Home ଓଡ଼ିଶା ସିନ୍ଧିପୁଟରେ ବ୍ରିଜ ନିର୍ମାଣ ପାଇଁ କଂଗ୍ରେସ ବିଧାୟକଙ୍କ ଶୋଭାଯାତ୍ରାରେ କଂଗ୍ରେସ ଦଳର ଚିହ୍ନ ଓ ପତାକା...

ସିନ୍ଧିପୁଟରେ ବ୍ରିଜ ନିର୍ମାଣ ପାଇଁ କଂଗ୍ରେସ ବିଧାୟକଙ୍କ ଶୋଭାଯାତ୍ରାରେ କଂଗ୍ରେସ ଦଳର ଚିହ୍ନ ଓ ପତାକା ନାହିଁ ;ବିଧାୟକ ଦଳ ଛାଡିବେ କି !

91

କୋରାପୁଟ ; ତା୦୩-୧୦-୧୮(ଓଡିଆପୁଅ /ରଂଜନ କୁମାର ଦାସ) ସିନ୍ଧିପୁଟଠାରେ ବ୍ରିଜ ନିର୍ମାଣ ନିମନ୍ତେ ଲମତାପୁଟ ବ୍ଲକର ଟିକରପଡା, କୁମ୍ଭାରଗନ୍ଧାଣା, ଉମ୍ବେଲ, ବନମାଳିପୁଟ ଓ କୋରାପୁଟ ବ୍ଲକର ସୁକୁ ଏବଂ ଲଙ୍କାପୁଟ ପଂଚାୟତର ଲୋକମାନଙ୍କ ସହ କଂଗ୍ରେସର କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ସ୍ଥାନୀୟ ରେଲବାଇ ଛକଠାରୁ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ ଅଫିସକୁ ଆସି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦେଇଥିଲେ।କିନ୍ତୁ କଂଗ୍ରେସ ବିଧାୟକ ଶ୍ରୀ ସଗରିଆ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ମଧ୍ୟ କଂଗ୍ରେସ ଦଳର ଚିହ୍ନ ଓ ପତାକା ନ ଥିବା ଦେଖିବାକୁ ମିଳିଥିଲା।ଓଡିଶା କଂଗ୍ରେସ ଅନୁସୂଚିତ ଜାତି ସେଲର ଅଧ୍ୟକ୍ଷ ଥିବା ଶ୍ରୀ ସଗରିଆକୁଂ ଦଳ ପରିବର୍ତ୍ତନ କରିଥିଲେ। ଏହାପରେ ଶ୍ରୀ ସଗରିଆ ଅସନ୍ତୋଷ ବ୍ୟକ୍ତ କରିବା ସହ ସେ ଦଳ ଛାଡିବା ନେଇ ଚର୍ଚ୍ଚା ହେଉଥିଲା।କିନ୍ତୁ ସେ ଦଳ ଛାଡିଲେ ନାହିଁ। ଏବେ କୋରାପୁଟଠାରେ ହୋଇଥିବା ଶୋଭାଯାତ୍ରାରେ ସେ କାହିଁକି କଂଗ୍ରେସର ଚିହ୍ନ କିମ୍ବା ପତାକା ବ୍ୟବହାର କଲେ ନାହିଁ ତାହାକୁ ନେଇ ନାନା ସନ୍ଦେହ ପ୍ରକାଶ ପାଇଛି।

