Home ଜିଲ୍ଲା ପରିକ୍ରମା ସିନ୍ଦୋଳ ପଂଚାୟତ ଉଚ୍ଚ ବିଦ୍ୟାପୀଠର ବାର୍ଷିକ କ୍ରୀଡା ଉତ୍ସବ

ସିନ୍ଦୋଳ ପଂଚାୟତ ଉଚ୍ଚ ବିଦ୍ୟାପୀଠର ବାର୍ଷିକ କ୍ରୀଡା ଉତ୍ସବ

9

ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ଆରୁହା ଛକ ସ୍ଥିତ ସିନ୍ଦୋଳ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠର ୩୭ତମ ବାର୍ଷିକ କ୍ରୀଡା ଉତ୍ସବ ଦିବସ ବ୍ୟାପୀ ଅନୁଷ୍ଠିତ ହୋଇଯାଇଛି।ପୂର୍ବାହ୍ନରେ ସମାଜସେବୀ ତଥା ପୂର୍ବତନ ସରପଂଚ ମୀନକେତନ ସେନାପତି କ୍ରୀଡା ପତାକା ଉତୋଳନ କରି ଉତ୍ସବକୁ ଉଦଘାଟନ କରିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱନାଥ ପଣ୍ଡା କ୍ରୀଡା ଉତ୍ସବର ମହତ୍ୱ ଓ ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ।ଛାତ୍ର ଦୀପଙ୍କର ସୁତାର, ଛାତ୍ରୀ ପୁଷ୍ପଲତା ବେହେରା ଉଦଘାଟନୀ ସଙ୍ଗୀତ ପରିବେଷଣ କରିଥିଲେ,। ସୁଶ୍ରୀ ବିଷ୍ଣୁପ୍ରିୟା ରାଉଳ ଛାତ୍ର ଛାତ୍ରୀଙ୍କ ତରଫରୁ ଶପଥ ପାଠ କରିଥିଲେ।ଲଙ୍ଗ ଜମ୍ପ,ହାଇ ଜମ୍ପ,ସଟପୁଟ ,ଡିସକସ୍ ଥ୍ରୋ,ମ୍‌ଯୁଜିକ୍ ଚେୟାର,ବାଲାନ୍ସ ରେସ ଓ୧୦୦ମିଟର,୨୦୦ମିଟର ରେସ ଅନୁଷ୍ଠିତ ହୋଇଥିଲା।ବାଳକ ବିଭାଗରେ ସିଦ୍ଧେଶ୍ୱର ନାୟକ ଓ ବାଳିକା ବିଭାଗରେ ଶର୍ମିଷ୍ଠା ଦାସ,ଦଳଗତ ଚମ୍ପିୟାନ ହୋଇଥିଲେ।କ୍ରୀଡା ଶିକ୍ଷକ ଅଭୟ କୁମାର ସେନାପତିଙ୍କ ତତ୍ୱାବଧାନରେ ଶିକ୍ଷକ ସନ୍ତୋଷ କୁମାର ପଣ୍ଡା, ଲଲାଟେନ୍ଦୁ ମହାପାତ୍ର, ପ୍ରଶାନ୍ତ କୁମାର ମିଶ୍ର, ନୃସିଂହ ଚରଣ ପଣ୍ଡା, ସୁବାସ ଚନ୍ଦ୍ର ଦାସ, ଦାଉଦ୍ ଅଲୀସାହାଜୀ, ସୋମନାଥ ରାଉତ, ଭାଗିରଥି ବେହେରା, ଅଶୋକ କୁମାର ନାୟକ, ବାଇଧର ଜେନା ଓ ବୈକୁଣ୍ଠନାଥ ନାୟକ, ପୁରାତନ ଛାତ୍ର ବଳରାମ ବାରିକ,ତ୍ରିନାଥ ଦାସ ଖେଳ ପରିଚାଳନରେ ସହଯୋଗ କରିଥିଲେ। ଅପରାହ୍ନରେ ଉଦଯାପନୀ ଉତ୍ସବରେ ବିଭିନ୍ନ ଖେଳରେ କୃତିତ୍ୱ ହାସଲ କରିଥିବା ପିଲାମାନଙ୍କର ବିଜୟ ଉତ୍ସବ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପିଲାମାନଙ୍କ ଦ୍ୱାରା ନୃତ୍ୟ, ଗୀତ ପରିବେଷଣ କରାଯାଇଥିଲା।ଶେଷରେ କ୍ରୀଡା ପତାକା ଅବତରଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.