ିଆ ଶ୍ରମିକଙ୍କ ଖାଦ୍ୟ ସୁରକ୍ଷା ଦାବି –ସିପିଆଇ

75

ଭୁବନେଶ୍ୱର, ୧୩/୪ (ଓଡ଼ିଆ ପୁଅ) – ଗୁଜୁରାଟ ରାଜ୍ୟର ସୁରଟଠାରେ ଓଡ଼ିଶାର ହଜାର ହଜାର ଶ୍ରମିକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ସଦ୍ୟ କେତେକ ଖବରରୁ ଜଣାଯାଇଛି। ଏହି ଶ୍ରମିକମାନେ ମୁଖ୍ୟତଃ ବସ୍ତ୍ରଶିଳ୍ପରେ କାମ କରନ୍ତି। ସୁତାକଳ ସମେତ ବିଭିନ୍ନ କଳକାରକାନା ଲକ୍‌ଡ଼ାଉନ୍‌ଯୋଗୁ ବନ୍ଦ ହେବା ଫଳରେ ଶ୍ରମିକଙ୍କ ମଜୁରୀ ବନ୍ଦ ହୋଇଯାଇଛି। ଅପରପକ୍ଷରେ ଶ୍ରମିକମାନେ ବାସକରୁଥିବା ଘରମାନଙ୍କରୁ ସେମାନଙ୍କୁ ବାହାର କରିଦିଆଯାଇଛି। ବିଭିନ୍ନ ରାଜ୍ୟରେ ଅଟକିଯାଇଥିବା ଓଡ଼ିଆ ଶ୍ରମିକମାନଙ୍କ ସମସ୍ୟା ବୁଝିବାପାଇଁ ଓଡ଼ିଶା ସରକାର ଘୋଷଣା କରିଥିଲେ ମଧ୍ୟ ବାସ୍ତବରେ ତାହା ଗୁଜୁରାଟରେ ଫଳପ୍ରଦ ହୋଇନାହିଁ। ବର୍ତ୍ତମାନ ସୁରଟର ଓଡ଼ିଆ ଶ୍ରମିକମାନଙ୍କ ନିକଟରେ ଖାଦ୍ୟ ନାହିଁ କି ବାସଘର ନାହିଁ। ଏହି ଦୟନୀୟ ପରିସ୍ଥିତିରେ ଓଡ଼ିଶା ସରକାର ତୁରନ୍ତ ଗୁଜୁରାଟ ସରକାରଙ୍କ ସହିତ ଆଲୋଚନା କରି ଗଞ୍ଜାମ, ଗଜପତି ପ୍ରଭୃତି ଜିଲ୍ଲାମାନଙ୍କରୁ ଯାଇଥିବା ହଜାର ହଜାର ଓଡ଼ିଆ ଶ୍ରମିକଙ୍କ ପାଇଁ ତୁରନ୍ତ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଦାବି କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.