Home ଜିଲ୍ଲା ପରିକ୍ରମା ସୁଭଦ୍ରା ଯୋଜନା ଆବେଦନକୁ ପ୍ରତ୍ୟାଖାନ କଲେ ଧାମନଗର ଜନସେବା ଓ ମୋ ସେବା କେନ୍ଦ୍ର ଆସୋସିଏସନ୍

ସୁଭଦ୍ରା ଯୋଜନା ଆବେଦନକୁ ପ୍ରତ୍ୟାଖାନ କଲେ ଧାମନଗର ଜନସେବା ଓ ମୋ ସେବା କେନ୍ଦ୍ର ଆସୋସିଏସନ୍

104

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାର ସୁଭଦ୍ରା ଯୋଜନା ମାଧ୍ୟମରେ ପ୍ରତି ମହିଳାଙ୍କୁ ୫ବର୍ଷରେ ୫୦ ହଜାର ଟଙ୍କା ପ୍ରଦାନ କରିବେ । ଏହି ସୁଭଦ୍ରା ଯୋଜନା ଆବେଦନ ପାଇଁ ପ୍ରତି ଜନସେବା କେନ୍ଦ୍ର ଗୁଡିକୁ ମାଗଣାରେ କରିବାକୁ ଗାଇଡ ଲାଇନ୍ ସହ ସୁଭଦ୍ରା ଫର୍ମ ଉପରେ ଲିଖିତ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଥିପାଇଁ ସେବା କେନ୍ଦ୍ର ଗୁଡିକୁ ସରକାର ପ୍ରତି ଆବେଦନ ଫର୍ମ ଉପରେ ୧୦ ଟଙ୍କା ଲେଖାଏ ପ୍ରଦାନ କରିବେ । ହେଲେ ଏଥିରେ ଜନସେବା ଓ ମୋ ସେବା କେନ୍ଦ୍ର ଗୁଡ଼ିକର ଅଧିକ କ୍ଷତି ଘଟୁଛି ବୋଲି ଅଭିଯୋଗ କରିଛି ଧାମନଗର ବ୍ଲକରେ ଥିବା ଜନସେବା ଓ ମୋ ସେବା କେନ୍ଦ୍ର ଆସୋସିଏସନ୍ । ଏ ନେଇ ଆସୋସିଏସନ୍ ପକ୍ଷରୁ ବିଡ଼ିଓ ବନବିହାରୀ ଦିନ୍ଦାଙ୍କୁ ଏକ ଲିଖିତ ଅଭିଯୋଗ କରିଛି । ଅଭିଯୋଗ ମୁତାବକ; ରାଜ୍ୟ ସରକାର ଲୋକମାନଙ୍କ ପାଇଁ ମାଗଣାରେ ସୁଭଦ୍ରା ଯୋଜନା ଆବେଦନ ପାଇଁ ନିର୍ଦ୍ଦେଶ ନାମା ଜାରି କରିଛନ୍ତି । ଏହି ଯୋଜନା କେବଳ ଜନସେବା ଓ ମୋ ସେବା କେନ୍ଦ୍ରରେ ଆବେଦନ ହୋଇପାରିବ । ଏହି କେନ୍ଦ୍ର ଗୁଡ଼ିକୁ ସରକାର ୧୦ ଟଙ୍କା ଲେଖାଏ ପ୍ରଦାନ କରିବେ । ହେଲେ ଏହି ୧୦ ଟଙ୍କା ଠାରୁ ଆମର ଅଧିକ ଖର୍ଚ୍ଚ ହେଉଛି ବୋଲି ଅଭିଯୋଗ କରିଛନ୍ତି ଜନସେବା କେନ୍ଦ୍ରର ମାଲିକ । ପ୍ରିଂଟିଙ୍ଗ, କାଳି, ପେପର, ଇଲେକ୍ଟ୍ରୀ ବିଲକୁ ମିସାଇଲେ ଗୋଟାଏ ଲୋକଙ୍କ ଆବେଦନ ଉପରେ ପାଖାପାଖି ୬୦ରୁ ୭୦ ଟଙ୍କା ଖର୍ଚ୍ଚ ଆସୁଛି । ତେଣୁ ସରକାର ଆମକୁ ୧୦ ଟଙ୍କା ପ୍ରଦାନ କରିବାକୁ କହିଛନ୍ତି । ହେଲେ ଏଥିରେ ଆମର ଲସ ହେଉଛି । ତେଣୁ ଆମକୁ ଅଧିକ ଟଙ୍କା ବଢ଼ାନ୍ତୁ ନହେଲେ ଆମେ ସବୁ ଜନସେବା କେନ୍ଦ୍ର ଆସୋସିଏସନ୍ ମିଶି ସୁଭଦ୍ରା ଯୋଜନା ଆବେଦନ କୁ ପ୍ରତ୍ୟାଖାନ କରିବୁ । ତାହା ସହ ଜନସେବା କେନ୍ଦ୍ରରେ ସୁଭଦ୍ରା ଫର୍ମ ଆବେଦନ ପାଇଁ ଅଧିକ ଟଙ୍କା ଆଦାୟ କରିବା ଭଳି ମିଛ ଅଭିଯୋଗ ମାନ ଟୁଲଫ୍ରୀ ନମ୍ବରରେ ଅଭିଯୋଗ କରି ଆମ ଉପରେ ମିଛ ଦୋଷ ଲଦି ଦେଇଛନ୍ତି ଲୋକେ । ତେଣୁ ଏଗୁଡ଼ିକ ନଜର ଅନ୍ଦଦାଜ୍ କରିବା ସହ ସରକାର ଆମକୁ ୧୦ ଟଙ୍କା ବଦଳରେ ଅଧିକ ଟଙ୍କା ପ୍ରଦାନ କରିବାକୁ ଦାବିକରି ଧାମନଗର ବିଡ଼ିଓ ବନବିହାରୀ ଦିନ୍ଦାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିରେ ଜନସେବା ଓ ମୋ ସେବ କେନ୍ଦ୍ରର ବିଜୟ ରାଉତ, ଜୈନୁଲ ଆବେଦିନ, ବିଜୟ କେତନ ସାହୁ, ଅଜୟ ରାଉତ, ସୌଭାଗ୍ୟ ପ୍ରସାଦ ବେହେରାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.