Home ଓଡ଼ିଶା ସିଆଚିନରେ ୧୮ ହଜାର ଫୁଟ ଉଚ୍ଚତାରେ ହିମସ୍ଖଳନ, ସେନାର ଆଠ ଯବାନ ଫସିଛନ୍ତି

ସିଆଚିନରେ ୧୮ ହଜାର ଫୁଟ ଉଚ୍ଚତାରେ ହିମସ୍ଖଳନ, ସେନାର ଆଠ ଯବାନ ଫସିଛନ୍ତି

320

ନୂଆ ଦିଲ୍ଲୀ ୧୮-୧୧ (ଓଡ଼ିଆ ପୁଅ) ସିଆଚିନରେ ହୋଇଥିବା ଏକ ହିମସ୍ଖଳନରେ ସେନାର ୮ଜଣ ଯବାନ ଫସିଥିବାର ଖବର ଆସିଛି। ସୋମବାରଦିନ ସିଆଚିନ ଗ୍ଲେସିୟର ଉପରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ପ୍ରାୟତଃ ୮ ଜଣ ଯବାନ ଫସିଥିବାର ଆଶଙ୍କା କରାଯାଉଛି। ସେନା ଅଧିକାରୀ କହିଛନ୍ତିଯେ, ଯବାନମାନଙ୍କର ଉଦ୍ଧାର ପାଇଁ ରେସ୍କ୍ୟୁ ଅପରେସନ ଆରମ୍ଭ ହୋଇଛି।

ସେନା ଅଧିକାରୀ କହିଛନ୍ତି କି ଯେଉଁ ସ୍ଥାନରେ ଏହି ଦୁର୍ଘଟଣା ହୋଇଛି ତାହା ୧୮,୦୦୦ ଫୁଟ କିମ୍ବା ସେଥିରୁ ଅଧିକ ଉଚ୍ଚାରେ ଅବସ୍ଥିତ।

ଏହି ହିମସ୍ଖଳନ ଉତ୍ତର ଗ୍ଲେସିୟରରେ ଦ୍ୱିପ୍ରହର ସାଢ଼େ ୩ଟା ବେଳେ ହୋଇଥିଲା। ସେନାର ଏହି ଯବାନମାନେ ପେଟ୍ରୋଲିଙ୍ଗ ଦଳର ସଦସ୍ୟ ଅଟନ୍ତି। ଏହି ଦଳରେ ସର୍ବମୋଟ ୮ ଯବାନ ଥିଲେ। ଏମାନେ ସମସ୍ତ ଉତ୍ତର ଗ୍ଲେସିୟରରେ ପେଟ୍ରୋଲିଂ କରୁଥିଲେ। ସେହି ସମୟରେ ଏହି ଦୁର୍ଘଟଣା ଘଟିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.