Home ଜିଲ୍ଲା ପରିକ୍ରମା ସିଆଇଏସଏଫ ପକ୍ଷରୁ ସୁରକ୍ଷିତ ତଟ, ସମୃଦ୍ଧ ଭାରତ ଉପଲକ୍ଷେ ସାଇକେଲ ମାରାଥନ

ସିଆଇଏସଏଫ ପକ୍ଷରୁ ସୁରକ୍ଷିତ ତଟ, ସମୃଦ୍ଧ ଭାରତ ଉପଲକ୍ଷେ ସାଇକେଲ ମାରାଥନ

2

ଭଦ୍ରକ, ୧୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସିଆଇଏସଏଫ ପକ୍ଷରୁ ଏକ ସାଇକେଲ ମାରାଥନ ଆରମ୍ଭ ହୋଇଛି। ଏହି ମାରାଥନ ବାଲେଶ୍ୱର ଚାନ୍ଦିପୁର ଠାରୁ ଆରମ୍ଭ ହୋଇଥିବା ବେଳେ ଏହି ମାରାଥନ ଧାମରା ଠାରେ ଥିବା ଗୋଲଡେନ ଆଙ୍କର ହୋଟେଲ ଠାରେ ଅପରାହ୍ଣ ୬ଟା ବେଳେ ପହଂଚିଥିଲା। ଗୋଲଡେନ ଆଙ୍କର ହୋଟେଲ ଠାରେ ସିିଆଇଏସଏ‘ର କମାଣ୍ଡାଟ ଅଖେତ ପଟେଲ ଏବଂ ଡେପୁଟି କମାଣ୍ଡାଂଟ ବି ଭି ଦୁର୍ଗାପ୍ରସାଦ ଏହି ସାଇକେଲ ଆରୋହୀ ମାନଙ୍କୁ ପୁଷ୍ପଗୁଚ୍ଚ ଦେଇ ସ୍ୱାଗତ କରିଥିଲେ। ୫୦ଜଣ ସାଇକେଲ ଆରୋହୀ ଆସନ୍ତାକାଲି ଧାମରାରୁ ବାହାରି ପାରାଦ୍ୱୀପ ବନ୍ଦର, କୋଣାର୍କ, ପୁରୀ ଏବଂ ଗୋପାଳପୁରରେ ପହଂଚିବେ। ସିଆଇଏସଏ‘ ପକ୍ଷରୁ ହୋଇଥିବା ଏହି ସାଇକେଲ ମାରାଥନ ୧୧ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳ ପରିକ୍ରମା କରିବା ପରେ କନ୍ୟାକୁମାରୀରେ ୧ ଏପ୍ରିଲରେ ପହଂଚିବେ। ସେମାନେ ସମୁଦାୟ ୬୫୫୩ କି.ମି ଯାତ୍ରା କରିବେ ବୋଲି ବିଭାଗୀୟ ଅଧିକାରୀଙ୍କ ନିକଟରୁ ପ୍ରକାଶ। ଏହି ସାଇକେଲ ମାରାଥନର ମୁଖ୍ୟ ଉଦ୍ୱେଶ ହେଉଛି ଯାତ୍ରା କରି ନିରାପଦ ଏବଂ ସମୃଦ୍ଧ ଦେଶ ଗଠନ କରିବା । ଏହି ପରିପ୍ରେକ୍ଷୀରେ ବାଲିମୁଣ୍ଡା ଠାରୁ ଧାମରା ପର୍ଯ୍ୟନ୍ତ ସେମାନଙ୍କ ନିରାପଦ ଯାତ୍ରା ଏବଂ ସୁରକ୍ଷା ପାଇଁ ଧାମରା ଥାନାର ଥାନାଧିକାରୀ ଶୋଭନ କୁମାର ସ୍ୱାଇଁ ଏବଂ ଥାନାର ସମସ୍ତ ଷ୍ଟାଫ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରିଥିବା ବେଳେ ଆସନ୍ତା କାଲି ଭଦ୍ରକ ଜିଲ୍ଲାପାଳ ଉପସ୍ଥିତ ରହିବା ସହ ସେମାନଙ୍କୁ ପତାକା ଦେଖାଇ ସେମାନଙ୍କୁ ବିଦାୟ ଦେବାର କାର୍ଯ୍ୟକ୍ରମ ସ୍ତିରୀକୃତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.