Home ଜିଲ୍ଲା ପରିକ୍ରମା ସିଆଇଟିୟୁର ୭ମ ଭଦ୍ରକ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ, ନବ୍ୟଫାଶୀବାଦୀ ଶକ୍ତି କୁ ପରାସ୍ତ କରିବାକୁ ଆହ୍ୱାନ

ସିଆଇଟିୟୁର ୭ମ ଭଦ୍ରକ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ, ନବ୍ୟଫାଶୀବାଦୀ ଶକ୍ତି କୁ ପରାସ୍ତ କରିବାକୁ ଆହ୍ୱାନ

10

ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତର ସମ୍ବିଧାନ, ଧର୍ମ ନିରପେକ୍ଷ ଗଣତନ୍ତ୍ର ଓ ଭାରତର ସାର୍ବଭୌମତ୍ୱ ର ସୁରକ୍ଷା ସମେତ ଶ୍ରମିକ ସପକ୍ଷବାଦୀ ସମସ୍ତ ଶ୍ରମ ଆଇନ ର ସୁରକ୍ଷା, ସମସ୍ତ ସ୍କିମ ଶ୍ରମିକ ମାନଙ୍କୁ ସ୍ଥାୟୀ ଶ୍ରମିକ ର ମାନ୍ୟତା ଦେବା ଆଦି ଦାବି କରି ସିଆଇଟିୟୁ ର ୭ମ ଭଦ୍ରକ ଜିଲ୍ଲା ସମ୍ମିଳନୀ ଭଦ୍ରକ ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀର ଖୋଲା ଅଧିବେସନ ଭଦ୍ରକ କଚେରୀ ବଜାର ସ୍ଥିତ ଷ୍ଟେଟ ବ୍ୟାଙ୍କ ଛକଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସାଧାରଣ ସଭାରେ ସିଆଇଟିୟୁ ରାଜ୍ୟ ସଭାପତି ଜନାର୍ଦ୍ଦନ ପତି ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ମାରଣ ନୀତି ବିରୁଦ୍ଧରେ ଲଢେଇ କରିବାକୁ ଆହ୍ୱାନ ଜଣାଇଥିଲେ ।ରାଷ୍ଟ୍ରାୟତ ଉଦ୍ୟୋଗ ର ଘରୋଇକରଣ ମାଧ୍ୟମରେ ମୋଦି ସରକାର ଶ୍ରମିକ ଛଟେଇ କରୁଥିବାରୁ ଶ୍ରୀଯୁକ୍ତ ପତି ଗଭୀର ଉଦବେଗ ପ୍ରକାଶ କରିଥିଲେ । ଅନ୍ୟତମ ବକ୍ତା ଭାବେ ବରିଷ୍ଠ ବାମପନ୍ଥୀ ନେତା ସନ୍ତୋଷ ଦାସ ଯୋଗଦେଇ ଶ୍ରମିକ- ଚାଷୀ- କୃଷି ଶ୍ରମିକ ମାନେ ଏକଜୁଟ ହୋଇ ସାଂପ୍ରଦାୟିକ- କର୍ପୋରେଟ କୁଚକ୍ର ବିରୁଦ୍ଧରେ ଲଢେଇ କରିବାକୁ ଆହ୍ୱାନ ଜଣାଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ସିଆଇଟିୟୁ ରାଜ୍ୟ ସଂପାଦକ ରମେଶ ଯେନା, ସିଆଇଟିୟୁ ଜିଲ୍ଲା ସଭାପତି ଦିବ୍ୟସିଂହ ନାୟକ, ସିଆଇଟିୟୁ ଜିଲ୍ଲା ସଂପାଦକ କାଳନ୍ଦୀ ପାତ୍ର, ଜିଲ୍ଲା ଉପସଭାପତି ରାଧାନାଥ ଦାସ , ଅନ୍ୟତମ ଉପସଭାପତି ବିଷ୍ଣୁ ଦାଶ, ମଳୟ ଭୋଇ, ଯୁବନେତା ବିକାଶ ନାଥ ପ୍ରମୁଖ ଏହି ଖୋଲା ସଭାରେ ଉଦବୋଧନ ଦେଇଥିଲେ । ପ୍ରଥମେ ଜିଲ୍ଲା ସଭାପତି ଦିବ୍ୟସିଂହ ନାୟକ ସଂଗଠନର ପତାକା ଉତୋଳନ କରିଥିବା ବେଳେ ସଂସ୍କୃତି ଭବନ ଠାରେ ଏହି ସମ୍ମିଳନୀକୁ ରାଜ୍ୟ ସଂପାଦକ ରମେଶ ଯେନା ସମ୍ମିଳନୀକୁ ଉଦଘାଟନ କରିଥିଲେ । ଏହି ସମ୍ମିଳନୀ ରେ ଶ୍ରମିକ ନେତା ଦିବ୍ୟସିଂହ ନାୟକ ଜିଲ୍ଲା ସଭାପତି ଭାବେ ପୁନଃ ନିର୍ବାଚିତ ହୋଇଥିବା ବେଳେ ଶ୍ରମିକ ନେତା କାଳନ୍ଦୀ ପାତ୍ର ଜିଲ୍ଲା ସଂପାଦକ ଭାବେ ପୁନଃ ନିର୍ବାଚିତ ହୋଇଥିଲେ । ଶ୍ରମିକ ନେତା ରାଧାନାଥ ଦାସ, ମଳୟ ଭୋଇ, ବିଷ୍ଣୁ ଦାଶ,ସୀତା ଦାଶ ପ୍ରମୁଖ ଜିଲ୍ଲା ଉପସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ସେକ୍ ସତାରୁଦ୍ଦିନ୍‌, ମମତା ଯେନା ସହ ସଂପାଦକ ଭାବେ ନିର୍ବାଚିତ ହୋଇଥିଲେ । ଶ୍ରମିକ ନେତା ବିଷ୍ଣୁ ଦାଶ ଜିଲ୍ଲା କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ଏହି ସମ୍ମିଳନୀକୁ ଓଡିଶା କୃଷକ ସଭା ଜିଲ୍ଲା ସଭାପତି ଚନ୍ଦ୍ରଶେଖର ନାୟକ, ଓଡିଶା କ୍ଷେତମଜଦୂର ୟୁନିୟନ ଜିଲ୍ଲା ସଂପାଦକ ଗିରିଧାରୀ ନାଥ, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ରାଜ୍ୟ ସଂପାଦିକା ସୁରଜିତା ନାୟକ, ବରିଷ୍ଠ ଶ୍ରମିକ ନେତା ଅଭିନ୍ନ ଚନ୍ଦ୍ର ରାୟ, ଚାଷୀ ନେତା ନିରଞ୍ଜନ ପାଣି ପ୍ରମୁଖ ଶୁଭେଚ୍ଛା ଜଣାଇ ବକ୍ତବ୍ୟ ରଖିଥିଲେ । ଏହି ସମ୍ମିଳନୀରେ ଶତାଧିକ ଆଶାକର୍ମୀ, ପାଚିକା- ସହାୟିକା, ନିର୍ମାଣ ଶ୍ରମିକ, ଅଙ୍ଗନୱାଡି କର୍ମୀ, କ୍ଷୁଦ୍ର ବ୍ୟବସାୟୀ, ଟ୍ରଲି ଚାଳକ, ରିକ୍ସା ଚାଳକ, ଟାକ୍ସି ଚାଳକ, ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ଅଧିନରେ କାର୍ଯ୍ୟରତ କର୍ମଚାରୀମାନଙ୍କ ସହ ଶତାଧିକ ସାଧାରଣ ଜନତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.