Home କେନ୍ଦୁଝର ସୁନ୍ଦରାପାଳରେ ଧାନଗଦା ପୋଡିଗଲା

ସୁନ୍ଦରାପାଳରେ ଧାନଗଦା ପୋଡିଗଲା

11

ହାଟଡ଼ିହି, ୧୫ /୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ଜମ୍ଭୀରା ପଞ୍ଚାୟତର ସୁନ୍ଦରାପାଳ ଗ୍ରାମରେ ଧାନଗଦା ପୋଡି ଭଷ୍ମୀଭୁତ ହୋଇଯାଇଛି । ଖବରରୁ ଜଣାଯାଇଛି ଯେ ଗ୍ରାମର ଜଗବନ୍ଧୁ ନାୟକ ତାଙ୍କର ଦୁଇ ଏକରରୁ ଉର୍ଦ୍ଧ ଜମିର ଧାନକ୍ଷେତରୁ ଧାନସବୁକୁ କଟାକଟି ସାରି ଆଣି ଖଳାରେ ଗଦା କରିଥିବାବେଳେ ଆଜି ମଧ୍ୟାହ୍ନରେ ଅକସ୍ମାତ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ଖଳାରେ ଥିବା ସମସ୍ତ ଧାନ ପୋଡି ଭଷ୍ମୀଭୁତ ହୋଇଯାଇଥିଲା । ଖବରପାଇ ହାଟଡିହି ଦମକଳ କେନ୍ଦ୍ରର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.