Home ଜିଲ୍ଲା ପରିକ୍ରମା ସିପିଆଇ(ଏମ) ନେତ୍ରୀ ଅନ୍ନପୂର୍ଣ୍ଣା ଯେନାଙ୍କ ସ୍ମୃତି ଚାରଣ ସଭା

ସିପିଆଇ(ଏମ) ନେତ୍ରୀ ଅନ୍ନପୂର୍ଣ୍ଣା ଯେନାଙ୍କ ସ୍ମୃତି ଚାରଣ ସଭା

4

ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅବିଭକ୍ତ ଚୂଡାକୁଟି ଗ୍ରାମ ପଂଚାୟତ ଅଧୁନା ଦଇପୁର ଗ୍ରାମ ପଂଚାୟତର ସିପିଆଇ(ଏମ) ନେତ୍ରୀ ଅନ୍ନପୂର୍ଣ୍ଣା ଯେନା ଙ୍କ ସ୍ମୃତି ଚାରଣ ସଭା ତାଙ୍କ ନିଜ ଗ୍ରାମ ନାରଣପୁର ଠାରେ ସମାଜସେବୀ ଅମର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଅନୁଷ୍ଠିତ ହୋଇଯାଇଛି । ଅନ୍ନପୂର୍ଣା ଯେନା ସିପିଆଇ(ଏମ) କୃଷକ ଫ୍ରଂଟ ରେ ନିଜ କାର୍ଯ୍ୟ ଆରମ୍ଭ କରି ଅବିଭକ୍ତ ଚୂଡାକୁଟି ଗ୍ରାମ ପଂଚାୟତର କୃଷକ ମାନଙ୍କ ପାଇଁ ଅହରହ ସଂଗ୍ରାମ କରୁଥିଲେ । ଜଣେ ସାଲିସବିହୀନ କମ୍ୟୁନିଷ୍ଟ ନେତ୍ରୀ ଭାବେ ସେ ଚୂଡାକୁଟି ଅଂଚଳରେ ସୁଖ୍ୟାତି ଅର୍ଜନ କରିଥିଲେ । ୧୯୯୫ ମସିହାରେ ଚୂଡାକୁଟି ଗ୍ରାମ ପଂଚାୟତରେ ସିପିଆଇ(ଏମ) ର ସମିତିସଭ୍ୟା ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି ସେ ଖୁବ୍ କମ୍ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ ହେଁ ଜୀବନର ଶେଷ ପର୍ଯ୍ୟନ୍ତ ଚୂଡାକୁଟି ଅଂଚଳରେ କୃଷି, କୃଷକ ଓ କୃଷି ଶ୍ରମିକ ମାନଙ୍କ ସୁରକ୍ଷା ପାଇଁ ଲଢେଇ ଜାରି ରଖି ଅପରାଜେୟ ନେତ୍ରୀ ଭାବେ ପ୍ରତିଷ୍ଠା ଅର୍ଜନ କରିଥିଲେ । ଏହି ସ୍ମୃତି ଚାରଣ ସଭା ରେ ସିପିଆଇ(ଏମ)ର ବରିଷ୍ଠ ନେତା ଚନ୍ଦ୍ରଶେଖର ନାୟକ, ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଅନ୍ୟତମ ଜିଲ୍ଲା କମିଟି ସଭ୍ୟ ତଥା ବରିଷ୍ଠ ଅଧିବକ୍ତା ଗିରିଧାରୀ ନାଥ, ଭଦ୍ରକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତି ଟୁନିବାଳା ବିଶ୍ୱାଳ, ସିପିଆଇ(ଏମ) ନେତା ଜୟନୁଲ ଆବେଦିନ, ଯୁବନେତା ବିପ୍ଲବ ଜେନା, ଚାଷୀ ନେତା ଚୈତନ୍‌ଯ ଯେନା ପ୍ରମୁଖ ଯୋଗଦେଇ ଅନ୍ନପୂର୍ଣା ଯେନା ଙ୍କ ନୀତି, ଲକ୍ଷ୍ୟ ଓ ଆଦର୍ଶ ସଂପର୍କରେ ଆଲୋଚନା କରିବା ସହ ତାଙ୍କ ଅମ୍ଳାନ ସ୍ମୃତିକୁ ସବୁଦିନ ପାଇଁ ସାଇତି ରଖିବା ପାଇଁ ବର୍ତମାନ ଆମ ଦେଶରେ ଚାଲିଥିବା ନବ୍ୟ ଫାଶୀବାଦୀ ଶାସନ ଓ କର୍ପୋରେଟ ଲୁଣ୍ଠନ ବିରୁଦ୍ଧରେ ଲଢେଇ କରିବାକୁ ଆହ୍ୱାନ ଜଣାଇଥିଲେ । ଏହି ସ୍ମୃତି ଚାରଣ ସଭାରେ ଅନ୍ନପୂର୍ଣା ଯେନା ଙ୍କ ପରିବାରବର୍ଗ, ବନ୍ଧୁବାନ୍ଧବ ଓ ବହୁ ବିଶିଷ୍ଟ ବ୍ୟକ୍ତି ସ୍ମୃତି ଚାରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.