Home ଅପରାଧ ସିସିଟିଭି ଫୁଟେଜ ମାଧ୍ୟମରେ ଚାରି ଲୁଟେରାଙ୍କୁ ଗିରଫ କଲା ପୋଲିସ

ସିସିଟିଭି ଫୁଟେଜ ମାଧ୍ୟମରେ ଚାରି ଲୁଟେରାଙ୍କୁ ଗିରଫ କଲା ପୋଲିସ

200

ବଲାଙ୍ଗୀର, ୦୩-୦୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ସହରର ମହିଲା ମହାବିଦ୍ୟାଳୟ ରାସ୍ତାରେ ଦିନ ଦିପହରେ ଭୁଜାଲି ଦେଖାଇ ହୋଇଥିବା ଲୁଟ ଘଟଣାରେ ବଲାଙ୍ଗୀର ଟାଉନ ଥାନା ପୋଲିସକୁ ସଫଳତା ମିଲିଛି। ଅପରାଧ ନିୟନ୍ତ୍ରଣ ପାଇଁ ସହରରେ ଲାଗିଥିବା ସିସିଟିଭି ଫୁଟେଜରୁ ଅଭିଯୁକ୍ତ ମାନଙ୍କୁ ଠାବ କରି ପୋଲିସ ଅଭିଯୋଗର ଦିନକ ଭିତରେ ଚାରିଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ଗତ ଜୁଲାଇ ୩୧ ତାରିଖରେ ସୋନପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳର ସଚ୍ଚିଦାନନ୍ଦ ସେଠୀ ନିଜ ବାଇକରେ ମହିଳା ମହାବିଦ୍ୟାଳୟ ରାସ୍ତାରେ ଆସୁଥିଲେ। ଦିନ ପ୍ରାୟ ୧ଟା ୩୦ ମିନିଟରେ ଚାରି ଜଣ ଯୁବକ ହଠାତ ତାଙ୍କୁ ଅଟକାଇଥିଲେ। କିଛି ବୁଝିବା ପୂର୍ବରୁ ସେହି ଯୁବକ ମାନେ ଭୂଜାଲି ଦେଖାଇ ତାଙ୍କ ଠାରୁ ୧୭ ହଜାର ୯ ଶହ ଟଙ୍କା, ଗୋଟିଏ ଭିଭୋ ମୋବାଇଲ ଫୋନ ଲୁଟ କରି ଚମ୍ପଟ ମାରିଥିଲେ। ଘଟଣା ବିଷୟରେ ସଚ୍ଚିଦାନନ୍ଦ ୨ ତାରିଖରେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ହେବା ପରେ ଟାଉନ ଥାନା କେସ ନଂ ୩୩୦ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ଲଗାଯାଇଥିବା ସିସିଟିଭ ଫୁଟେଜ ଯାଞ୍ଚ କରିବା ପରେ ଚାରି ଜଣ ନୁହଁ ଏହି ଘଟଣାରେ ଛଅ ଜଣ ଅଭିଯୁକ୍ତ ସାମିଲ ଥିବା ପୋଲିସ ଜାଣିବାକୁ ପାଇଥିଲା। ଦୁଇ ଜଣ ମୁଖ୍ୟ ଅଭିଯୁକ୍ତ ଚାରି ଜଣଙ୍କୁ ଖବର ପହଞ୍ଚାଉଥିଲେ। ଫୁଟେଜର ତଥ୍ୟ ବ୍ୟବହାର କରି ପୋଲିସ ସୋମବାର ଉକ୍ତ ଚାରି ଜଣଙ୍କୁ ଗିରଫ କରିଛି। ଗିରଫ ଚାରି ଜଣ ହେଲେ ବିଭୂତିପଡାର ରାକେଶ ଭୋଇ ଓ ଗୈାତମ ସୁନା, ଚିମନୀଭାଟିପଡାର ସିତୁ ବନଛୋର ଓ ବିକାଶ ବୁଡେକ ବୋଲି ପୋଲିସ ସୂଚନା ଦେଇଛି। ଅଭିଯୁକ୍ତ ମାନଙ୍କ ପାଖରୁ ନଗଦ ଦୁଇ ହଜାର ଟଙ୍କା ଓ ଗୋଟିଏ ମୋଟରସାଇକେଲ ପୋଲିସ ଜବତ କରିଥିବା ଟାଉନ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.