Home ଜିଲ୍ଲା ପରିକ୍ରମା ସୀମାରେ ଜଳ କଷ୍ଟ, ଶୋଷ ମେଂଟୁନି; ନଳକୂପରେ ଲମ୍ବାଧାଡି, ଅଚଳକୁ ସଚଳ ନାହିଁ, ଆରମ୍ଭରୁ ଜଳ...

ସୀମାରେ ଜଳ କଷ୍ଟ, ଶୋଷ ମେଂଟୁନି; ନଳକୂପରେ ଲମ୍ବାଧାଡି, ଅଚଳକୁ ସଚଳ ନାହିଁ, ଆରମ୍ଭରୁ ଜଳ କଷ୍ଟ

11

ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପିଇବା ପାଣି ସମସ୍ୟା ରହିବ ନାହିଁ। ଅଚଳ ନଳକୂଅକୁ ସଚଳ କରାଯିବ। ଆବଶ୍ୟକ ସ୍ଥାନରେ ନଳକୂଅ ବସିବ। ପାଣି ଯୋଗାଣର ସବୁ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦିଆଯିବ। ସରକାରଙ୍କ ଏଭଳି ଘୋଷଣା ପରେବି ବ୍ଲକର ଶେଷ ସୀମାରେ ଅବସ୍ଥିତ ଖାଂଟଖୁଆଡ ଗାଁବାସୀଙ୍କ ଶୋଷ ମେଂଟି ପାରୁନି। ଗାଁରେ ଏକାଧିକ ନଳକୂଅ ଅଚଳହୋଇ ପଡିଛି। ଦୀର୍ଘ ଦିନଧରି ସୀମାରେ ଜଳ କଷ୍ଟ ଭୋଗୁଛନ୍ତି ସାହିବାସୀ। ଖରାଦିନ ଆରମ୍ଭରେ ଜଳକଷ୍ଟ ସାହିବାସୀଙ୍କୁ ଅଥୟ କଲାଣି। ପାଣି ଗରାଏ ପାଇଁ ପଡୋଶୀ ନଳକୂଅ ପାଖରେ ଧାଡିଦେବାକୁ ପଡୁଛି। ବଡ ଓ ସାନ ଖାଂଟଖୁଆଡ ସାହିର ଏଭଳି ଦୃଶ୍ୟ ନଜରକୁ ଆସିଛି। ଆନ୍ଦୋଳା ପଂଚାୟତର ସାନ ଓ ବଡ ଖାଂଟଖୁଆଡ ସାହି। ବାସୁଦେବପୁର ବ୍ଲକର ଶେଷ ସୀମାରେ ଅବସ୍ଥିତ। ମନ୍ତେଇ ନଈ ଗୋଟିଏ ପାଖରେ ଖାଂଟଖୁଆଡ ଅପରପାଖରେ ତହିଡି ବ୍ଲକର କାନିସାହି କଣ୍ଡରାଗଡିଆ ଗାଁକୁ ଦୁଇ ଭାଗରେ ବିଭକ୍ତ କରିଛି। ସାନ ଖାଂଟ ଖୁଆଡର ପାଖାପାଖି ୫୦ ପରିବାର ସ୍ଥାୟୀ ବାସିନ୍ଦା। ଲୋକସଂଖ୍ୟା ୨୦୦ ରୁ ଅଧିକ ହେବ। ଗାଁର ମୁଖ୍ୟ ରାସ୍ତାପାଖ ଓ ଅନ୍ୟଟି ଓଝା ସାହିକୁ ମିଶାଇ ଦୁଇଟି ନଳକୂଅ ବସିଥିଲା। ସେଥିମଧ୍ୟରୁ ଓଝାସାହି ନଳକୂଳ ବର୍ଷେ ହେଲା ଅଚଳ। ରାସ୍ତାପାଖ ନଳକୂଅ ଉପରେ ସାହିର ଦୁଇସହ ଲୋକ ନିର୍ଭର କରୁଛନ୍ତି। ବଡଖାଂଟଖୁଆଡ ଗାଁର ଭାସ ନାୟକସାହିରେ ୩୦୦ ଲୋକ ପାଣିପାଇଁ ଡହଳ ବିକଳ ହେଉଛନ୍ତି। ୨ ବର୍ଷରୁ ଅଧିକ ହେବ ସାହିରେ ବସିଥିବା ନଳକୂଅ ଅଚଳ ହୋଇପଡିଛି। ପାଣିପାଇଁ ପଡେଶା ସାହିର ନଳକୂଅ ଉପରେ ନିର୍ଭର କରୁଛନ୍ତି। ରାତିପାହିଲେ ଦୁଇ ସାହିବାସୀଙ୍କୁ ପିଇବା ପାଣୀର ଚିନ୍ତା ପଡୁଛି। ପାଣି ଗରାଏ ପାଇଁ ପଡୋଶୀ ନଳକୂଅ ପାଖରେ ଲମ୍ବାଧାଡୁ ଲାଗୁଛି। ପ୍ରତିଯୋଗୀତା ମୂଳକ ଭାବେ ପିଇବା ପାଣି ସଂଗ୍ରହ କରୁଛନ୍ତି ସାହିବାସୀ। ଖରାଦିନରେ ଜଳସ୍ତର କମୁଥିବାରୁ ନଳକୂଅରୁ ପାଣି ମିଳିବା କଷ୍ଟକର ହେଲାଣି। ଅଚଳ ନଳକୂଅକୁ ସଜାଡିବାକୁ ସ୍ଥାନୀୟ ସରପଂଚଙ୍କସହ ବିଡିଓଙ୍କୁ ବାରମ୍ବାର ଆପତି ଅଭିଯୋଗ କରିଥିବା କହିଛନ୍ତି କିର୍ତନ ନାୟକ, ଶାନ୍ତଲତା ନାୟକ, ପଦ୍ମାବତୀ ସାହୁ, ବାପି ନାୟକ, ମୃତ୍ୟୁଞ୍ଜୟ ନାୟକ, ନନ୍ଦିଆ ଓଝା, ବେନୁ ସାହୁ, କାହ୍ନୁ ଚରଣ ମାଝୀ। ରାତି ପାହିଲେ ପିଇବା ପାଣି ଚିନ୍ତା ପଡୁଛି। ମନ୍ତେଇ ନଈର ଜଳକୁ ଯଦିଓ କିଛି ବ୍ୟବହାର କରାଯାଉଥିଲା, ଏବେ ସମ୍ପୁର୍ଣ୍ଣ ଲୁଣି। ତା’ସହିତ ନଈର କୁମ୍ଭିର ଭୟ ରହୁଥିବାରୁ କେହି ପାଖକୁ ଯାଉନଥିବା କହିଛନ୍ତି। ଖାଲି ଏତିକି ନୁହେଁ, ୫ ବର୍ଷହେବ ଗାଁରେ ବସିଥିବା ପାଣି ପମ୍ପ ହାଉସ ଅଚଳ ହୋଇପଡିଛି। ଦୁଇ ସାହିବାସୀଙ୍କ ପାଇଁ ପିଇବା ପାଣି ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ଆମେ ଶେଷ ସୀମାରେ ରହିଛୁ ବୋଲି ପ୍ରଶାସନ ଅଣଦେଖା କରୁଛୁ ବୋଲି ସାହିବାସୀ ଅଭିଯୋଗ କରିଛନ୍ତି। ପାଣି ସମସ୍ୟା କଥା କେହି ବୁଝୁନଥିବାରୁ ଆଗାମୀ ଦିନରେ ଗରା, ବାଲତିଧରି ବ୍ଲକ କାର୍ଯ୍ୟାଳୟକୁ ଜିବୁ ବୋଲି ଚେତାବନୀ ଦେଇଛନ୍ତି। ଖରାପ ହୋଇଥିବା ନଳକୂଅ ଯଦି ମରାମତି ହୋଇପାରିବ ନିଶ୍ଚିତ କରାଯିବ। ବାକି ନୂଆ ବସିବାର ଆବଶ୍ୟକତା ସମ୍ପର୍କରେ ସରପଞ୍ଚଲିଖିତ ଭାବେ ଜଣାଇଲେ ଆମେ ଉପରକୁ ପଠାଇବୁ ବୋଲି ବିଡିଓ ତନ୍ମିତା କର କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.