Home ଜିଲ୍ଲା ପରିକ୍ରମା ସୁଟିଙ୍ଗପାହୀ ବନ୍ଧ ସୁଇଜ ଗେଟର ନବୀକରଣ କେବେ ?

ସୁଟିଙ୍ଗପାହୀ ବନ୍ଧ ସୁଇଜ ଗେଟର ନବୀକରଣ କେବେ ?

35

ବାହାନଗା,୧୫ା୬ (ଭାରତୀ ଦାସ / ଓଡ଼ିଆ ପୁଅ): ବନ୍ୟା ବାତ୍ୟା ଅସିଲେ ଚାଷୀ କୂଳ ଓ ଗ୍ରାମବାସୀ ଚିନ୍ତାରେ । ଲୁଣା ପାଣି ମାଡ଼ିବା ସହ ଧାନ ନଷ୍ଟ ଓ ବିଲରେ ଲୁଣା ପାଣି ମାଡ଼ି ଶହଶହ ହେକ୍ଟର ଜମି ଜଳମଗ୍ନ ହୋବାର ଦେଖା ଯାଉଛି । ଦୁର୍ବଳ ବନ୍ଧ ଥିବାରୁ ସମୁଦ୍ରରୁ ଲୁଣାପ।।ଣି ଉଠିଲେ ଜଳମଗ୍ନ ହେବା ସହ ଧାନ ନଷ୍ଟ ହେଉଛି । ଏମିତି ଘଟଣା ଘଟୁଛି ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ରେମୁଣା ବ୍ଲକର ତାଳପଦା ପଞ୍ଚାୟତର ସମୁଦ୍ର ପଟ ସ୍ଥଳର ଲୁଣା ବନ୍ଧ ସୁଟିଙ୍ଗପାହୀ ବନ୍ଧ ଓ ଏଠାରେ ନିର୍ମିତ ସୁଇଜ ଗେଟରେ । ଏହି ଗେଟଟି ଶ୍ରୀଜଙ୍ଗ ପଞ୍ଚାୟତ ଓ ତାଳପଦା ପଞ୍ଚାୟତକୁ ସଂଯୋଗ ହୋଇଛି । ଲଗାଣ ବର୍ଷା ଓ ବାତ୍ୟା ଜନୀତ ବର୍ଷା ହେଲେ ଚିନ୍ତାରେ ପଡ଼ନ୍ତି ଦୁଇ ପଞ୍ଚାୟତର ଅଧିବାସୀ , ଚାଷୀ ଓ ଏହି ଲୁଣାବନ୍ଧର ଅପର ପାଶ୍ୱର୍ରେ ଥିବା ଗ୍ରାମ ଗୁଡ଼ିକ । ବାତ୍ୟା ୟାଶର ପ୍ରକୋପ ଫଳରେ ବନ୍ଧ ଗୁଡ଼ିକ ସ୍ଥାନେ ସ୍ଥନେ ଭାଙ୍ଗିବା ସହ ପାଣି ଭିତରକୁ ମାଡ଼ି ଯାସିଥିବାର ଜଣା ପଡ଼ିଥିଲା । ଫଳରେ ଅପର ପାଶ୍ୱର୍ରେ ଅବସ୍ଥିତ ନୂଆପୁର ପଞ୍ଚାୟତର କୁଆପଦା, ପିଞ୍ଛାପାଳ, ଶ୍ରୀଜଙ୍ଗ ପଞ୍ଚାୟତର ମହମଦାବାଦର ଗ୍ରାମ ଗୁଡ଼ିକର ବାଦିନ୍ଦା ବିପଦ ସଙ୍କୁଳ ଅବସ୍ଥାରେ ରହିଥିବାର ଜଣାପଡ଼ିଥିଲା । ବତ୍ୟାର ପ୍ରକୋପ ଏତେ ମାତ୍ରାରେ ଥିଲା ଫଳରେ ସମୁଦ୍ର ପାଣି ଲୁଣାବନ୍ଧ ଭାଙ୍ଗି ଜମିରେ ମାଡ଼ି ଥିବାର ଜଣାପଡ଼ିଥିଲା । ଫଳରେ ଆତଙ୍କିତ ହୋଇ ପଡ଼ିଥିଲେ ଏହି କେତେ ଗ୍ରାମର ଗ୍ରାମବାସୀ । ଏବେ ମୌସୁମୀ ଓଡ଼ିଶାରେ ପ୍ରବେଶ କରିଥିବାରୁ ବର୍ଷା ଆରମ୍ଭ ହେବ । ତେବେ ଅପର ପାଶ୍ୱର୍ରେ ଥିବା ଶହଶହ ହେକ୍ଟର ଜମିର ଚାଷୀ ଚିନ୍ତାରେ । ଦୁର୍ବଳ ବନ୍ଧ ଓ ସୁଇଜ ଗେଟର ଦୟନୀୟ ଅବସ୍ଥା କେତେବେଳେ ତାହା ଭାଙ୍ଗି ଗଡ଼ି ପଡ଼ିବ ।