ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସିନ୍ଧୁକେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ମୁକ୍ତିକାନ୍ତ ନାୟକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବନ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁକିର୍ତୀ କର ତାଙ୍କ ବକ୍ତବ୍ୟରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଶିକ୍ଷାଦାନକୁ ବ୍ରତ ଭାବେ ଗ୍ରହଣ କରି ଶ୍ରଦ୍ଧାରେ ଶିକ୍ଷାଦାନ କଲେ ତାହା ଛାତ୍ରଛାତ୍ରୀଙ୍କ ପାଇଁ ଗ୍ରହଣୀୟ ହୋଇ ପାରିବ ବୋଲି କହିଥିଲେ । ବିଶିଷ୍ଟ ଅତିଥି ଭାବେ ହାଇଟେକ୍ ମେଡିକାଲ୍ କଲେଜର ବରିଷ୍ଠ ଅସ୍ଥିସଲ୍ୟ ବିଭାଗର ଡାକ୍ତର ଦାମୋଦର ପଣ୍ଡା, ମୁଖ୍ୟବକ୍ତା ଭାବେ ସୁନାମଧନ୍ୟ ବୈଦିକ ପ୍ରବକ୍ତା ପଣ୍ଡିତ ବିରେନ୍ଦ୍ର ପଣ୍ଡା, ବିଶିଷ୍ଟ ଅତିଥି ଭବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଗୋବିନ୍ଦ ଚନ୍ଦ୍ର ସାହୁ, ବିଦ୍ୟାଳୟ କମିଟି ସଭାପତି ଭଗିରଥ ସାହୁ, ଶିକ୍ଷାବିତ୍ ମୁରଲୀ ଧର ପଣ୍ଡା, ପ୍ରତିଭା ନାୟକ, ସାଧନ କେନ୍ଦ୍ର ସଂଯୋଜକ ଅକ୍ଷୟ କୁମାର ସାହୁ, ପଚଂସଖା ଶିକ୍ଷ ସେତୁ ସଭାପତି ପ୍ରଭାକର ମହାଳିକ, ପଣ୍ଡିତ ଲକ୍ଷ୍ମୀଧର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ଉତମ ରୂପେ ଗଢି ତୋଳିବାରେ ମା ମାନଙ୍କ ଭୂମିକା ଗୁରୁତ୍ୱ ପୂର୍ଣ୍ଣ ବୋଲି କହିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ପ୍ରତିଯୋଗିତା ର କୃତୀ ଛାତ୍ରଛାତ୍ରୀଙ୍କୁ ପରସ୍କୃତ କରାଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷରେ ଶିକ୍ଷକ ସୁଶାନ୍ତ କୁମାର ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ କୈଳାସ ଚନ୍ଦ୍ର ପାଣିଗ୍ରାହୀ, ନିତ୍ୟାନନ୍ଦ ରାଉତ, ଉପମନ୍ୟୁ ଖୁଟିଂଆ, ହୃଷିକେଷ ନାଗ, ଅର୍ନ୍ତଯ୍ୟାମୀ ମଲ୍ଲିକ୍,ଷ୍ଟାଲିନ୍ ପାଣିଗ୍ରାହୀ, ଶୁଭେନ୍ଦୁ ପଣ୍ଡା, ଇତିଶ୍ରୀ ଜେନା, ଜ୍ୟୋତିଶ୍ରୀ ଜେନା, ରୀତାଞ୍ଜଳୀ ମହାକୁଡ, ସରସ୍ୱତୀ ଜେନା, ମଧୁସ୍ମିତା ରାଉତ, ଅନୁସୟା ଜେନା, ଜାମଳା ଜେନା ପ୍ରମୁଖ ସମସ୍ତ ଦାୟିତ୍ୱ ତୁଲାଇ ଥିଲେ ।








