Home ଜିଲ୍ଲା ପରିକ୍ରମା ସିଆଇଟିୟୁ ପକ୍ଷରୁ ରେଳବାଇର ଘରୋଇକରଣ ପ୍ରତିବାଦରେ ପ୍ରତିବାଦ ସଭା ଓ ରେଳମନ୍ତ୍ରୀ ଙ୍କୁ ଦାବିପତ୍ର

ସିଆଇଟିୟୁ ପକ୍ଷରୁ ରେଳବାଇର ଘରୋଇକରଣ ପ୍ରତିବାଦରେ ପ୍ରତିବାଦ ସଭା ଓ ରେଳମନ୍ତ୍ରୀ ଙ୍କୁ ଦାବିପତ୍ର

47

ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦେଶର ସ୍ୱାଧୀନତା ପରେ ମୋଦୀ ଙ୍କ ଦ୍ୱାରା ଦେଶ ର ରେଳବାଇ ସମେତ ସମସ୍ତ ପବ୍ଲିକ ସେକ୍ଟର ୟୁନିଟ ଗୁଡିକ ଶାଗଦରରେ ବିକ୍ରୀ କରି ଦେବା, ଭଦ୍ରକ ରେଳ ଷ୍ଟେସନ ରେ ଉଭୟ ପଟରେ ଦୁଇଟି ଓଭର୍ ବ୍ରିଜୀ ନିର୍ମାଣ କରିବାକୁ ପ୍ରତିଶୃତି ଦେଇ ବିଳମ୍ବ କରିବା ଓ ହକର ମାନଙ୍କୁ ନିଯୁକ୍ତି କରିବା ପାଇଁ ଦାବିକରି ଏକ ପ୍ରତିବାଦ ସଭା ରାଧା ଦାସ ଙ୍କ ସଭପତିତ୍ୱରେ ଚରମ୍ପା ଠାରେ ଅନୁଷ୍ଟିତ ହୋଇଯାଇଛି। ଏହି ସଭାରେ ଦିବ୍ୟ ସିଂହ ନାୟକ, ପ୍ରଫୁଲ୍ଲ ପାଢ଼ୀ, ବିଷ୍ଣୁ ଦାଶ, ମଳୟ ଭୋଇ, ସେକ୍ କମ,ର୍ କାଲୁ, ବସନ୍ତ ସାହୁ, ଗଣେଶ ପ୍ରଧାନ ଡବଲ ଇଞ୍ଜିନ ସରକାର୍ ଙ୍କ ଜନବିରୋଧୀ ନୀତି ଓ ଶ୍ରମିକ ବିରୋଧି ଶ୍ରମ କୋଡ ବାତିଲ ଦାବିକରି ଆସନ୍ତା ମେ ୨୦ତାରିଖ ସାଧାରଣ ଧର୍ମଘଟ କୁ ସଫଳ କରିବକୁ ଅନୁରୋଧ କରିଥିଲେ। ଏହାପରେ ସିଆଇଟିୟୁର ଏକ ପ୍ରତିନିଧି ଦଳ ଚାରି ଦଫା ସମ୍ବଳିତ ଏକ ଦାବିପତ୍ର ଷ୍ଟେସନ ମ୍ୟାନେଜରଙ୍କ ଜରିଆରେ ରେଳ ମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.