Home ଜିଲ୍ଲା ପରିକ୍ରମା ସୁରକ୍ଷା ଦାବିରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର

ସୁରକ୍ଷା ଦାବିରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର

20

ପୁରୀ, ୨୨/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ବିଗତ ଦେଢବର୍ଷଧରି ସେମାନଙ୍କୁ ଧମକ ଚମକଦେଇ ଅର୍ଥଦାବି କରୁଥିବା ଏକ ୱେବ ଚ୍ୟାନେଳର କର୍ମକର୍ତ୍ତା ଓ ସେମାନଙ୍କ ସହଯୋଗୀ ମାନଙ୍କ ବିରୁଦ୍ଧରେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ଶ୍ରୀଜଗନ୍ନାଥ କ୍ଲଷ୍ଟରର କର୍ମକର୍ତ୍ତା ଓ ସଭ୍ୟବୃନ୍ଦ। ସେମାନେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିବା ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତିଯେ, ଗତ ୨୦୧୨ମସିହାରୁ ସରକାରଙ୍କ ସ୍ୱୀକୃତୀପାଇ ସେମାନେ ଛତୁଆ ପ୍ରସ୍ତୁତି କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। ଛତୁଆ ପ୍ରସ୍ତୁତିରେ ସେମାନଙ୍କର ବିଶେଷ ପ୍ରଶିକ୍ଷିତ ହୋଇନଥିବାରୁ ତାଙ୍କ କ୍ଲଷ୍ଟରର ପୂର୍ବତନ ସଭ୍ୟା ସନ୍ଧ୍ୟାରାଣୀ ଭଟ୍ଟ କୋଷାଧ୍ୟକ୍ଷଭାବେ ରହି କ୍ଲଷ୍ଟର ପରିଚାଳନା କରୁଥିଲେ। ସେ କ୍ଲଷ୍ଟରର ସମସ୍ତ ଆୟ ବ୍ୟୟ ବୁଝାସୁଝା କରୁଥିଲେ। ଏପରିକି କ୍ଲଷ୍ଟରର ଅର୍ଥ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରି ଅଳ୍ପ ଲାଭାଂଶ ଦେଖାଉଥିଲେ। ସଂସ୍ଥାକୁ କରାୟତ କରି ସେମାନଙ୍କୁ କାର୍ଯ୍ୟରେ ଳଗାଉଥିଲେ। କିଛି ଅସାମାଜିକ ଲୋକଙ୍କୁ ବ୍ୟବହାର କରି ସେମାନଙ୍କୁ ଧମକ ଚମକ ଦେଉଥିଲେ। ସେମାନେ ଛତୁଆ ପ୍ରସ୍ତୁତ କରୁଥିଲେ କିନ୍ତୁ ଭୋଳନାଥ ଗୁରୁ ଓ ଏକ ୱେବ ଚ୍ୟାନେଲର କର୍ମକର୍ତ୍ତା ବୋଲି ପରିଚୟ ଦେଉଥିବା କିଛି ବ୍ୟକ୍ତିଙ୍କ ଦ୍ୱାରା ସେ ତାହାକୁ ବଣ୍ଟନ କରୁଥିଲେ। ଏପରିକି ଖାଲି ଚେକ୍ ବହିରେ କ୍ଲଷ୍ଟର ସଭାନେତ୍ରୀ ଓ ସମ୍ପାଦିକାଙ୍କ ଦସ୍ତଖତ କରାଇନେଇ ସନ୍ଧ୍ୟାରାଣୀ ଟଙ୍କା ଦେଣ ନେଣ କରୁଥିଲେ। ତେବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବର୍ତ୍ତମାନ କାର୍ଯ୍ୟରତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ପୁରୀ ପୌରାଞ୍ଚଳ ଶିଶୁ ବିକାଶ ଅଧିକାରୀଙ୍କ ହସ୍ତକ୍ଷେପ ଯୋଗୁଁ କ୍ଲଷ୍ଟରରେ ସନ୍ଧ୍ୟାରାଣୀ ଚଳାଇଥିବା ଅରାଜକତାର ଅବସାନ ଘଟିଲା।ସମସ୍ତଙ୍କ ସହଯୋଗରେ କ୍ଲଷ୍ଟର ବର୍ତ୍ତମାନ ପରିଚାଳିତ ହେଉଛି। ଆମ୍ଭମାନଙ୍କୁ ଖଟାଇ ନିଜେ ଫାଇଦା ହାସଲ କରୁଥିବା ସନ୍ଧ୍ୟାରଣୀଙ୍କୁ କ୍ଲଷ୍ଟର କାର୍ଯ୍ୟରୁ ଦୂରେଇ ରଖିବାରୁ ସେ ନିଜଘରେ ଏକ ୱେବ ଚ୍ୟାନେଲ ଖୋଲି ଆମ ସଂସ୍ଥା ବିରୁଦ୍ଧରେ ମିଥ୍ୟା ଅପପ୍ରଚାର କରୁଛନ୍ତି। ଏପରିକି ଯେଉଁ ଅଧିକାରୀମାନେ ଆମ୍ଭକୁ ନ୍ୟାୟ ପ୍ରଦାନରେ ସହଯୋଗ କରିଥିଲେ ସେମାନଙ୍କ ବିରୁଦ୍ଧରେ ମିଥ୍ୟା ଓ ମନଗଢା ଅପପ୍ରଚାର ଚଳାଇଛନ୍ତି। ଶ୍ରୀଜଗନ୍ନାଥ କ୍ଲଷ୍ଟର କୌଣସି ପରିସ୍ଥିତିରେ କାହାରିକୁ ଅର୍ଥ ପ୍ରଦାନ କରିନାହିଁ ବୋଲି ଉଲ୍ଲେଖକରି ସେମାନେ ଦର୍ଶାଇଛନ୍ତିଯେ, ଗତ ଦେଢବର୍ଷଧରି ସେମାନଙ୍କୁ ନାନା ଭାବରେ ହଇରାଣ କରି ଅର୍ଥଦାବି କରୁଥିବା ସେହି ୱେବ ଚ୍ୟାନେଲର କର୍ମକର୍ତ୍ତା ଓ ସେମାନଙ୍କ ସହଯୋଗୀମାନଙ୍କ ବିରୋଧରେ ବାସେଳୀସାହି ଥାନାରେ ଦୁଇଟି ମାମଲା ରୁଜୁ କରାଯାଇଛି। ଏବେ ମାମଲାଉଠାଇ ନେବାକୁ ଅଭିଯୁକ୍ତ ଓ ସେମାନଙ୍କ ସହଯୋଗୀମାନେ ସେମାନଙ୍କୁ ଧମକ ଚମକ ଦେଉଛନ୍ତି। ମହିଳାମାନଙ୍କୁ ସୁରକ୍ଷ।ଓ ସେମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ଜିଲ୍ଲାପାଳ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.