Home ଓଡ଼ିଶା ସୁପ୍ରିମକୋର୍ଟଙ୍କ ରାୟ ସ୍ୱାଗତଯୋଗ୍ୟ କିନ୍ତୁ ରଥଯାତ୍ରା ଉପରେ ପୁନର୍ବିଚାର ହେଉ ବୋଲି ମତ ରଖିଲେ ଶଙ୍କରାଚାର୍ଯ୍ୟ

ସୁପ୍ରିମକୋର୍ଟଙ୍କ ରାୟ ସ୍ୱାଗତଯୋଗ୍ୟ କିନ୍ତୁ ରଥଯାତ୍ରା ଉପରେ ପୁନର୍ବିଚାର ହେଉ ବୋଲି ମତ ରଖିଲେ ଶଙ୍କରାଚାର୍ଯ୍ୟ

177

ପୁରୀ ୧୯।୬ (ଓଡ଼ିଆ ପୁଅ) : ଗତକାଲି କରୋନା ସଂକ୍ରମଣ କାରଣରୁ ସୁପ୍ରିମକୋର୍ଟ ରଥଯାତ୍ରା ଉପରେ ଗୁରୁତ୍ତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ। ସୁପ୍ରୀମକୋର୍ଟ ତାଙ୍କ ରାୟରେ ରଥଯାତ୍ରା ନକରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଭକ୍ତ ଏବଂ ସେବାୟତ ମାନଙ୍କ ମହଲରେ ନିରାଶା ଭାବ ପ୍ରକାଶ ପାଇଥିଲା।

ଏହାପରେ ଆଜି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏହି ନିଷ୍ପତ୍ତିକୁ ନେଇ ସୁପ୍ରିମକୋର୍ଟ ପୁନର୍ବିଚାର କରନ୍ତୁ ବୋଲି ସେ ନିଜର ମତ କରିଛନ୍ତି। ରଥଯାତ୍ରା ଶ୍ରୀଜୀଉମାନଙ୍କର ବର୍ଷ ବର୍ଷର ପରମ୍ପରା ହୋଇଥିବାରୁ ଏହାକୁ ବନ୍ଦ ନ କରି ଯାନ୍ତ୍ରିକ ପଦ୍ଧତି ମାଧ୍ୟମରେ ଭକ୍ତଙ୍କୁ ଦର୍ଶନର ସୁଯୋଗ ମିଳୁ ବୋଲି ଶଙ୍କରାଚାର୍ଯ୍ୟ ମତ ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.