Home ଜିଲ୍ଲା ପରିକ୍ରମା ସୀମା ବିବାଦରେ ଆହତ ପରିବାରକୁ ଭେଟିଲେ ଭଣ୍ଡାରିପୋଖରୀ ବିଧାୟକଙ୍କ ପ୍ରତିନିଧି

ସୀମା ବିବାଦରେ ଆହତ ପରିବାରକୁ ଭେଟିଲେ ଭଣ୍ଡାରିପୋଖରୀ ବିଧାୟକଙ୍କ ପ୍ରତିନିଧି

40

ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବନ୍ତ ବ୍ଲକ୍‌ସ୍ଥିତ ବସନ୍ତିଆ ପଞ୍ଚାୟତ ଆପଣ୍ଡା ଗ୍ରାମରେ ଉପୁଜିଥିବା ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷରେ ଆହତ ହୋଇଥିବା ପରିବାର ଏବଂ ସମସ୍ତ ଗ୍ରାମବାସୀଙ୍କୁ ଭଣ୍ଡାରିପୋଖରୀ ବିଧାୟକଙ୍କ ପ୍ରତିନିଧି ଇଂ ପ୍ରୟାସକାନ୍ତି ସାମଲ ସାକ୍ଷାତ୍ କରିଛନ୍ତି । ଏବଂ ଯଥାଶୀଘ୍ର ଜିଲା ପ୍ରଶାସନ ଓ ଗ୍ରାମବାସୀଙ୍କ ମଧ୍ୟରେ ଶାନ୍ତି କମିଟି ଗଠନ କରାଇ କ୍ଷତିପୂରଣ ସହିତ ନିଶ୍ଚିତ ଭାବେ ଆପଣ୍ଡା ଗ୍ରାମବାସୀଙ୍କୁ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଥିରେ ଡିଆରଡିଏ ସଭାପତି ପ୍ରଫୁଲ୍ଲ ଜେନା, ବ୍ଲକ୍ ଅଧ୍ୟକ୍ଷ ମନୋରଂଜନ ଘଡେଇ, ବସନ୍ତିଆ ପଞ୍ଚାୟତ ସଭାପତି ବସନ୍ତ ବେହେରା, ସରପଞ୍ଚ ଅଶୋକ ସାହୁ, ବନ୍ତ ପଂଚାୟତ ସମିତି ସଭ୍ୟ ପରମେଶ୍ୱର ବାରିକ, ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ବିପିନ ନାୟକ, ବ୍ଲକ୍ ଛାତ୍ର ସଭାପତି ପ୍ରଣବ ଲେଙ୍କା, ବରିଷ୍ଠ ନେତା ନିରଞ୍ଜନ ମଲ୍ଲିକ, ଯୁବନେତା ପିଣ୍ଟୁ ସାହୁଙ୍କ ସମେତ ପଂଚାୟତସ୍ତରୀୟ ସମସ୍ତ ନେତୃବୃନ୍ଦ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.