Home ଜିଲ୍ଲା ପରିକ୍ରମା ସିଡିଏସ ଏବଂ ଅନ୍ୟ ସେନା ଅଧିକାରୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ମହାପ୍ରଭୁଙ୍କ ନିକଟରେ ଦୀପ...

ସିଡିଏସ ଏବଂ ଅନ୍ୟ ସେନା ଅଧିକାରୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ମହାପ୍ରଭୁଙ୍କ ନିକଟରେ ଦୀପ ଦାନ

52

ପୁରୀ, ୦୯।୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଭାରତର ପ୍ରଥମ ସିଡିଏସ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ସମେତ ଅନ୍ୟ ସେନା ଅଧିକାରୀ ଙ୍କ ହେଲିକ୍ୟାପ୍ଟର ଦୁର୍ଘଟଣା ରେ ମୃତ୍ୟୁ ସାରା ଦେଶବାସୀ ଙ୍କୁ ସ୍ତବ୍ଧ କରିଦେଇଛି। ଏହି ଅକସ୍ମାତ ମୃତ୍ୟୁକୁ ନେଇ ସାରା ଦେଶ ରେ ଶୋକର ଛାୟା ଖେଳି ଯାଇଛି। ଦୁର୍ଘଟଣା ରେ ସହିଦ ହୋଇ ଥିବା ସିଡିଏସ ବିପିନ ରାୱତ, ତାଙ୍କ ପତ୍ନୀ ଏବଂ ଅନ୍ୟ ସେନା ଅଧିକାରୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ମହାପ୍ରଭୁଙ୍କ ନିକଟରେ ଦୀପ ଦାନ କରାଯାଇଛି। ଶ୍ରୀମନ୍ଦିର ସିଂହ ଦ୍ୱାର ନିକଟରେ ପୁରୀ ସହରର ସାମ୍ବାଦିକ, ବୁଦ୍ଧିଜୀବୀ, ବିଭିନ୍ନ ସଂଗଠନ ଉପସ୍ଥିତ ରହି ସହିଦ ଙ୍କ ପାଇଁ ଦୀପ ଦାନ କରି ଅମର ଆତ୍ମା ର ସଦ୍ଗତି କାମନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.