ତାହା କିଏ କହିବ । ବର୍ତ୍ତମାନ ସ୍ଥିତି ଅନୁସାରେ ଗେଟଟି ବିପଦ ସଙ୍କୁଳ ଅବସ୍ଥାରେ ଅଛି । ସେଥିରେ ପାଣି ଠିକ ଭାବେରେ ଜମିରୁ ନିଷ୍କାସନ ହେଉ ନାହିଁ । ଗେଟଟିକୁ ମୁକୁଳା ରଖା ଯାଇଥିବା ବେଳେ ପାଣି ନିଷ୍କାସନ ଠିକରେ ନ ହୋଇ ଗେଟର ତଳ ଫାଟ ବାଟେ ବୋହି ଯାଉଛି । ଫଳରେ ଧିରେ ଧିରେ ଏମିତି ସେହି ଫାଟ ବାଟେ ଯଦି ପାଣି ବୋହି ଚାଲେ ତାହେଲେ ଗେଟ ସହ ପୋଲଟି ଭୂଷୁଡ଼ି ପଡ଼ିବାର ଆଶଙ୍କା ରହିଛି । ଏମିତିରେବି ପୋଲ ଅଧା ଭାଙ୍ଗି ଯାଇଥିବା ବେଳେ ଗେଟର ପାଖରେ ବନ୍ଧ ଆଶ ବାତ୍ୟାରେ ଭାଙ୍ଗି ଯାଇଥିବାର ଦେଖା ଯାଇଛି । ଯଦିଓ ଏହି ବନ୍ଧର କିଛି କିଛି ଜାଗାରେ ପଥର ପେଚିଂ ଦିଆ ଯାଇଛି । ହେଲେ ତାହା ଆଶ ବାତ୍ୟାର ଲୁଣାପାଣି ମାଡ଼ରେ ମଧ୍ୟ ସ୍ଥାନେ ସ୍ଥାନେ ଘାଇ ସୃଷ୍ଟି ହୋଇଛି । ତାହା ଏବେବି ବିପଦ ସଙ୍କୁଳ ଅବସ୍ଥାରେ ଅଛି । ତେବେ ଯେଉଁ ୨କିମି ଧରି ଲୁଣାବନ୍ଧ ଅଛି ତହାର ଦୁଇ ପାଶ୍ୱର୍ରେ ଯଦି ପଥର ବନ୍ଧ ହୋପାରନ୍ତା ତାହେଲେ ଲୁଣାବନ୍ଧ ଭାଙ୍ଗିବ ନାହିଁ ବୋଲି ଜଣାପଡ଼ିଛି । ଏବାବଦରେ ତାଳପଦା ଅଞ୍ଚଳର ସମାଜସେବୀ ଅନିରୁଦ୍ଧ ଦାସଙ୍କୁ ପଚାରିବାରୁ ସେ ଦୁର୍ବଳ ବନ୍ଧ ଓ ସୁଇଜ ଗେଟ ଦୁର୍ବଳ ହୋଇଥିବାର କହିଥିଲେ । ଏବଂ ଏବାଦରେ ଜଳସେଚନ ବିଭାଗର ଦୃଷ୍ଟି ଆକର୍ଷଣ କରିବା ସହ ବନ୍ଧର ନବୀକରଣ ଓ ବନ୍ଧକୁ ସୁଦୃଢ କରାଯିବା ପାଇଁ ଜଣାଇଛୁ । ତାଳପଦା ସରପପଞ୍ଚଙ୍କୁ ପଚାରିବାରୁ ସେ ମଧ୍ୟ ଜଳସେଚନ ବିଭାଗକୁ ଏବାବଦରେ ଅବଗତ କରାଇ ଆସୁଛନ୍ତି । ଏବଂ ଅଭିଯୋଗ କରିଥିବାର କହିଛନ୍ତି  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.