Home ଜିଲ୍ଲା ପରିକ୍ରମା ସୁବର୍ଣ୍ଣେଶ୍ୱର ମନ୍ଦିର ‘ଶୀତଳ ଷଷ୍ଠୀ’ ପର୍ବରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

ସୁବର୍ଣ୍ଣେଶ୍ୱର ମନ୍ଦିର ‘ଶୀତଳ ଷଷ୍ଠୀ’ ପର୍ବରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

14

ଭଦ୍ରକ, ୩୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅନ୍ତର୍ଗତ ଦୈସିଂହ ଗ୍ରାମ ପଂଚାୟତ କୁସୁନନଗର ସ୍ଥିତ ସୁବର୍ଣ୍ଣେଶ୍ୱର ମନ୍ଦିର ଠାରେ ଭଗବାନ ଶିବ ଓ ଜଗତ ଜନନୀ ମାତା ପାର୍ବତୀ ଙ୍କ ବିବାହର ଆଧ୍ୟାତ୍ମିକ ପର୍ବ ‘ଶୀତଳ ଷଷ୍ଠୀ’ ପର୍ବ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ବରିଷ୍ଠ ରାଜ୍ୟ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ବାବା ଭୋଳାନାଥଙ୍କ ଦର୍ଶନ ଓ ପୂଜା ଅର୍ଚ୍ଚନା କରି ଆଧ୍ୟାତ୍ମିକ ଶାନ୍ତି ଓ ଭକ୍ତିର ସୁଖ ଅନୁଭବ କରିବା ସହ ଏହି ପବିତ୍ର ଅବସରରେ ସମସ୍ତଙ୍କ ମଙ୍ଗଳ ଓ ଉତରତୋର ଉନ୍ନତି କାମନା କରିଛନ୍ତି । ଏଥିରେ ଉପସ୍ଥିତ ଥିଲେ ବିଜୁ ଜନତା ଦଳର ଭଦ୍ରକ ବ୍ଲକ ପୂର୍ବତନ ସମ୍ପାଦକ ରଘୁନାଥ ପଣ୍ଡା, ବିଜୁ ଯୁବ ଜନତା ଦଳର ପୂର୍ବତନ ରାଜ୍ୟ ସମ୍ପାଦକ ବିକାଶ ଶ୍ରେଷ୍ଠା, ପୂର୍ବତନ ପଂଚାୟତ ସଭାପତି ଦେବବ୍ରତ ତ୍ରିପାଠୀ, ସ୍ଥାନୀୟ ସରପଂଚ ଙ୍କ ପ୍ରତିନିଧି ସୌମେନ୍ଦ୍ର ସାହୁ, ବରିଷ୍ଠ ନେତା ହରିହର ଦୀକ୍ଷିତ, ବିଶ୍ୱନାଥ ଦୀକ୍ଷିତ, ଲକ୍ଷ୍ମୀଧର ସାହୁ, ଦୁଃଖ ପାଣିଗ୍ରାହି, ପ୍ରାଣକୃଷ୍ଣ ପଣ୍ଡା, ଅଭୟ କୁମାର ଦାସ, ରମେଶ ଚନ୍ଦ୍ର ପଣ୍ଡା, ଚିନ୍ମୟ ଶଙ୍ଖୁଆ, ଦେବ ପ୍ରସାଦ ଘଡେଇ, ସୁବାସ ଚନ୍ଦ୍ର ଯେନା, ଯୁବନେତା ଦେବାଶିଷ ଭାରତୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ନେତୃମଣ୍ଡଳୀ ଓ ଶ୍ରଦ୍ଧାଳୁ ବୃନ୍ଦ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.