Home ଜିଲ୍ଲା ପରିକ୍ରମା ସି.ଏମ୍‌. ଟ୍ରଫି କ୍ରୀଡ଼ା ମହୋତ୍ସବ, ବାଳିକା ଫୁଟବଲ, ଏସ.ବି.ଡି. ଇଂଟରନ୍ୟାସନାଲ ସ୍କୁଲ ଚାମ୍ପିଆନ

ସି.ଏମ୍‌. ଟ୍ରଫି କ୍ରୀଡ଼ା ମହୋତ୍ସବ, ବାଳିକା ଫୁଟବଲ, ଏସ.ବି.ଡି. ଇଂଟରନ୍ୟାସନାଲ ସ୍କୁଲ ଚାମ୍ପିଆନ

2

ଭଦ୍ରକ, ୧୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ଆନୁକୁଲ୍ୟରେ ଭଦ୍ରକ ଜିଲ୍ଳା ପ୍ରଶାସନ ଓ ଜିଲ୍ଳା କ୍ରୀଡ଼ା ସଂଘ ମିଳିତ ଆୟୋଜନରେ ଚାଲିଥିବା ସି.ଏମ୍‌. ଟ୍ରଫି କ୍ରୀଡ଼ା ମହୋତ୍ସବର ରାନ୍ଦିଆ ରାମେଶ୍ୱର ସ୍କୁଲ ପଡ଼ିଆରେ ଅନୁଷ୍ଠିତ ବାଳିକା ବିଭାଗ ଫୁଟ୍‌ବଳ୍ ଚାମ୍ପିୟନ୍‌ସିପ୍‌ରେ ଭଦ୍ରକର ଏସ୍‌.ବି.ଡି. ଇଂଟରନ୍ୟାସ୍‌ନାଲ୍ ସ୍କୁଲ ଚାମ୍ପିଆନ୍ ହୋଇଛି। ଫାଇନାଲ୍ ଖେଳ ଏସ.ବି. ଡି. ଇଂଟରନ୍ୟାସନାଲ ସ୍କୁଲ ଓ ସରସ୍ୱତୀ ଶିଶୁ ମନ୍ଦିର, ପୁରୁଣା ବଜାର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୨/୧ ଗୋଲରେ ଏସ.ବି.ଡି. ଇଂଟରନ୍ୟାସନାଲ ସ୍କୁଲ ବିଜୟୀ ହୋଇ ୨୦୨୬ ର ସି.ଏମ୍‌. ଟ୍ରଫି ବାଳିକା ଫୁଟବଲ୍‌ର ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ଏସ୍‌.ବି.ଡି. ପକ୍ଷରୁ ମନ୍ଦିଲ ନାୟକ ୨ଟି ଗୋଲ ଦେଇଥିବା ବେଳେ ଶିଶୁ ମନ୍ଦିର ପକ୍ଷରୁ ସୁଶ୍ରୀ ସୁପ୍ରଭା ପରିଡ଼ା ଗୋଟିଏ ଗୋଲ ସ୍କୋର କରିଥିଲେ। ରେଫେରୀ ଭାବେ ଉତମ ବାରିକ, ମାନସ ବିଶ୍ୱାଳ, ଜୀତେନ୍ଦ୍ର ବାରିକ ଖେଳ ପରିଚାଳନା କରିଥିବା ବେଳେ ମହେଶ୍ୱର ପତି, ସଂଗ୍ରାମୀ ଦେବଦତ ନାୟକ, ମନୋଜ ସାହୁ, ରବିନାରାୟଣ ଓଝା, ସୌମ୍ୟକାନ୍ତ ଉପାଧ୍ୟାୟ, ରଘୁନାଥ ଦାସ, ନାସିର୍ ଅଲ୍ଲି, ଗୌରାଙ୍ଗ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ଜିଲ୍ଲା କ୍ରିଡ଼ା ଅଧିକାରୀ ଦେବବ୍ରତ ମହାପାତ୍ର, ଜିଲ୍ଲା ଆଥଲେଟିକ ଆସୋସିଏସନ୍‌ର ସଂପାଦକ ଧିରେନ ପଲାଇ, ସଦସ୍ୟ ଉପେନ୍ଦ୍ର ବାରିକ୍‌, ଯୁଗ୍ମ ସମ୍ପାଦକ ଅତିସ୍ କୁମାର ବେହେରା, ପୂର୍ବତନ ଫୁଟ୍‌ବଲ ଖେଳାଳୀ ପ୍ରମୋଦ ସ୍ୱାଇଁ, କ୍ଷୀରୋଦ ମହାପାତ୍ର, କ୍ଲବର ସମସ୍ତ ସଦସ୍ୟ ବିଜୟୀ ଦଳକୁ ଟ୍ରଫି ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଖେଳାଳୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.