Home ଜିଲ୍ଲା ପରିକ୍ରମା ସୁବର୍ଣ୍ଣେଶ୍ୱର ଆର୍ନ୍ତରାଜ୍ୟ ଫୁଟ୍‌ବଲ୍ ଟୁର୍ଣ୍ଣାମେଟଂ ଉଦ୍‌ଘାଟିତ

ସୁବର୍ଣ୍ଣେଶ୍ୱର ଆର୍ନ୍ତରାଜ୍ୟ ଫୁଟ୍‌ବଲ୍ ଟୁର୍ଣ୍ଣାମେଟଂ ଉଦ୍‌ଘାଟିତ

7

ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବି.ଟି.ପୁର ପଚାଂୟତସ୍ଥ ରାଉତରାପୁର ମିନି ଷ୍ଟାଡିୟମ୍ ଠାରେ ୩ ଦିନ ଧରି ହେବାକୁ ଥିବା ୨୪ ତମ ଆର୍ନ୍ତରାଜ୍ୟ ଫୁଟ୍‌ବଲ୍ ଟୁର୍ଣ୍ଣାମେଟଂ ଉଦ୍‌ଘାଟିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଟଂରେ ଭଦ୍ରକ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର ଆଦି ଜିଲ୍ଲାରୁ ଅଗ୍ରଣୀ ୨୪ ଗୋଟି ଦଳ ଭାଗ ନେଇଥିଲେ। ଉଦ୍‌ଘାଟନୀ ମ୍ୟାଚ୍ ଆଦିବାସୀ ଫୁଟବଲ୍ କ୍ଲବ୍ ସହ ଟମକିଆ ଫୁଟବଲ୍ କ୍ଲବ୍ କେନ୍ଦୁଝର ସହ ହୋଇଥିଲା । ଏଥିରେ ଆଦିବାସୀ କ୍ଲବ୍ ବିଜୟଲାଭ କରିଥିଲା । ମ୍ୟାଚ୍ ରେଫେରୀ ଭାବେ କେଦାର କାଲୁୁଣ୍ଡିଆ,କଲୟା ସାଉଁଆ, ମଙ୍ଗଲ୍ ସିଂ, କେଶବ ସୋରେନ୍ ଥିବା ବେଳେ ସ୍କୋରରେ ବିଜୟ ଦାସ ଓ ପ୍ରଦୀପ ଦାସ କାର୍ଯ୍ୟ ତୁଲାଇଥିଲେ । ମନୋଜ ସାହୁ,ଖଗେଶ୍ୱର ମହାନ୍ତି ଭାଷ୍ୟକାର ଥିଲେ। ଆୟୋଜିତ ପୁରସ୍କାର ବିତରଣୀ ସଭାକୁ କ୍ଲବ ଉପଦେଷ୍ଟା ସମାଜସେବୀ ଅଶୋକ ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ। ଏଥିରେ ଅତିଥିଭାବେ ଧାମନଗର ଉପଖଣ୍ଡ ଅଧିକାରୀ ତ୍ରିଲୋଚନ ସେଠୀ, ଶିଳ୍ପଦ୍ୟୋଗୀ ଅଶୋକ ରାଉତ, ଆଗରପଡା ଥାନାଧିକାରୀ ଦେବରାଜ ଜେନା, ପୂର୍ବତନ ସରପଚଂ ସତ୍ୟସାଧନ ବେଜ୍ ପ୍ରମୁଖ ଯୋଗଦେଇ କହିଲେ,କ୍ରମଶଃ ଯୁବପିଢି କ୍ରିକେଟ ମାନିଆ ହେଉଥିବା ବେଳେ ସୁବର୍ଣ୍ଣେଶ୍ୱର କ୍ଲବ୍ ଭଦ୍ରକ,କେନ୍ଦୁଝର ଉପାନ୍ତବର୍ତୀ ଅଚଂଳରେ ଦୀର୍ଘ ୨୪ ବର୍ଷ ଧରି ଫୁଟବଲ୍ ଟୁର୍ଣ୍ଣାମେଟଂ ସଫଳତାର ସହ ଆୟୋଜନ କରିବା ଓ ସମ୍ପୃକ୍ତ ଅଚଂଳର କ୍ରିଡା ପ୍ରେମୀ ମାନଙ୍କ ମଧ୍ୟରେ ଉତ୍ସାହ ଭରିବା ସ୍ୱାଗତ ଯୋଗ୍ୟ ବୋଲି କହିଥିଲେ । କାର୍ଯ୍ୟକ୍ରମକୁ କ୍ଲବ ସଭାପତି ସଂଗ୍ରାମ ଦାସ,ସମ୍ପାଦକ ବିପିନ୍ ଖଟୁଆ,କ୍ରିଡ଼ା ସମ୍ପାଦକ ସନ୍ତୋଷ ପରିଡ଼ା,ଶୁଭ୍ରଜିତ୍ ପଣ୍ଡା,ପପୁ ମହାନ୍ତି,ସିଦ୍ଧେଶ୍ୱର ଦାଶ,ସନ୍ତୋଷ ବାରିକ,ଶ୍ରୀକାନ୍ତ ନାୟକ,ନିହାର ରଞ୍ଜନ ମଲ୍ଲିକ୍‌,ଚିନ୍ମୟୀ ମଲ୍ଲିକ,ସୁରେଶ ପରିଡ଼ା,ବିଜୟ ଦାସ,ରମେଶ ମହାନ୍ତି,ଶ୍ରୀକାନ୍ତ ଖଟୁଆ,ରତ୍ନାକର ମହାନ୍ତି,ଲିଟୁ ଧଳ,ରାଜ କିଶୋର ମଲ୍ଲିକ୍‌,କଳାକାର ଦାସ,ବିଶ୍ୱନାଥ ସାହୁ,ମଟୁଂ ଧଳ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.