Home ଜିଲ୍ଲା ପରିକ୍ରମା ସିନ୍ଦୋଳ ଲଷ୍ମୀନାରାୟଣ ପୂଜାର ସୁବର୍ଣ୍ଣ ଜୟନ୍ତୀ ସମାରୋହ,ସମର୍ପଣ ଭାବ ହିଁ ମଣିଷକୁ ଶାନ୍ତି ଓ ତୃପ୍ତି...

ସିନ୍ଦୋଳ ଲଷ୍ମୀନାରାୟଣ ପୂଜାର ସୁବର୍ଣ୍ଣ ଜୟନ୍ତୀ ସମାରୋହ,ସମର୍ପଣ ଭାବ ହିଁ ମଣିଷକୁ ଶାନ୍ତି ଓ ତୃପ୍ତି ପ୍ରଦାନ କରିଥାଏ : ଜିଲ୍ଲା ପାଳ

3

ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ସିନ୍ଦୋଳ ପଂଚାୟତ ଆରୁହା ସ୍ଥିତ ଲଷ୍ମୀ ନାରାୟଣ ମନ୍ଦିର ପୂଜାର ସୁବର୍ଣ୍ଣ ଜୟନ୍ତୀ ସମାରୋହର ଦ୍ୱିତୀୟ ଅଧିବେଶନ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ପୂଜାକମିଟିର ଉପଦେଷ୍ଟା ତଥା ଅବସରପ୍ରାପ୍ତ ଜିଲ୍ଲାପାଳ ମୁରଲୀଧର ବାରିକଙ୍କ ସଭାପତିତ୍ୱ ଓ ଡ. ଅମୂଲ୍ୟ ସେନାପତିଙ୍କ ସଂଚାଳନରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ଯୋଗଦେଇ ଈଶ୍ୱରଙ୍କ ନିକଟରେ ସମର୍ପଣ ଭାବ ହିଁ ମଣିଷକୁ ଶାନ୍ତି ଓ ତୃପ୍ତି ଦେଇଥାଏ।ପ୍ରାଚୀନ କାଳର ମନ୍ଦିର ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେଉଥିଲା।ତେବେ ଲୋକମାନେ ମନ୍ଦିର ନିର୍ମାଣର ଲକ୍ଷ୍ୟ ପୂରଣ କରିବା ଉଚିତ।ପ୍ରାର୍ଥନା ଈଶ୍ୱରଙ୍କୁ ବଦଳାଏ ନାହିଁ,ଆମକୁ ବଦଳାଇ ଦେଇଥାଏ ବୋଲି କହିଥିବାବେଳେ ସମର୍ପିତ ହେଲେ ସମସ୍ୟାରୁ ମଣିଷକୁ ସମ୍ଭାବନା ମିଳିଥାଏ ବୋଲି କହିଥିଲେ।ମୁଖ୍ୟବକ୍ତା ଭାବେ ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ ଯୋଗଦେଇ ଧର୍ମାନୁଷ୍ଠାନ ଲୋକମାନଙ୍କ ମନରେ ଆଧ୍ୟାତ୍ମିକଭାବ ସୃଷ୍ଟିକରେ ବୋଲି କହିଥିଲେ।ବରେଣ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ,ସମ୍ନାନିତ ଅତିଥି ଭାବେ ସରପଂଚ ସୁପ୍ରଭା ପାଣି, ଗାଳ୍ପିକ ବିପ୍ଳବ ରଞ୍ଜନ ପତି ଯୋଗ ଦେଇ ବକ୍ତବ୍ୟ ଦେଇଥିଲେ । ଏହି ଅବସରରେ ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ପ୍ରକାଶିତ ପତ୍ରିକା ସ୍ୱାଭିମାନକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଉନ୍ମୋଚନ ସମୟରେ ପୂଜା କମିଟି ପୂର୍ବତନ ସଭାପତି ଇଂ ଭାଗିରଥି ବେହେରା, ଡ. ଅଜୟ କୁମାର ମଲ୍ଲିକ, ଅନିରୁଦ୍ଧ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । କମିଟି ଉପ ସଭାପତି ସରୋଜ କୁମାର ନାୟକ ଅତିଥି ପରିଚୟ ଦେଇଥିବା ବେଳେ ସମ୍ପାଦକ ଦେବେନ୍ଦ୍ର କୁମାର ବାରିକ ବିବରଣୀ ପାଠ କରିଥିଲେ । ତିହିଡି଼ ସଙ୍ଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଧାଂଶୁ ନାୟକ ସଙ୍ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସିନ୍ଦୋଳ ସ୍କୁଲର ଛାତ୍ରୀମାନଙ୍କ ନୃତ୍ୟାଭିନୟ ମାଧ୍ୟମରେ ବାଳିକା ସୁରକ୍ଷା ସଚେତନତା ବାର୍ତା ବେଶ ଆବେଗ ପୂର୍ଣ୍ଣ ଓ ଶିକ୍ଷଣୀୟ ହୋଇଥିଲା । କମିଟି ସଭାପତି ପରମାନନ୍ଦ ନାୟକ, କୋଷାଧକ୍ଷ ଦେବେନ୍ଦ୍ର ବାରିକ, ମାନସ ସେନାପତି, ଅଶ୍ୱିନୀ ମଲ୍ଲିକ, ଲଷ୍ମୀଧର ଦାସ, ସୁକାନ୍ତ ନାୟକ, ରତିକାନ୍ତ ନାୟକ, ସୀମାଂଚଳ ବେହେରା ପ୍ରମୁଖ କର୍ମକର୍ତା ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.