ଭଦ୍ରକ, ୧୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ବାତିଲ କରିବା,ବିଜେପି ଶାସିତ ବିଭିନ୍ନ ରାଜ୍ୟ ରେ ଆସିଥିବା ଚାଷୀ ବିରୋଧୀ କୃଷି ଆଇନ ବାତିଲ, ଅତ୍ୟାବଶ୍ୟକ ସାମଗ୍ରୀ ର ଦର କମାଇବା, ଏମ୍ ଏନ୍ ଆର ଇଜିଏସ ଯୋଯନା ରେ ବର୍ଷ କୁ ମୂଲିଆ ମାନଙ୍କୁ ୨୦୦ ଦିନ କାମ ଓ ଦୈନିକ ୬୦୦ ଟଙ୍କା ମଜୁରୀ ପ୍ରଦାନ, ଆୟୁସ୍ମାନ ଯୋଜନାରେ ଚାନ୍ଦବାଲି ବ୍ଲକର ସମସ୍ତ ପରିବାର କୁ ସାମିଲ କରାଯିବା, ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ସମସ୍ତ ବୃଦ୍ଧ ଲୋକଙ୍କୁ ମାସିକ ଭତା ସର୍ବନିମ୍ନ ୩୦୦୦ ଟଙ୍କା ପ୍ରଦାନ, ସମସ୍ତ ଲୋକଙ୍କୁ ମାସିକ ୩୦୦ ୟୁନିଟ ବିଜୁଳି ମାଗଣାରେ ଯୋଗାଇଦେବା ଆଦି ଦାବି ନେଇ ସିପିଆଇ(ଏମ) ଚାନ୍ଦବାଲି ଆଂଚଳିକ କମିଟି ବୈଠକ ବରିଷ୍ଠ ସିପିଆଇ(ଏମ) ନେତା ସୃଷ୍ଟିଧର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ମତୋ ବାସନ୍ତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଅନ୍ୟତମ ଜିଲ୍ଲା କମିଟି ସଭ୍ୟ ମଳୟ ଭୋଇ, ଚାନ୍ଦବାଲି ଆଞ୍ଚଳିକ କମିଟି ସଂପାଦକ ଗୌରାଙ୍ଗ ଯେନା, ଚାନ୍ଦବାଲି ଆଂଚଳିକ କମିଟି ସଭ୍ୟ ପ୍ରତାପ ମହାଳିକ, ବ୍ରହ୍ମାନନ୍ଦ ପରିଡା, ଚକ୍ରଧର ଦାସ, ଶଙ୍କର୍ଷଣ ବିଶ୍ୱାଳ, ଗଙ୍ଗାଧର ମହାଳିକ ପ୍ରମୁଖ ଯୋଗଦେଇ ଆସନ୍ତା ଅପ୍ରେଲ ୧୭ ତାରିଖ ମୂଲିଆ ମାନଙ୍କ ବିଭିନ୍ନ ଦାବିନେଇ ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଶ୍ରମିକ ବିରୋଧୀ ଶ୍ରମକୋର୍ଡ ବିରୁଦ୍ଧରେ ଆସନ୍ତା ମେ ୨୦ ତାରିଖ ରେ ଅନୁଷ୍ଠିତ ହେବାକୁ ଥିବା ସର୍ବଭାରତୀୟ ସାଧାରଣ ଧର୍ମଘଟ କୁ ଚାନ୍ଦବାଲିସଗ ବ୍ଲକରେ ସଫଳ କରିବାକୁ ଆଂଚଳିକ କମିଟି ବୈଠକରେ ନିଷ୍ପତି ନିଆଯାଇଛି ।