Home ଜାତୀୟ ସୁପ୍ରିମକୋର୍ଟର ପରବର୍ତ୍ତି  ପ୍ରଧାନ ବିଚାରପତି ହେବେ Justice S A Bobde

ସୁପ୍ରିମକୋର୍ଟର ପରବର୍ତ୍ତି  ପ୍ରଧାନ ବିଚାରପତି ହେବେ Justice S A Bobde

261

ନୂଆଦିଲ୍ଲୀ୧୮ା୧୦(ଓଡିଆ ପୁଅ/ବିରଞ୍ଚନାରାୟଣ ପତ୍ରୀ) ପରମ୍ପରା ଅନୁସାରେ ପ୍ରଧାନ ବିଚାରପତି ଅବସର ନେବା ପୂର୍ବରୁ ତାଙ୍କ ଉତ୍ତରାଧିକାରୀଙ୍କ ନାମ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥାନ୍ତି। ଆସନ୍ତା ନଭେମ୍ବର ୧୭ ତାରିଖରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଅବସର ନେବେ। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଙ୍କ ପରେ Justice S A Bobdeପ୍ରଧାନ ବିଚାରପତି ସ୍ଥାନ ଅଳଙ୍କୃତ କରିବେ। ଏ ନେଇ ପ୍ରଧାନ ବିଚାରପତି କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ସୁପାରିସ କରିଛନ୍ତି।୧୯୫୬ ମସିହାରେ ଜନ୍ମ ଗ୍ରହଣ କରିଥିବା Justice S A Bobde ବିଏ ଏଲଏବି ଡିଗ୍ରି ନାଗପୁରରୁ ହାସଲ କରି ୧୯୭୮ ମସିହାରେ ବାର କାଉଁସିଲରେ ସଦସ୍ୟତା ହାସଲ କରି ମୁମ୍ବାଇ ହାଇକୋର୍ଟର ନାଗପୁର ବେଞ୍ଚରେ ପ୍ରାକ୍ ଟିସ ଆରମ୍ଭ କରିଥିଲେ । Justice S A Bobde୨୦୧୦ ମସିହାରେ  ମୁମ୍ବାଇ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଅବସ୍ଥାପିତ ହୋଇଥିଲେ । ଏହା ପରେ ୨୦୧୨ ମସିହାରେ ମଧ୍ୟପ୍ରଦେଶ ହାଇକୋର୍ଟର ମୂଖ୍ୟ ବିଚାରପତି ଭାବେ କାର‌୍ୟ୍ୟଭାର ଗ୍ରହଣ କରିଥିଲେ । ୨୦୧୩ ମସିହାରେ ସୁପ୍ରିମକୋର୍ଟର ବିଚାରପତି ଭାବେ କାର‌୍ୟ୍ୟ ଆରମ୍ଭ କରିଲେ । ୨୦୨୧ ମସିହା ଅପ୍ରେଲ ୨୩ ତାରିଖରେ Justice S A Bobde ଅବସର ଗ୍ରହଣ କରିବେ ବୋଲି ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.