କୋଲାବ ଜଳବିଦ୍ୟୁତ ପ୍ରକଳ୍ପ ଦ୍ୱାରା ଉକ୍ତ ପଂଚାୟତ ଗୁଡିକ ବିଛିନ୍ନ ହୋଇ ରହିଥିବାରୁ ବ୍ଲକ ଓ ଜିଲ୍ଲା ସଦର ମହକୁମାକୁ ଯିବା ନିମନ୍ତେ ସିନ୍ଧିପୁଟ ନଦୀ ଘାଟରେ ଏକ ଭଙ୍ଗା ଦଦରା ଦେଶୀ ଡଙ୍ଗା ହିଁ ସାହା ଭରସା ହୋଇଥିବାରୁ ରାଜ୍ୟ ସରକାରଙ୍କୁ ସିନ୍ଧିପୁଟ ନଦୀଘାଟରେ ଏକ ବ୍ରିଜ ନିର୍ମାଣ କରିବାକୁ ବାରମ୍ବାର ଦାବି କରିବା ସତ୍ୱେ କର୍ଣ୍ଣପାତ ନ କରିବାରୁ ଆଜି ବାଧ୍ୟ ହୋଇ କୋରାପୁଟକୁ ଦାବି ଜଣେଇବାକୁ ଆସିଥିଲୁ ବୋଲି ବାସିନ୍ଦା ଜଗବନ୍ଧୁ ପାଙ୍ଗୀ ପ୍ରକାଶ କରିଥିଲେ।କୋରାପୁଟ ବିଧାୟକ ଶ୍ରୀ ସଗରିଆ ଏ ସଂପର୍କରେ ପଚାରିଥିବା ଉତରେ ସରକାର କୈାଣସି ପଦକ୍ଷେପ ନେଇ ନ ଥିଲେ।ଏ ସଂପର୍କରେ କେନ୍ଦ୍ର ପେଟ୍ରୋଲିୟନ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଥିଲୁ ବୋଲି ସେ ସୂଚନା ଦେଇଥିଲେ।ରାଜ୍ୟ ସରକାର ଏକ ପ୍ରସ୍ତାବ ଦେଲେ ସିଆରଏଫ ଫଣ୍ଠରୁ ବ୍ରିଜ ନିର୍ମାଣ ନିମନ୍ତେ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ରାଜ୍ୟ ମୁଖ୍ୟମନ୍ତ୍ରୀ ନବିନ ପଟନାୟକଙ୍କୁ ଏକ ଚିଠି ପ୍ରେରଣ କରିଥିଲେ।ଚିଠି ଦେବାର ୬ ମାସ ବିତିଯାଇଥିଲେ ସୁଦ୍ଧା ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଲେ ନାହିଁ ବୋଲି ସେ ଅଭିଯୋଗ କରିଥିଲେ।କୋତାବାଲସାଠାରୁ କେରେଣ୍ଡୁଳ ରେଲ ଲାଇନ ଯୋଗୁଁ ଲମତାପୁଟ ବ୍ଲକର ବହୁ ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇ ରହିଅଛି।ବର୍ତମାନ ୨ ୟ ରେଳଲାଇନ କାର୍ଯ୍ୟ ଚାଲୁଅଛି ଫଳରେ ଲୋକମାନେ ନାହିଁ ନ ଥିବା ଅସୁବିଦାର ସମ୍ମୁଖିନ ହେଉଛନ୍ତି ବୋଲି ସେ ପ୍ରକାଶ କରିଥିଲେ।ସେଥି ନିମନ୍ତେ ପୂର୍ବରୁ ରେଳ ପୁସିଂ ବ୍ରିଜ ନିର୍ମାଣ ଦାବି କରି ଲୋକମାନେ ରେଲରୋକ କରିଥିଲେ।ଏହି ବ୍ରିଜର ନିର୍ମାଣ ନିମନ୍ତେ ରେଳ ବିଭାଗ ଓଡିଶା ସରକାରଙ୍କଠାରୁ ୨୧ କୋଟି ୩୮ ଲକ୍ଷ ୧୦ ହଜାର ୮୬୬ ଟଙ୍କାର ଅନୁଦାନ ଦେବା ପାଇଁ ନିବେଦନ କରିଥିଲେ ବୋଲି ସେ ପ୍ରକାଶ କରିଥିଲେ।କିନ୍ତୁ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ଉପରୋକ୍ତ ଅର୍ଥ ରେଳ ବିଭାଗକୁ ହସ୍ତାନ୍ତର କରି ନ ଥିବା ସେ ସୂଚନା ଦେଇଥିଲେ।ରାଜ୍ୟ ସରକାର ତୁରନ୍ତ ଏହା କାର୍ଯ୍ୟକାରୀ କରିବାକୁ ସେ ଦାବି କରିଥିଲେ।କୋରାପୁଟ ବ୍ଲକର ସୁକୁ ଓ ଲଙ୍କାପୁଟ ପଂଚାୟତ କୋଲାବ ଜଳଭଣ୍ଡାର ଦ୍ୱାରା ବିଛିନ୍ନ ହୋଇ ରହିଛି।ଗ୍ରାମବାସୀମାନେ କୋରାପୁଟ ସଦର ମହକୁମା ଉପରେ ନିର୍ଭର କରିଥାନ୍ତି।ତେଣୁ ଦେଉଳା ନିକଟସ୍ଥ କୋଲାବ ଜଳଭଣ୍ଡାର ଉପରେ ଏକ ରେଳବ୍ରିଜ ନିର୍ମାଣ ପାଇଁ ବାସିନ୍ଦା ଦାବି କରିଥିବା ସେ ସୂଚନା ଦେଇଥିଲେ। ଯଦି ରାଜ୍ୟ ସରକାର ବ୍ରିଜ ନିର୍ମାଣ ନ କରନ୍ତି ତେବେ ୬ ଟି ପଂଚାୟତର ୩୦ ହଜାର ଗ୍ରାମବାସୀ ଆସନ୍ତା ନିର୍ବାଚନ ବର୍ଜନ କରିବେ ବୋଲି ସେ ଚାତବନୀ ଦେଇଥିଲେ। ଗ୍ରାମବାସୀଙ୍କ ବହୁଦିନର ଦାବିକୁ ରାଜ୍ୟ ସରକାର କର୍ଣ୍ଣପାତ କରୁ ନ ଥିବାରୁ ଆଗାମୀ ଦିନରେ ଲୋକେ ଉଚିତ ଜବାବ ଦେବେ ବୋଲି କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ପ୍ରକାଶ କରିଛନ୍ତି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.