Home ଓଡ଼ିଶା ସୁପ୍ରିମକୋର୍ଟରେ ଆଇନଜୀବୀ ମାନଙ୍କ ବାବଦରେ ଭୁଲ ତଥ୍ୟ ଦେଇଥିବରୁ ବାର ଆସୋସିଏସନ ସଭ୍ୟ ପଦରୁ ଶିବଶଙ୍କରଙ୍କୁ...

ସୁପ୍ରିମକୋର୍ଟରେ ଆଇନଜୀବୀ ମାନଙ୍କ ବାବଦରେ ଭୁଲ ତଥ୍ୟ ଦେଇଥିବରୁ ବାର ଆସୋସିଏସନ ସଭ୍ୟ ପଦରୁ ଶିବଶଙ୍କରଙ୍କୁ ସସପେଣ୍ଡ

116

ଭୁବନେଶ୍ୱର/କଟକ୨୩ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଆଜି ଅପରାହ୍ନ ୨ଘଟିକାରେ ହାଇକୋର୍ଟ ବାର ଆସୋସିଏସନ ର ବସିଥିବା ସ୍ୱତନ୍ତ୍ର ବୈଠକରେ ଗତକାଲି ଓଡ଼ିଶା‌ରେ ଆଇନଜୀବୀଙ୍କ ଆନ୍ଦୋଳନ ମାମଲାରେ ସୁପ୍ରିମକୋର୍ଟ କଡା ମନ୍ତବ୍ୟ ଆସିବା ସଂପର୍କରେ ଆଲୋଚନା କରାଯାଇଥିଲା । ଆଇନଜୀବୀଙ୍କ ସ୍ୱାର୍ଥ ବିରୋଧରେ ଏବଂ ହାଇକୋର୍ଟରେ ଅଚଳାବସ୍ଥା ନେଇ ସେ ଭୁଲ ତଥ୍ୟ ଦେଇଥିଲେ ବୋଲି ଆସୋସିଏସନ୍ ଆଲୋଚନା କରାଯାଇ ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ସୁପ୍ରିମ୍ କୋର୍ଟରେ ପ୍ରତିନିଧିତ୍ୱ କରୁଥିବା ଆଇନ୍‌ଜୀବୀ ଶିବ ଶଙ୍କର ମିଶ୍ରଙ୍କ  ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବାର ଆସୋସିଏସନ ସଭ୍ୟ ପଦରୁ ଶିବଶଙ୍କରଙ୍କୁ ସସପେଣ୍ଡ କରାଯାଇଛି । ସୁଚନାଯୋଗ୍ୟ-ଗତକାଲି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଏସ କେ କଉଲ ଓ ଜଷ୍ଟିସ୍ କେ.ଏମ ଯୋଶେଫଙ୍କୁ ନେଇ ଗଠିତ ଖଣ୍ଡପୀଠ ଓକିଲଙ୍କ ଧର୍ମଘଟକୁ ନିନ୍ଦା କରିବା ସହ ଓକିଲଙ୍କ ଧର୍ମଘଟ ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଥିଲେ। ଆଇନଜୀବୀଙ୍କ ଧର୍ମଘଟ ହେଲେ କୋର୍ଟ କେମିତି ଚାଲିବ ବୋଲି ସୁପ୍ରିପକୋର୍ଟ ପ୍ରଶ୍ନ କରିଥିଲେ। ହାଇକୋର୍ଟର ଅଚଳାବସ୍ଥାନେଇ ୨ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ। ଏଥି ସହିତ ସୁପ୍ରିମକୋର୍ଟ ମଧ୍ୟ କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତି। ହାଇକୋର୍ଟ କିମ୍ବା କୌଣସି ନିମ୍ନ କୋର୍ଟ ଓକିଲ ମାନଙ୍କ ଦ୍ବାରା ସମ୍ପୂର୍ଣ୍ଣ ଅଚଳ ହେବା ସୁପ୍ରିମକୋର୍ଟର ନିୟମ ଉଲ୍ଲଘନ କରୁଛି। ଏଥିରେ କ୍ଷୁବ୍ଧ ହୋଇଥିଲେ ସୁପ୍ରିମକୋର୍ଟ ଏବଂ ଓକିଲଙ୍କ ଧର୍ମଘଟକୁ ନିନ୍ଦା କରିବା ସହ ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଥିଲେ ଏବଂ ଏପରି ପରିସ୍ଥିତିରେ ସ୍ଥାନୀୟ ପୁଲିସର ପାରିବା ପଣିଆକୁ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇବା ସହ ଯଦି ସ୍ଥାନୀୟ ପୁଲିସ ସ୍ଥିତି ସ୍ବାଭାବିକ ପାଇଁ  ସକ୍ଷମ ନୁହେଁ ତେବେ ପାରାମିଲିଟାରି ଫୋର୍ସ ମୁତୟନ କରିବାକୁ ପଡିବ। ଏନେଇ ୨ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.