ତିର୍ତ୍ତୋଲ ୨୯ ଅଗଷ୍ଟ (ଓଡ଼ିଆ ପୁଅ/ଟୁକନ ସେଠୀ) ତିର୍ତ୍ତୋଲ ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଂଚାୟତ କୋକିପଦା ଗ୍ରାମରେ ସୁଧ ଟଙ୍କା କାରବାରକୁୂ ନେଇ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ୩ ଜଣ ଗୁରୁତର ଆହତ ହୋଇଥିବା ଦେଖିବାକୁ ମିଳିଛି। କୋକିପଦା ଗ୍ରାମର ଧୀରେନ୍ଦ୍ର ମହାନ୍ତି (୬୫) ଓ ତାଙ୍କ ଭଉଣୀ ପ୍ରତିମା ମହାନ୍ତି (୬୦) ଗୁରୁତର ଆହତ ହୋଇଥିବା ବେଳେ ପ୍ରତିପକ୍ଷର ସଂଜୟ ମହାନ୍ତି (୩୦) ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ପ୍ରଥମେ ମଣିଜଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି। କୋକିପଦା ଗ୍ରାମର ପାର୍ବତୀ ମହାନ୍ତିଙ୍କ ଠାରୁ ପ୍ରତିମା ମହାନ୍ତି କିଛି ଟଙ୍କା ସୁଧକୁ ଆଣିଥିଲେ। ଏହି ଟଙ୍କା ନେଣ ଦେଣକୁ ନେଇ ଏହି ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଖବର ପାଇ ତିର୍ତ୍ତୋଲ ପୋଲିସ୍ ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରି ରଖିଥିବା ଜଣାପଡିଛି।