Home ଜିଲ୍ଲା ପରିକ୍ରମା ସିକନ୍ଦର ଆଲାମ୍‌ଙ୍କ କଣ୍ଠର ଯାଦୁ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଆସୁଛି

ସିକନ୍ଦର ଆଲାମ୍‌ଙ୍କ କଣ୍ଠର ଯାଦୁ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଆସୁଛି

50

ଭୁବନେଶ୍ୱର, ୮ା୮ (ଓଡ଼ିଆ ପୁଅ) : ଓଡ଼ିଶା ଦ୍ୱିତୀୟ ସାଲବେଗ କୁହାଯାଉଥିବା ଲୋକପ୍ରିୟ କଣ୍ଠଶିଳ୍ପୀ ମହମ୍ମଦ ସିକନ୍ଦର ଆଲାମଙ୍କ ଦ୍ୱାଦଶ ବାର୍ଷିକ ଶ୍ରାଦ୍ଧୋତ୍ସବ ଆଜି ପ୍ରତ୍ୟୁଷରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରବୀନ୍ଦ୍ରମଣ୍ଡପ ସମ୍ମୁଖସ୍ଥ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବିଧାୟକ ପ୍ରଫୁଲ୍ଲ ସାମଲ, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସମ୍ପାଦକ ଲେଲିନ୍ ମହାନ୍ତି, ବିଜୁ ଜନତା ଦଳ ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି, ସ୍ୱର୍ଗତ ଆଲାମଙ୍କ ଧର୍ମପତ୍ନୀ ନୈମା ଆଲାମ୍‌, କନ୍ୟା ସୋଫିଆ ଆଲାମ୍‌, ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ବିଜୟଲକ୍ଷ୍ମୀ ମହାପାତ୍ର, ଉଇ ଫର ଭୁବନେଶ୍ୱରର କର୍ମକର୍ତ୍ତା, ପୂର୍ବତନ କର୍ପୋରେଟର ନରେନ୍ ସାହୁ, ଉମାନାଥ ମିଶ୍ର, ସତ୍ୟବ୍ରତ ଜେନା ପ୍ରମୁଖ ଯୋଗଦେଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଦୀପଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବକ୍ତାମାନେ ନିଜ ବକ୍ତବ୍ୟରେ ସିକନ୍ଦର ଆଲାମ୍ ପ୍ରଥମେ ଲକ୍ଷ୍ମୀ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିବା ବେଳେ ପରବର୍ତ୍ତୀ ଅବସ୍ଥାରେ ଚଳଚ୍ଚିତ୍ର ସହିତ ଭଜନ ଗାୟନ କରି ଲୋକପ୍ରିୟତାର ଶୀର୍ଷରେ ପହଞ୍ôଚଥିଲେ। ତାଙ୍କ କଣ୍ଠରେ ‘ଆରତ ସୁରେବାରେ କରେ ମୀନତିରେ’ ଏବେବି ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଆସୁଅଛି। ତାଙ୍କର ଉଚ୍ଚକୋଟୀର ଗାୟନ ଯୁଗେଯୁଗେ ନୂତନ ଗାୟକମାନଙ୍କୁ ଅନୁପ୍ରାଣିତ କରିବ ବୋଲି ମତଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ଶ୍ରୀ ଲେଲିନ୍ ମହାନ୍ତିଙ୍କୁ ସିକନ୍ଦର ଆଲାମ୍ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.