Home କନ୍ଧମାଳ ସୁପ୍ରିମକୋର୍ଟ କଟକଣା: ମନ୍ଦିର ବେଢ଼ା ଭିତରେ ହେଲା ପହଣ୍ଡି, ଭକ୍ତଙ୍କୁ ବାରଣ

ସୁପ୍ରିମକୋର୍ଟ କଟକଣା: ମନ୍ଦିର ବେଢ଼ା ଭିତରେ ହେଲା ପହଣ୍ଡି, ଭକ୍ତଙ୍କୁ ବାରଣ

120

ବାଲିଗୁଡା, ୨୩/୬-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ରାଜ୍ୟ ସରକାରଙ୍କ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରି କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଘୋଷଯାତ୍ରା ପାଳିତ ହୋଇଯାଇଛି। ଏହି ପରିପ୍ରକ୍ଷିରେ ବାଲିଗୁଡା ଜଗନ୍ନାଥ ମନ୍ଦିର ପରିସରରେ କୋଭିଡ ନିୟମ ଅନୁଯାୟୀ ରଥଯାତ୍ରା ହୋଇ ପାରିନାହିଁ। କେବଳ ରଥଯାତ୍ରା ର ରୀତିନୀତି ପାଇଁ କିଛି ସେବାୟତ, କୀର୍ତ୍ତନ ମଣ୍ଡଳୀ ର ଉପସ୍ଥିତି ରେ ସାମାଜିକ ଦୂରତା ଓ ମାସ୍କ୍ ପରିଧାନ କରି ମନ୍ଦିର ଚାରି ପାଖରେ ପହଣ୍ଡି କରାଯାଇ ମନ୍ଦିରପରିସରରେ ଅସ୍ଥାୟୀ ମାଉସୀ ମା ମନ୍ଦିର କୁ ଅଣାଯାଇ ଥିଲା। ମନ୍ଦିର ବେଢ଼ା ରେ ମନ୍ଦିର ଟ୍ରଷ୍ଟି ମଧୁସୂଦନ ଦାସ ସମସ୍ତ କାର୍ଯ୍ୟକ୍ରମ କରିଥିବା ବେଳେ ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ ପହଂଚି ଛେରା ପହଁରା କରିଥିଲେ। ପାଟଖଣ୍ଡା ମନ୍ଦିର ପକ୍ଷରୁ ତିନୋଟି ନୂତନ ଶାଢ଼ୀ ଓ ଭୋଗ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର, ବାଲିଗୁଡ଼ା ଏନଏସି ଲୋକନାଥ ପାଢ଼ୀ, ତହସିଲଦାର କ୍ଷୀରୋଦ ତନୟା ସାହୁ, ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରି ମାନସ ରଞ୍ଜନ ବାରିକ, ଡିଏସପି ମନୋଜ କୁମାର ପୂଜାରୀ, ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା, ସହକାରୀ ଜିଲ୍ଲାପାଳ ହଳଧର ନାୟକ, ହରିଶ୍ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.