Home ଜିଲ୍ଲା ପରିକ୍ରମା ସିପିଆଇ(ଏମ୍‌) ଓ ସିଆଇଟିୟୁ ପକ୍ଷରୁ ଭଦ୍ରକ ସହରାଂଚଳର ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତୋଳନ

ସିପିଆଇ(ଏମ୍‌) ଓ ସିଆଇଟିୟୁ ପକ୍ଷରୁ ଭଦ୍ରକ ସହରାଂଚଳର ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତୋଳନ

22

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମ ଦେଶ ସ୍ୱାଧୀନତାର ୭୭ ବର୍ଷ ପୂର୍ତି ତଥା ୭୮ତମ ସ୍ୱାଧୀନତା ଦିବସ ଅବସରରେ ସିପିଆଇ(ଏମ୍‌) ଓ ସିଆଇଟିୟୁ ପକ୍ଷରୁ ଭଦ୍ରକ ସହରାଂଚଳର ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତୋଳନ କରାଯାଇଛି । ଚରମ୍ପାସ୍ଥିତ ଆରସିବିଏଲ୍ ଉଚ୍ଚ ବିଦ୍ୟାଳୟ ନିକଟରେ ସିଆଇଟିୟୁ ସହବନ୍ଧିତ ଭଦ୍ରକ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଆୟୋଜିତ ଜାତୀୟ ପତାକା ଉତୋଳନ କାର୍ଯ୍ୟକ୍ରମରେ ସିପିଆଇ(ଏମ୍‌) ଭଦ୍ରକ ଜିଲା ସଂପାଦକ ତଥା ସିଆଇଟିୟୁ ଜିଲା ସଭାପତି ଦିବ୍ୟସିଂହ ନାୟକ ଜାତୀୟ ପତାକା ଉତୋଳନ କରିଥିବାବେଳେ ଚରମ୍ପା ମୋଟିଆ ସଂଘ ପକ୍ଷରୁ ଆୟୋଜିତ ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ଶ୍ରମିକ ନେତା ଭାଗୀରଥି ନାୟକ ଜାତୀୟ ପତାକା ଉତୋଳନ କରିଥିଲେ । ସେହିପରି ଚରମ୍ପା ଟ୍ୟାକ୍ସି ଷ୍ଟାଣ୍ଡ ନିକଟରେ ଭଦ୍ରକ ମୋଟର କର୍ମଚାରୀ ସଂଘ ପକ୍ଷରୁ ଆୟୋଜିତ ଜାତୀୟ ପତାକା ଉତୋଳନ କାର୍ଯ୍ୟକ୍ରମରେ ଶ୍ରମିକ ନେତା ସେକ୍ ଅବଦୁଲ ସଲାମ, ବନ୍ତଛକ ଠାରେ ସିପିଆଇ(ଏମ୍‌) ଭଦ୍ରକ ଆଂଚଳିକ କମିଟି ପକ୍ଷରୁ ସଂଗଠିତ କାର୍ଯ୍ୟକ୍ରମରେ ସିପିଆଇ(ଏମ୍‌) ଜିଲା ସଂପାଦକ ମଣ୍ଡଳୀ ସଭ୍ୟ ପ୍ରଫୁଲ୍ଲ ପାଢୀ, କଚେରୀ ମୋଟିଆ ସଂଘ ପକ୍ଷରୁ ଆୟୋଜିତ ଜାତୀୟ ପତାକା ଉତୋଳନ କାର୍ଯ୍ୟକ୍ରମରେ ଶ୍ରମିକ ନେତା ସେକ୍ ସତାରୁଦ୍ଦିନ୍‌, କଚେରୀ ମାଛ ମାର୍କେଟରେ ସିଆଇଟିୟୁ ମାଛ ମାର୍କେଟ୍ ସଂଘ ପକ୍ଷରୁ ଆୟୋଜିତ ସଭାରେ ଶ୍ରମିକ ନେତା ସେକ୍ ଭାଲୁ ଜାତୀୟ ପତାକା ଉତୋଳନ କରିଥିଲେ । ଭଦ୍ରକ ସହରାଂଚଳ ବ୍ୟାପୀ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଗୁଡିକରେ ଅନ୍ୟମାନଙ୍କ ମଧ୍ୟରେ ସିଆଇଟିୟୁ ଜିଲା ସଂପାଦକ କାଳନ୍ଦୀ ପାତ୍ର, ସିପିଆଇ(ଏମ୍‌) ଭଦ୍ରକ ଜିଲା କମିଟି ସଭ୍ୟ ବିକାଶ ନାଥ, ଶ୍ରମିକ ନେତା ନରେନ୍ଦ୍ର ଦାସ, ସେକ୍ କମର, ସେକ୍ ସିକୁ, ମଂଟୁ ମୁଣ୍ଡା ପ୍ରମୁଖ ଭାରତର ମୁକ୍ତି ସଂଗ୍ରାମରେ ବିପ୍ଳବୀ ମାନଙ୍କ ଭୂମିକା ଓ ଆମ ଦେଶ ସ୍ୱାଧୀନତାର ସୁରକ୍ଷା ପାଇଁ ସ୍ୱାଧୀନତା ଦିବସରେ ଆହ୍ୱାନ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.