Home ଜିଲ୍ଲା ପରିକ୍ରମା ସୁନାଦୋକାନରୁ ଲୁଟ୍ ଅଭିଯୋଗ, ସାଇଂଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁରର ତଦନ୍ତ

ସୁନାଦୋକାନରୁ ଲୁଟ୍ ଅଭିଯୋଗ, ସାଇଂଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁରର ତଦନ୍ତ

6

ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ଦୋଳସାହି ବଜାରରେ ଥିବା ଜଗାକାଳିଆ ନାମକ ଏକ ସୁନା ଦୋକାନରୁ ରବିବାର ରାତିରେ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଦେକାନ ମାଲିକ ନୂଆନନ୍ଦ ଗ୍ରାମର ହେମନ୍ତ କୁମାର ସାହୁ ଅଭିଯୋଗ କରିବା ପରେ ପୁଲିସ ୨୯୫/୨୫ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ସାଇଂଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଂଚି ତଦନ୍ତ କରିଥିବା ଜଣାପଡ଼ିଛି। ଅଭିଯୋଗରୁ ପ୍ରକାଶ ଯେ, ଦୋକାନର ପଛପଟ କାନ୍ଥକୁ କାଟି ଦୁବୁର୍ତମାନେ ଦୋକାନ ଭିତରକୁ ପସିଥିଲେ। ଦୋକାନରେ ଥିବା ୪ଲକ୍ଷ ୫୦ହଜାର ଟଙ୍କା ସୁନା ଓ ରୂପା ଅଳଂକାର ଲୁଟି ନେଇଥିଲେ। ସୋମବାର ସକାଳରେ ଦୋକାନ ଖୋଲିବାକୁ ଆସି ମାଲିକ ଦେଖିଥିଲେ ଯେ ପଛପଟ କାନ୍ଥ କଟା ଯାଇ ଅଳଂକାର ଲୁଟ୍ ହୋଇଛି। ପରେ ସେ ପୁଲିସକୁ ଲିଖିତ ଭାବେ ଜଣାଇବା ପରେ ଆଇଆଇସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.