Home ଜିଲ୍ଲା ପରିକ୍ରମା ସିପିଆଇ ଜୋନ୍ ସ୍ତରୀୟ ସାଂଗଠନିକ କର୍ମଶାଳା

ସିପିଆଇ ଜୋନ୍ ସ୍ତରୀୟ ସାଂଗଠନିକ କର୍ମଶାଳା

16

ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବନ୍ତ ଜୋନ କମିଟିର ସାଂଗଠନିକ କର୍ମଶାଳା ପାର୍ଟି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନେତା ସାଥୀ ଫକୀର ଚରଣ ବିଶ୍ୱାଳଙ୍କ ସଭାପତିତ୍ୱରେ କର୍ମଶାଳାକୁ ସି.ପି.ଆ.ଇ ରାଜ୍ୟ ସମ୍ପାଦକ ଡଃ.ପ୍ରଶାନ୍ତ କୁମାର ମିଶ୍ର ଉଦ୍‌ଘାଟନ କରି କହିଲେ,ପାର୍ଟିିର ଶତ ବାର୍ଷିକ ପ୍ରତିଷ୍ଠା ଦିବସ ଡିସେମ୍ବର ୧୮ ରେ ବାଲେଶ୍ୱରରେ ପାଳନ କରାଯିବ । ଏଥିରେ ସମସ୍ତ ସାଥୀ ଯୋଗଦାନ କରି କୃଷକ, ଶ୍ରମିକ ଓ ଗରିବ ଜନସାଧାରଣଙ୍କ ପାଇଁ ଗଣସଂଗ୍ରାମ ଓ ଆନ୍ଦୋଳନ କରିବା ନେଇ ଆହ୍ୱାନ ଜଣାଇଥିଲେ । ଏଥିସହ ପାର୍ଟିର ଆଗାମୀ ଚଣ୍ଡିଗଡ ମହା ଅଧିବେଶନରେ ଦେଶର ବାମପନ୍ଥୀକୁ ଅଧିକ ଶକ୍ତିଶାଳୀ କରିବା ସହିତ ଗଣତାନ୍ତ୍ରିକ ଧର୍ମନିରପେକ୍ଷ ଶକ୍ତିକୁ ଏକତ୍ରିତ କରି ଗଣତନ୍ତ୍ର ସୁରକ୍ଷା ଓ ଜନଗଣଙ୍କ ଅଧିକାର ପାଇଁ ସିପିଆଇର ଲଢେଇକୁ ଜୋରଦାର କରିବାକୁ ନିବେଦନ କରିଥିଲେ । ଏଥିରେ ସିପିଆଇ ରାଜ୍ୟସମ୍ପାଦକ ସାଥୀ ଜୟନ୍ତ ଦାସ, ଜିଲ୍ଲା ସମ୍ପାଦକ ସାଥୀ ଶୁଭେନ୍ଦ୍ର ମହାନ୍ତି, ବନ୍ତ ଜୋନ୍ ସମ୍ପାଦକ ଗୋପବନ୍ଧୁ ସେଠୀ, ଟିଲୋ ସରପଂଚ ସଂଗ୍ରାମ କେଶରୀ ଜେନା, ଦିଲ୍ଲୀପ କୁମାର ନାୟକ ପ୍ରମୁଖ ପାର୍ଟିର ଶତବାର୍ଷିକକୁ ସଫଳ କରିବା ନେଇ ମତ ରଖିôଥିଲେ । ଉମାକାନ୍ତ ମହାପାତ୍ର, ବିଷ୍ଣୁ ଚରଣ ଜେନା, ଭାସ୍କର ଚନ୍ଦ୍ର ବେହେରା, ପର୍ଶୁରାମ ସ୍ୱାଇଁ, ଅଭିମନ୍ୟୁ ଜେନା,କମଳାକାନ୍ତ ଜେନା, ନୃସିଂହ ଚରଣ ଦାସ, କୃଷ୍ଣଚନ୍ଦ୍ର ରାଉତ, ପଂଚାନନ ସେଠୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.