Home ଜିଲ୍ଲା ପରିକ୍ରମା ସିଂହବାହିନୀ ବେଶରେ ପୂଜା ପାଇଲେ ମା’ ଭଦ୍ରକାଳୀ

ସିଂହବାହିନୀ ବେଶରେ ପୂଜା ପାଇଲେ ମା’ ଭଦ୍ରକାଳୀ

12

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଦ୍ୟାଶକ୍ତି ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଆଜି ଚତୁର୍ଥ ଦିବସରେ ମା’ ସିଂବାହିନୀ ବେଶରେ ପୂଜା ପାଇଛନ୍ତି । ଏହି ବେଶକୁ ଦର୍ଶନ କରିବା ଲାଗି ଆଜି ପୀଠରେ ଦିବସବ୍ୟାପୀ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା । ସିଂହବାହିନୀ ବେଶରେ ମା’ଙ୍କ ମୁଖମଣ୍ଡଳ ଗୋଲାପୀ ବର୍ଣ୍ଣ ଥିବା ବେଳେ ମା’ ସିଂହ ପୃଷ୍ଠଦେଶରେ ବିରାଜମାନ କରିଥିଲେ । ନାଲି ପାଟବସ୍ତ୍ର ପରିଧାନ କରି ମା’ ସ୍ୱର୍ଣ୍ଣ ଓ ରୌପ୍ୟ ଆଭୂଷଣରେ ଭୂଷିତ ହୋଇଥିଲେ । ବାମ ହସ୍ତ ଯୁଗଳରେ ମା’ ଶଙ୍କ, ଚକ୍ର ଧାରଣ କରିଥିବା ବେଳେ ଦକ୍ଷିଣ ହସ୍ତ ଯୁଗଳରେ ତ୍ରିଶୂଳ ଓ ଖଡ୍ଗ ଧାରଣ କରିଛନ୍ତି । ମହିଷାମର୍ଦ୍ଦିନୀ, ସିଂହବାହିନୀ ଚତୁର୍ଭୁଜା ରୂପେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମା’ ଭଦ୍ରକାଳୀ । ମା’ଙ୍କକର ସିଂହବାହିନୀ ବେଶକୁ ଦର୍ଶନ କଲେ ଭକ୍ତ ଭୟ ଓ ବିପଦମୁକ୍ତ ହେବା ସହିତ ଭକ୍ତଙ୍କର ଗ୍ରହଦୋଷ, ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି ବିଶ୍ୱାସ ରହିଛି । ପୁରାଣ କଥାନୁଯାୟୀ ମା’ ଭଦ୍ରକାଳୀ ପୀଠକୁ ଦୁର୍ଗାମାଧବ ପୀଠ ରୂପେ ବର୍ଣ୍ଣନା କରାଯାଇଛି । ଗୋହିରାଟିକିରି ଯୁଦ୍ଧର ବିଜୟ ନିମନ୍ତେ ଉତ୍କଳର ଶେଷ ସ୍ୱାଧୀନ ରାଜା ଗଜପତି ମୁକୁନ୍ଦ ଦେବ ସାଙ୍ଗରେ ମହାପ୍ରଭୁ ଜଗନ୍ନାଥ ବଳଭଦ୍ର ଓ ମାତା ସୁଭଦ୍ରାଙ୍କୁ ଶଗଡ଼ରେ ନେଇ ଆସିଥିଲେ । ସେହି ଯୁଦ୍ଧ ସମୟଠାରୁ ମା’ ଭଦ୍ରକାଳୀ ପୀଠରେ ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ପାଶ୍ୱର୍ ଦେବତା ରୂପେ ପୂଜା ପାଇ ଆସୁଛନ୍ତି । ଗୋଟିଏ ପାଶ୍ୱର୍ରେ ମାଧବ ଓ ଅନ୍ୟ ପାଶ୍ୱର୍ରେ ଭା’ ଭଦ୍ରକାଳୀଙ୍କ ସମନ୍ୱୟରେ ଏହି ପୀଠକୁ ଦୁର୍ଗାମାଧବ ପୀଠ ରୂପେ କୁହାଯାଇଛି । ବିଶ୍ୱଶାନ୍ତି ମହାଯଜ୍ଞର ଚତୁର୍ଥ ଦିବସରେ ଯଜ୍ଞ ମଣ୍ଡପରେ ଗୀତାପାଠ, ଭାଗବତ ପାଠ, ବେଦପାଠ, ଶତଚଣ୍ଡୀ ପାଠ ଚାଲୁ ରହିଛି । ଆସନ୍ତାକାଲି ସପ୍ତମାତୃକା ବେଶର ପଞ୍ଚମ ଦିବସରେ ମା’ ଜଗଦ୍ଧାତ୍ରୀ ବେଶରେ ଦର୍ଶନ ଦେବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.