Home କୋରାପୁଟ ସୁନାବେଡାରେ୨ ମହିଳା ମାଓବାଦୀ ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କଲେ

ସୁନାବେଡାରେ୨ ମହିଳା ମାଓବାଦୀ ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କଲେ

24

କୋରାପୁଟ ୦୩-୧୦(ଓଡିଆ ପୁଅ /ରଂଜନ ଦାସ)ରାଜ୍ୟ  ପୋଲିସ  ମହା-ନିର୍ଦ୍ଦେଶକ ଅଭୟ ଆଜି ପୂର୍ବାହ୍ନରେ କୋରାପୁଟ  ଜିଲ୍ଲା ଗସ୍ତରେ  ଆସି  ସୁନାବେଡା ଟିଟିଏସ ପରିସରରେ ନକ୍ସଲ  ଦମନ, ଚୋରା ଗଂଜେଇ  ଚାଲାଣ ଓ କୋଭିଡ  ସ୍ଥିତି ଉପରେ  ସମୀକ୍ଷା କରିଛନ୍ତି  । ପୋଲିସର ନକ୍ସଲ ବିରୋଧିି ଅଭିଯାନ  ଯୋଗୁଁ  କୋରାପୁଟ ଜିଲ୍ଲାରେ ନକ୍ସଲ  କାର୍ଯ୍ୟକଳାପ ହ୍ରାସ ପାଇଥିବା ସେ ସୂଚନା ଦେଇଥିଲେ । ଚୋରା ଗଂଜେଇ ଚାଲାଣକାରୀଙ୍କ  ବିରୁଦ୍ଧରେ କୋରାପୁଟ ଜିଲ୍ଲା ପୁଲିସ  ସଫଳତା ପାଇଥିବାରୁ ପ୍ରଶଂସା କରିଥିଲୋ  । ସେହିପରି କୋଭିଡ ସଂଗ୍ରାମରେ ଜିଲ୍ଲା ପୁଲିସର ମନୋବଳ ଦୃଢ ରହିଥିବା ସେ ସୂଚନା ଦେବା ସହ  କୋଭିଡ ଯୋଦ୍ଧାମାନଙ୍କୁ  ପ୍ରଶଂସା କରିଥିଲେ ଏବଂ  ଜିଲ୍ଲାର ୨୨ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ମାନୀତ କରିଥିଲେ । ସମୀକ୍ଷା ବୈଠକରେ  ଆଇଜି ଅପରେସନ ଅମିତାଭ ଠାକୁର୍‌,ଆଇଜି ଗୋଇନ୍ଦା ଲଳିତ ଦାଶ,ଆଇଜି ପୋଲିସ ମୁଖ୍ୟାଳୟ ଏସ.ଦେବଦତ ସିଂହ ଓ ବରିଷ୍ଠ  ଅଧିକାରୀଙ୍କ  ସମେତ ଡିଆଇଜି ପଣ୍ଡିତ ରାଜେଶ ଉତମରାଓ, କୋରାପୁଟ ଏସପି ବରୁଣ ଗୁଣ୍ଠାପାଲି ପ୍ରମୁଖ   ଉପସ୍ଥିତ ଥିଲେ । ଏହି ଅବସରରେ ୩୨ ବର୍ଷିୟା  ଗୁମ୍ମା ଏରିଆ କମିଟି ମେମ୍ବର ଦେବେ ପଡିଆମି ଓରଫ ଗାଗିଂ  ଓ  ଏଓବିଏସଜେଡସି ମିଲିଟାରୀ ପ୍ଲାଟୁନର ଗିତା ପଡିଆମି ଓରଫ  ରଂଜିତା ନାମ୍ନୀ  ୨ଜଣ ମହିଳା ମଓବାଦୀ ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ । ଦେବେ ପଡିଆମିର ଘର ମାଲକାନଗିରି ଜିଲା କାଲିମେଳା ଥାନା କୁରୁବ ଗ୍ରାମ ହୋଇଥିବାବେଳେ ଗୀତା ପଡିଆମି ଛତିଶଗଡ ବିଜାପୁର ଜିଲା ମାଂକିର ଗ୍ରାମ ବୋଲି ଜଣା ପଡିଛି । ଗାଂଗି ୭ଟି  ଘଟଣାରେ ସମ୍ପୃକ୍ତ ଥିବାବେଳେ ରଂଜିତା ମାଓ ସଂଗଠନର ଜନ ନାଟ୍ୟ ମଣ୍ଡଳୀ ସଦସ୍ୟା ଭାବେ ୨୦୧୮ରେ  ମାଓ ସଂଗଠନରେ ଯୋଗ ଦେଇଥିଲେ । ମାଓ ସଂଗଠନରେ ମହିଳା କ୍ୟାଡରଙ୍କୁ ନିର୍ଯ୍ୟାତନା ଓ ନକ୍ସଲ ମାନଙ୍କ ଆଦିବାସୀ ବିରୋଦ୍ଧି ମନୋଭାବ ଯୋଗୁଁ ସେମାନେ  ମାଓ ସଂଗଠନରୁ ଦୂରେଇ ଯାଇ ସମାଜର ମୁଖ୍ୟ ସ୍ରୋତରେ ଯୋଗ ଦେବାକୁ ଇଛା ପ୍ରକାଶ କରିଥିବା ଗଣମାଧ୍ୟମକୁ କହିଛନ୍ତି । ଅନ୍ୟ ପକ୍ଷରେ ମାଓବାଦୀ ହିଂସା ପଥ ଛାଡି ସମାଜର ମୁଖ୍ୟ କ୍କୋତରେ ସାମିଲ୍ ହେବାକୁ ଡିଜିପି ଅଭୟ ଆହ୍ୱାନ ଦେବା ସହ ଆଜି ଆତ୍ମସମର୍ପଣ କରିଥିବା ତଲସୁ ହୁଇକାକୁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୟନ କରା ଯାଇ ଥିବା ଆତ୍ମସମର୍ପଣ ନିୟମ ଅନୁଯାୟୀ ସମସ୍ତ ସହାୟତା ଏବଂ ଆତ୍ମନିର୍ଭରଶୀଳ ହେବାକୁ  ଦକ୍ଷତା ବିକାଶ ତାଲିମ ଦିଆଯିବ ବୋଲି  ଡିଜିପି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.