Home ଓଡ଼ିଶା ସୁନ୍ଦରଗଡ଼ ରେ ହାତୀ ଉପଦ୍ରବ

ସୁନ୍ଦରଗଡ଼ ରେ ହାତୀ ଉପଦ୍ରବ

218

ସୁନ୍ଦରଗଡ଼,୨୬/୧୦,(ଓଡ଼ିଆ ପୁଅ ପି ନାୟକ): ସୁନ୍ଦରଗଡ଼ର ବିଭିନ୍ନ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ହାତୀ ଆତଙ୍କରେ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ତେବେ କୁଳି ପୋସ୍ ରେଞ୍ଜର ବଡଗାଁ, ଦେଓପୋସ, ଗୀଲି, ଆଦି ଗ୍ରାମରେ ୩ରୁ ୪ଦିନ ହେବ ହାତୀପଲ ଙ୍କ ଉପଦ୍ରବରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏକର ଏକର ଚାଷଜମିକୁ ହାତିପଲ ନଷ୍ଟ କରୁଥିବାରୁ ଏବେ ଚିନ୍ତାରେ ଚାଷୀ । ହାତୀମାନେ  ପାହାଡରେ ରହି ସନ୍ଧ୍ୟା ହେଲେ ଜମିକୁ ଆସି ଧାନ ଖାଉଛନ୍ତି ବୋଲି ଗାଁ ଲୋକେ କହିଛନ୍ତି। ତେବେ ବନବିଭାଗ, ଗ୍ରାମବାସୀ ହାତୀଙ୍କୁ ଘଉଡାଇଲେ ମଧ୍ୟ ହାତୀମାନେ ଜଙ୍ଗଲକୁ ନଯାଇ ପାହାଡ଼କୁ ପଳାଉଛନ୍ତି । ସନ୍ଧ୍ୟା ହେଲେ ପୁଣି ଧାନ ଖାଇବା ସହିତ ନଷ୍ଟ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.