Home ଓଡ଼ିଶା ସୁରଟରୁ ନୟାଗଡ଼ ଫେରୁଛନ୍ତି ଶ୍ରମିକ, ଚିନ୍ତାରେ ଜିଲା ପ୍ରଶାସନ

ସୁରଟରୁ ନୟାଗଡ଼ ଫେରୁଛନ୍ତି ଶ୍ରମିକ, ଚିନ୍ତାରେ ଜିଲା ପ୍ରଶାସନ

154

ନୟାଗଡ଼, ୩୦ା୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ରାଜ୍ୟ ବାହାରୁ ନୟାଗଡ଼କୁ ଫେରୁଥିବା ଶ୍ରମିକଙ୍କ ଚିନ୍ତାରେ ଜିଲା ପ୍ରଶାସନ ରହିଛି। ସେମାନେ ଆସିଲେ କିପରି ଆସିବେ, କେତେବେଳେ ଆସିବେ, କେତେବେଳେ ପହଚିଂବେ ତାକୁ ନେଇ ପ୍ରଶାସନର ଚିନ୍ତା ବଢିଯାଇଛି। ତେବେ ସୁରଟରୁ ନୟାଗଡ଼କୁ ଶ୍ରମିକ ଫେରୁଥିବା ଖବର ଜିଲା ପ୍ରଶାସନ ପାଖରେ ନଥିବାବେଳେ ବେସରକାରୀଭାବେ ଯାହା ଜଣାପଡ଼ିଛି ନୟାଗଡ଼ ଜିଲାକୁ ଗୋଟିଏ ବସରେ ୨୦ ଜଣ ଶ୍ରମିକ ଫେରୁଛନ୍ତି। ସେମାନଙ୍କ ମଧ୍ୟରୁ ଦଶପଲା ଅଂଚଳର୧୬ଜଣ ହୋଇଥିବାବେଳେ ଓଡ଼ଗାଁର ସୁନାମୁର୍ହିରୁ ୪ଜଣ ଶ୍ରମିକ ରହିଛନ୍ତି। ସୁରଟରୁ ଗଂଜାମକୁ ୪ଟି ବସରେ ଶ୍ରମିକମାନେ ଆସୁଛନ୍ତି। ଏହି ୪ଟି ବସ ରୁ ୩ଟିରେ ଗଂଜାମର ଶ୍ରମିକ ଥିବାବେଳେ ଅନ୍ୟ ବସଟିରେ ନୟାଗଡ଼ର ଶ୍ରମକ ରହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.