Home ଓଡ଼ିଶା ସହିଦ୍ ମାଟି ରଣପୁର ରେ ସହିଦ୍ ରଘୁ ଦିବାକର ଦିବସ ପାଳିତ

ସହିଦ୍ ମାଟି ରଣପୁର ରେ ସହିଦ୍ ରଘୁ ଦିବାକର ଦିବସ ପାଳିତ

60

ନୟାଗଡ/୦୪/୦୪(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ପ୍ରଜା ଆନ୍ଦୋଳନ ସମୟରେ ନୟାଗଡ ଜିଲ୍ଲା ରଣପୁର ଗଡଜାତ ର ଭୂମିକା ଅବର୍ଣ୍ଣନୀୟ । ବ୍ରିଟିଶ୍ ସରକାର ଙ୍କ ଗଡଜାତ ର ପଲିଟିକାଲ୍ ଏଜେଣ୍ଟ ମେଜର ବେଜଲଗେଟ କୁ ରଣପୁର ପ୍ରଜା ଆନ୍ଦୋଳନକାରୀ ମାନେ ୧୯୩୯ ମସିହା ଜାନୁୟାରୀ ୫ ତାରିଖ ରେ ବାଉଁଶ ଠେଙ୍ଗା ରେ ପିଟି ପିଟି ମାରି ଦେଇଥିଲେ । ବିଚାର ପରେ ପ୍ରଜା ଆନ୍ଦୋଳନକାରୀ ଙ୍କ ଯୁବନେତା ରଘୁନାଥ ମହାନ୍ତି ଓ ଦିବାକର ପରିଡା ଙ୍କୁ ୧୯୪୧ ମସିହା ଏପ୍ରିଲ ୪ ତାରିଖ ସୂର୍ଯ୍ୟ ଉଦୟ ପୂର୍ବରୁ ବିହାର ର ଭାଗଲପୁର ଜେଲ୍ ରେ ଫାସୀ ଦିଆଯାଇଥିଲା । ତାଙ୍କର ଫାସୀ ଦିବସ କୁ ରଣପୁର ସହିଦ୍ ରଘୁ ଦିବାକର ଆସୋସିଏସନ ତରଫରୁ ସହିଦ୍ ଦିବସ ଭାବେ ପାଳନ କରାଯାଉଅଛି ।

ତେଣୁ ଏପ୍ରିଲ ୪ ତାରିଖ ସକାଳୁ ରଘୁ ଦିବାକର ଆସୋସିଏସନ ର ସଭାପତି ସୁରେଷ ଚନ୍ଦ୍ର ମିଶ୍ର ଙ୍କ ନେତୃତ୍ୱ ରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଓ ଅନ୍ୟ ମାନଙ୍କୁ ନେଇ ରଣପୁର ପଞ୍ଚୁଦୋଳ ପଡିଆ, ଲୋଧାଚୁଆ ଛକ ଓ ରଘୁଦିବାକର ଙ୍କ ଜନ୍ମ ମାଟି ବାଦଭୂଇଁ ଓ ଗଡବାଣିକିଲୋ ଠାରେ ତାଙ୍କ ପ୍ରତିମୃର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଅପରାହ୍ନ ୪ ଘଟିକା ୩୦ ମିନିଟ୍ ସମୟରେ ରଘୁ ଦିବାକର ଆସୋସିଏସନ ଠାରେ ରଘୁଦିବାକର ଙ୍କ ଆତ୍ମ ବଳୀ ର ବୀରଗାଥା ସର୍ମ୍ପକ ରେ ସ୍ମୃତି ଚାରଣ କରାଯାଇଥିଲା । ଗତ କୋଭିଡ୍ ସମୟରେ ସେବା ପ୍ରଦାନ କରିଥିବା ଅଙ୍ଗନାବାଡି କର୍ମୀ ସୁଶ୍ରୀ ସଂଗିତା ମହାପାତ୍ର ଓ ଜଣେ ଆଶା କର୍ମୀ ଙ୍କୁ ସମ୍ବୋଧିତ କରାଯାଇଥିଲା । ସହିଦ୍ ପୁସ୍ତକ ଉନ୍ମୋଚନ କରାଯାଇଥିଲା ଶେଷରେ ରଣପୁର ବୁଦ୍ଧିଜୀବିମାନେ ସହିଦ୍ ଙ୍କ ସର୍ମ୍ପକ ରେ ଅଭିଭାଷଣ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.