Home ଜିଲ୍ଲା ପରିକ୍ରମା ସି.ଆର୍‌.ଏସ୍‌. ହାଇସ୍କୁଲର ୧୯୮୪ ମସିହା ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ସଭା

ସି.ଆର୍‌.ଏସ୍‌. ହାଇସ୍କୁଲର ୧୯୮୪ ମସିହା ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ସଭା

16

ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡ଼ି ସି.ଆର୍‌.ଏସ୍‌. ହାଇସ୍କୁଲର ୧୯୮୪ ବ୍ୟାଚ୍‌ର ଛାତ୍ରଛାତ୍ରୀଙ୍କୁ ନେଇ ବନ୍ଧୁମିଳନ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ସମରେନ୍ଦ୍ରନାଥ ମିଶ୍ରଙ୍କ ପୌରହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଶିକ୍ଷକ କୃପାସିନ୍ଧୁ କର, ସୋମନାଥ ପାଢ଼ୀ, ଡ. ଲକ୍ଷ୍ମୀଧର ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ବନ୍ଧୁମିଳନ ଉତ୍ସବ ପିଲାମାନଙ୍କର ସମ୍ପର୍କକୁ ନିବିଡ଼ କରିଥାଏ ବୋଲି କହିଥିଲେ । କ୍ରୀଡ଼ାଶିକ୍ଷକ ଗିରିଜା ରମଣ ଜେନା ଓ ଅବସରପ୍ରାପ୍ତ କିରାଣୀ କୃତ୍ତିବାସ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବିଦ୍ୟାଳୟର ଅବସରକାଳୀନ ଗୁରୁଜୀମାନଙ୍କୁ ଗୁରୁ ପୂଜା ସହିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପୁରାତନ ଛାତ୍ର ବିଶ୍ୱଜିତ୍ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ପୁରାତନ ଛାତ୍ର କିଶୋର କୁମାର ନାୟକ, ବିଭୂତି ଭୂଷଣ ତ୍ରିପାଠୀ, ହରେକୃଷ୍ଣ ବେହେରା, ସୁରେଶ କୁମାର ବିଶ୍ୱାଳ, ମନୋରଞ୍ଜନ ବେହେରା, ଅମୂଲ୍ୟ କୁମାର ସେଠୀ, ପ୍ରଫୁଲ୍ଲ କୁମାର ପାତ୍ର, ମନୋରଞ୍ଜନ କର, ବିଭୂତି ଭୂଷଣ ପାଣି, ସତ୍ୟବ୍ରତ କୁଣ୍ଡ, ବିଜୟ କୁମାର ବାରିକ, ସୌମେନ୍ଦ୍ର ପଣ୍ଡା, ଅଜୟ କୁମାର ବେହେରା, ଉଦୟ ତ୍ରିପାଠୀ, ବିଜୟ ସେଠୀ, ସୁରେନ୍ଦ୍ର କୁମାର ଦତ୍ତ, ଲକ୍ଷ୍ମଣ କୁମାର ପରିଡ଼ା, ରାଜେଶ୍ରୀ ଦାସ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ପୁରାତନ ଛାତ୍ର ସୁକାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.