Home ଜିଲ୍ଲା ପରିକ୍ରମା ସୁଧାଙ୍ଗନା ସ୍ମୃତିରେ ଦ୍ୱାଦଶାହ ଉପଲକ୍ଷେ ମା’ ପାଇଁ ଗଛଟିଏ

ସୁଧାଙ୍ଗନା ସ୍ମୃତିରେ ଦ୍ୱାଦଶାହ ଉପଲକ୍ଷେ ମା’ ପାଇଁ ଗଛଟିଏ

8

ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଦୋବଲ ପଂଚାୟତ ଅଧିନ ଶୋଧ ଗ୍ରାମର ସମାଜସେବୀ ରମାକାନ୍ତ ପତିଙ୍କ ଧର୍ମପତ୍ନୀ ସୁଧାଙ୍ଗନା ପତିଙ୍କ ଦ୍ୱାଦଶାହ ଉପଲକ୍ଷେ ‘ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।’ ସ୍ଥାନୀୟ ପଡିଆ ରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଦ୍ୱାଦଶାହ କ୍ରିୟାରେ ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ ଓ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ରାଜେନ୍ଦ୍ର କୁମାର ଦାସ,ବିଜେଡି ନିର୍ବାଚନ ମଣ୍ଡଳସ୍ତରୀୟ ନେତା ସଞ୍ଜୟ କୁମାର ଦାସ, ଧାମନଗର ପଂଚାୟତ ସମିତି ର ପୂର୍ବତନ ଅଧ୍ୟକ୍ଷ ଅଶୋକ ନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ , ଜିଲ୍ଲା ପରିଷଦ ସଭ୍ୟ ଶାରଦା ପ୍ରସନ୍ନ ସାହୁ, ପଂଚାୟତ ସମିତି ଉପାଧ୍ୟକ୍ଷ ଜଗବନ୍ଧୁ ପ୍ରଧାନ, ଏନ ଏ ସି ଅଧ୍ୟକ୍ଷା ନିବେଦିତା ଜେନା, କଂଗ୍ରେସ ନେତା ଅଭିଷେକ ରାଉତ, ବିଦ୍ୟାଧର ଯେନା, ନାରଣ ଚନ୍ଦ୍ର ପାଢ଼ୀ,ବିଜେଡି ବ୍ଲକ ସଭାପତି ପ୍ରତାପ ସାମଲ, ପୂର୍ବତନ ସଭାପତି ଉମେଶ ମହାନ୍ତି ପ୍ରମୁଖ ଯୋଗଦେଇ ସ୍ୱର୍ଗତା ପତି ଙ୍କ ସ୍ମୃତି ଚାରଣ କରିଥିଲେ ଓ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ରେ ସାମିଲ ହୋଇ ବିଭିନ୍ନ ସ୍ଥାନ ରେ ଚାରା ରୋପଣ କରା ଯାଇଥିଲା। ପତି ପରିବାରର , ପୁଅ, ପୁତ୍ରବଧୂ, ଝିଅ ଜ୍ୱାଇଁ, ନାତୀ ନାତୁଣୀ, ଭିଣେଇ,ଭଣଜା, ଭାଣିଜୀ ଓ ଗ୍ରାମବାସୀ ଉପସ୍ଥିତ ଥିବା ବେଳେ ସ୍ୱର୍ଗତ ପତିଙ୍କ ପୁଅ କୃଷ୍ଣ ଚନ୍ଦ୍ର ପତି ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।ଶିକ୍ଷାବିତ ଭୋଲାନଥ ସାହୁ ସ୍ମୃତି ଚାରଣ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.