Home ଜିଲ୍ଲା ପରିକ୍ରମା ସିପିଆଇ(ଏମ୍‌) ଭଦ୍ରକ ଶାଖା ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର

ସିପିଆଇ(ଏମ୍‌) ଭଦ୍ରକ ଶାଖା ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର

12

ଭଦ୍ରକ, ୨୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାତ୍ୟା ଦାନା ଜନିତ ବନ୍ୟାରେ କଚ୍ଚାଘର ଭାଙ୍ଗିଥିବା କ୍ଷତିଗ୍ରସ୍ତଙ୍କୁ ଆବାସ ଯୋଜନାରେ ବାସଗୃହ ଯୋଗାଇବା, ନଷ୍ଟ ହୋଇଥିବା ଧାନ ଓ ପରିବାଚାଷୀଙ୍କୁ ସଠିକ୍ ଆକଳନ ପୂର୍ବକ କ୍ଷତିପୂରଣ ଦେବା, ବନ୍ୟା ପାଣିଘେରରେ ଥିବା ଲୋକଙ୍କୁ ପିଇବା ପାଣି ଓ ବିଦ୍ୟୁତ୍ ସଂଯୋଗ ତୁରନ୍ତ ଯୋଗାଇ ଉପୁଡି ପଡିଥିବା ବିଦ୍ୟୁତ୍ ଖୁଂଟକୁ ସଜାଡିବାର ବ୍ୟବସ୍ଥା କରିବା, ଧୋଇଯାଇଥିବା ରାସ୍ତାର ପୁନଃ ସଂଯୋଗ କରାଯାଇ ଗମନାଗମନ କରିବାର ସୁନିଶ୍ଚିତ କରାଯିବା, ଜଳବନ୍ଦୀରେ ଥିବା ଚାଷୀ ଓ ଚାଷକୁ ରକ୍ଷା କରିବା ପାଇଁ ତିହିଡି ବ୍ଲକ୍‌ର ବାରୋ, ବିଲଣା, ବୋଡକ, ତଳଗୋପବିନ୍ଧା, କାଁପଡା, ଶ୍ୟାମସୁନ୍ଦରପୁର, ମଧୁପୁର, ବାରସର, ଚାନ୍ଦବାଲି ବ୍ଲକ୍‌ର ମାଧପୁର ସମେତ ଅନ୍ୟ ଅଂଚଳର ଚାଷୀଙ୍କ ସ୍ଥାୟୀ ସମାଧାନ ପାଇଁ ନାଳ ଖନନ ଓ ଜଳ ନିଷ୍କାସନ, ଆବଶ୍ୟକ ସ୍ଥଳେ ବନ୍ଧ ନିର୍ମାଣ କରାଯାଇ ଜଳସେଚନର ବ୍ୟବସ୍ଥା କରାଯିବା ପାଇଁ ଜିଲା ପ୍ରଶାସନ ଓ ରାଜ୍ୟ ସରକାର ଦୃଷ୍ଟି ଦେବା, ବାତ୍ୟା ଦାନା ଓ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତିରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିର ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବା ଭଳି ୭ ଦଫା ଦାବି ନେଇ ଆଜି ସିପିଆଇ(ଏମ୍‌), ଭଦ୍ରକ ଶାଖା ପକ୍ଷରୁ ଜିଲା ସଂପାଦକ ଦିବ୍ୟସିଂହ ନାୟକ, ଜିଲା ସଂପାଦକ ମଣ୍ଡଳୀ ସଭ୍ୟ ପ୍ରଫୁଲ୍ଲ ପାଢୀ, ପ୍ରଭାସ ମହାପାତ୍ର, ଯୁବନେତା ପ୍ରତାପ ସେଠୀ, କୃଷକ ନେତା ଅଭିରାମ ବଳ ପ୍ରମୁଖ ଜିଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନେ ଏହି ଦାବିପତ୍ରରେ ଦର୍ଶାଇଥିବା ତଥ୍ୟମୂଳେ ସିପିଆଇଏମ୍ ପକ୍ଷରୁ ଏକ ପ୍ରତିନିଧି ଦଳ ଜିଲାର କ୍ଷତିଗ୍ରସ୍ତ ଚାନ୍ଦବାଲି, ତିହିଡି, ଧାମନଗର, ବାସୁଦେବପୁର ବ୍ଲକ୍ ପରିଦର୍ଶନ କରିବା ପରେ ଏ ସମସ୍ତ ସମସ୍ୟା ଉପଲବ୍ôଧ କରି ଜିଲା ପ୍ରଶାସନକୁ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.