Home କୋରାପୁଟ ସୁନାବେଡାରେ ଡିଜିପି-ଡିସ୍କ ପୁରସ୍କାର ପ୍ରଦାନ ଉତ୍ସବ

ସୁନାବେଡାରେ ଡିଜିପି-ଡିସ୍କ ପୁରସ୍କାର ପ୍ରଦାନ ଉତ୍ସବ

56

କୋରାପୁଟ ୦୪-୦୪(ଓଡିଆ ପୁଅ /ରଂଜନ ଦାସ) ସୁନାବେଡାଠାରେ ଡିଜିପି-ଡିସ୍କ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଯୋଗଦେଇ ୨୧ ଜଣଙ୍କୁ ଡିଜିପି-ଡିସ୍କ ପୁରସ୍କାର ପ୍ରଦାନ କରିଥିଲେ ।କୋରାପୁଟ ଜିଲ୍ଲା ପୋଲିସ ଆରଆଇ ସୁବାସ ଚନ୍ଦ୍ର ନାୟକ ,ଇନ୍ସପେକ୍ଟର ଧିରେନ କୁମାର ବେହେରା ,ଏସଆଇ  ଆଦିତ୍ୟ ମହାକୁର ,ଆର.କିଣ୍ଡୋ ,ଗୁରୁଦେବ କାର୍ମି ,ସୁଦର୍ଶନ ଅଧିକାରୀ ,ଦିଲିପ କୁମାର ପ୍ରଧାନ  ଓ ଚିତରଂଜନ ପ୍ରଧାନୀ ,କନେଷ୍ଟବଲ ଆର .ଶିବ ଶଙ୍କର ଓବାବୁଲା ହରିଜନ  ପ୍ରମୁଖଙ୍କୁ ଡିଜିପି-ଡିସ୍କରେ ପୁରସ୍କୃତ କରାଯାଇଥିଲା ।ନୂଆପଡା ଜିଲ୍ଲାରୁ ଡିଏସପି ପ୍ରଶାନ୍ତ କୁମାର ପଟନାୟକ ଓ ଏସଆଇ ଦେବାଶିଷ  ରାଉତଙ୍କୁ ପୁରସ୍କୃତ କରାଯାଇଥିଲା ।ରାୟଗଡା ଜିଲ୍ଲାରୁ ଏସଆଇ ଶିବ ଶଙ୍କର  ସାହୁ ଓ କନେଷ୍ଟବଲ କିରଣ ଚନ୍ଦ୍ର ପାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା ।ନବରଙ୍ଗପୁର ଜିଲ୍ଲାରୁ କନେଷ୍ଟବଲ ରବିନ୍ଦ୍ର କୁମାର ନାୟକ ଓ ସର୍ବେଶ୍ୱର ମାଝିଙ୍କୁ ପୁରସ୍କୃତ କରାଯାଇଥିଲା ।କୋରାପୁଟ ଜିଲ୍ଲାର କୋଭିଡ ଯୋଦ୍ଧା ସହୀଦ  ପୀତବାସ ଧାରୁଆ ,ସର୍ବେଶ୍ୱର ପ୍ରଧାନ ଓ ପ୍ରଫୁଲ୍ଲ ଖଣ୍ଡୁଆଲ  ଓ ନୂଆପଡା ଜିଲ୍ଲାର ସହୀଦ ଶଙ୍କର ଦାଶ ଏବଂ  କୃଷ୍ଣଚନ୍ଦ୍ର ମାଝି ପ୍ରମୁଖଙ୍କୁ ମରଣୋତର ଡିଜିପି-ଡିସ୍କ ପୁରସ୍କାର ପ୍ରଦାନ କରାଯାଇଥିଲା ।ସହୀଦମାନଙ୍କ ପରିବାର ପୁରସ୍କାର ଗ୍ରହଣ କରିଥିଲେ ।ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ଉତ୍ସାହିତ କରିବା ପରିପେକ୍ଷୀରେ ଡିଜିପି-ଡିସ୍କ ପୁରସ୍କାର ପ୍ରଦାନ କରାଯାଉଥିବା  ଡିଜିପି ଶ୍ରୀ ଅଭୟ ପ୍ରକାଶ କରିଛନ୍ତି ।ଗ ଞେଇ ଚୋରା ଚାଲାଣ ରୋକିବାରେ କୋରାପୁଟ ଜିଲ୍ଲା ବହୁତ ସଫଳତା ପାଇଥିବା ସେ ସୂଚନା ଦେଇଛନ୍ତି ।ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଆର.କେ.ଶର୍ମା , ଦକ୍ଷିଣ-ପଶ୍ମିମାଂଚଳ ଡିଆଇଜି ପଣ୍ଡିତ ରାଜେଶ ଉତମରାଓ , କୋରାପୁଟ ଏସପି ବରୁଣ ଗୁଣ୍ଠୁପାଲି ,ରାୟଗଡା ଏସପି ବିବେକାନନ୍ଦ ଶର୍ମା ,ନବରଙ୍ଗପୁର ଏସପି ପି.ଏସ.ମିନା ଓ ନୁଆପଡା ଏସପି ରାହୁଳ ଜୈନ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.