Home ଜିଲ୍ଲା ପରିକ୍ରମା ସୀମା ନ ଡ଼େଇଁବାକୁ ଲଷ୍ମୀ ବସ୍‌କୁ ନାଲି ଆଖି, ଯାତ୍ରୀ ହୀନସ୍ତା

ସୀମା ନ ଡ଼େଇଁବାକୁ ଲଷ୍ମୀ ବସ୍‌କୁ ନାଲି ଆଖି, ଯାତ୍ରୀ ହୀନସ୍ତା

4

ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱଳ୍ପ ଖର୍ଚ୍ଚ ରେ ଗାଁ ରୁ ବାହାରି ପାଖ ସହର କୁ ଦୈନିକ ଯାଇ ନିଜ ପେଟ ପାଟଣା, ଗୁଜୁରାଣ ମେଂଟାଇପାରିବ ଲକ୍ଷ ରେ ବିଗତ ସରକାର ଆରମ୍ଭ କରି ଥିବା ଲଷ୍ମୀ ବସ ଯୋଜନା ଟି ଲୋକା ଭି ମୁ ଖୀ ହୋଇ ପାରି ଥିବାରୁ ଏବେର ସରକାର ଏହି ଯୋଜନା ଟି କୁ ଚାଲୁ ରଖିଲେ।ଭଣ୍ଡାରିପୋଖରୀ ବ୍ଲକ ରେ ଚାଲୁ ଥିବା ଭଣ୍ଡାରିପୋଖରୀ ରୁ ଯାଜପୁର କୁ ଯାଉଥିବା ବସ ଟି କୁ ଯାଜପୁର ସହର କୁ ଛଡା ଯାଉ ନ ଥିବା ଯୋଗୁ ଯାତ୍ରୀ ହୀନସ୍ତା ହେଉ ଛନ୍ତି ୧୫ଦିନ ହେବ। ଏହି ବସ ରେ ଭଣ୍ଡାରିପୋଖରୀ ସଦର ଅଂଚଳ ସମେତ ରାମଚନ୍ଦ୍ରପୁର, ରଂଜିତ, ବାଲିପୋଖରୀ,ଆଦି ପଂଚୟତ ଲୋକ ମେଡିକାଲ ଓ ଦିନ ମଜୁରୀ ପାଇଁ ଦୈନିକ ଏହି ବସ ରେ ଯାଇଥାନ୍ତି ଯାଜପୁର କୁ। କୁଆଡେ ଯାଜପୁର ଜିଲ୍ଲା ପାଳ ଭଣ୍ଡାରିପୋଖରୀ ବ୍ଲକ ସୀମା ରୁ ବସ ଫେରି ଯିବାକୁ ନିର୍ଦେଶ ଆମ ସୁପର ଭା ଇ ଜର କୁ ଦିଆଯାଇଥିବାରୁ ଆମେ ଯାଜପୁର ଭିତର କୁ ପସାଉ ନାହୁଁ ବୋଲି ଯାତ୍ରୀ ଙ୍କୁ କହୁ ଛନ୍ତି ବସ କର୍ମ ଚାରୀ। ଯାଜପୁର ରୁ ୫କି, ମି ଦୂର ବଳି ଘାଇ ଛକ ରେ ଛାଡି ଦେଉଅଛି ଏହି ଯାତ୍ରୀ ଙ୍କୁ ବସ ଟି। ସେଠାରୁ ଯିବାପାଇଁ ଟେମ୍ପୁ ଗୁଡିକ ଜୁଲମ ଭଡା ନେଉଛନ୍ତି। ଫେରିବା ସମୟ ରେ ଯାତ୍ରୀ ମାନେ ୫କି. ମି ଚାଲି ବଳି ଘାଇ କୁ ଆସୁଛନ୍ତି ଏହି ବସ ଧରିବାକୁ। ବିଶେଷ ଭାବେ ମହିଳା ଯାତ୍ରୀ ଅଧିକା ରହୁ ଥିବାରୁ ୧୫ ଦିନ ହେଲା ଦୁର୍ଦଶା ଭୋଗୁଛନ୍ତି। ଏ ଦିଗ ରେ ପରିବହନ ବିଭାଗ ତୁରନ୍ତ ଦୃଷ୍ଟି ଦେବାକୁ ପ୍ରାକ୍ତନ ସମିତି ସଭ୍ୟା ସବିତା ମହାପାତ୍ର ଚିଠି ଲେଖିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.