Home ଜିଲ୍ଲା ପରିକ୍ରମା ସାହିତ୍ୟ ସାଧକ କବି ମହମ୍ମଦ ହନିଫ ସାହା ପାଇଲେ ରାଷ୍ଟ୍ରୀୟ ହିନ୍ଦୀ ଭାଷା ସମ୍ମାନ

ସାହିତ୍ୟ ସାଧକ କବି ମହମ୍ମଦ ହନିଫ ସାହା ପାଇଲେ ରାଷ୍ଟ୍ରୀୟ ହିନ୍ଦୀ ଭାଷା ସମ୍ମାନ

7

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଜର ଦୃଢ଼ ଇଚ୍ଛା ଶକ୍ତି ,ଅଧ୍ୟବସାୟ ଓ ଏକାଗ୍ରତା କୁ ପାଥେୟ କରି ଭାଷା ଭିତିକ ପ୍ରସାର ପ୍ରଚାର ସୁସ୍ଥ ସମାଜ ଗଠନ କରିବାପାଇଁ କଲମ ଚାଳନ କରିଚାଲିଛନ୍ତି ଏକ ଛୋଟିଆ ଗାଁ ଚାଷୀ ପରିବାରର ଚର୍ଚ୍ଚିତ ଯୁବ କବି ମହମ୍ମଦ ହନିଫ୍ ସାହା । ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅନ୍ତର୍ଗତ ବୟାଙ୍ଗଡିହି ପଂଚାୟତ ଅଧିନସ୍ଥ ନୂଆଗାଁ ଗ୍ରାମର ବରପୁତ୍ର ସାହିତ୍ୟ ସାଧକ ମହମ୍ମଦ ହନିଫ୍ ସାହାଙ୍କୁ ମିଳିଛି ରାଜସ୍ଥାନ ସଙ୍ଗମ ଏକାଡେମୀରୁ ରାଷ୍ଟ୍ରୀୟ ହିନ୍ଦୀ ଭାଷା ସମ୍ମାନ-୨୦୨୪ ସମ୍ମାନ ଜନକ ପୁରସ୍କାର । ଏହି ପୁରସ୍କାର ରାଷ୍ଟ୍ରୀୟ ହିନ୍ଦୀ ଦିବସ ଅବସରରେ ହିନ୍ଦୀ ଭାଷାର ଅତୁଳନୀୟ ଅବଦାନ ପ୍ରସାର ଓ ପ୍ରଚାର ପାଇଁ ସଙ୍ଗମ ଏକାଡେମୀରୁ ତରଫରୁ ତାଙ୍କୁ ପ୍ରଶଂସା ପତ୍ର ସହ ରାଷ୍ଟ୍ରୀୟ ହିନ୍ଦୀ ଭାଷା ସମ୍ମାନ ଓ ପଦକ ପ୍ରଦାନ କରାଯାଇଛି । ସେ ଏହି ପୁରସ୍କାର ଅର୍ଜନ କରି ଓଡ଼ିଶା ତଥା ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି । ପିତା: ଗୋଲାମ ରସୁଲ୍ ସାହା ଓ ମାତା: ଅମିନା ବିବିଙ୍କର ସୁପୁତ୍ର କବି ତଥା ଗାଳ୍ପିକ : ମହମ୍ମଦ ହନିଫ୍ ସାହା ଏକ ଛୋଟିଆ ଗାଁର ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ପିଲାଟି ଦିନରୁ ସାହିତ୍ୟ ପ୍ରତି ତାଙ୍କର ଆଦର ଓ ରୁଚି ପ୍ରସ୍ଫୁଟିତ ହୋଇଥିଲା । ପେଶା ତାଙ୍କର ରୋଗୀ ସେବା ଥିଲେ ମଧ୍ୟ ରାଜ୍ୟ, ଦେଶ ଓ ବିଦେଶରେ ପରିଚିତ ସେ ଜଣେ କବି ତଥା ଗାଳ୍ପିକ ଭାବରେ, ନିଶା ତା’ଙ୍କର କବିତା ଓ ଗଳ୍ପ ଲେଖିବା । ତାଙ୍କ ଲେଖନୀରେ ନିଖୁଣ ଭାବେ କବିତା ଦ୍ୱାରା ସମାଜରେ କୁସଂସ୍କାର ଦୂର ,ଜନ ସଚେତନତା ସୃଷ୍ଟି କରିବା , ଜର୍ଜରିତ ଦୁଃଖୀ ଗରିବଙ୍କ ଦୁଃଖ ଯନ୍ତ୍ରଣା, ପ୍ରେମ ବିରହ , ପ୍ରକୃତି ଓ ନିତିଦିନିଆ ଘଟଣାବଳୀ କୁ ସୁନ୍ଦର ଭାବରେ ମନଛୁଁଆ ଉପସ୍ଥାପନା କରି ହୃଦୟ କିଣି ନେଇଥା’ନ୍ତି । ସାହିତ୍ୟ ପ୍ରତି ଅମାପ ରୁଚି ଥିବା ଏହି ଜଣାଶୁଣା ସାହିତ୍ୟ ସ୍ରଷ୍ଟାଙ୍କୁ ବିଭିନ୍ନ ଅନୁଷ୍ଠାନରୁ ବହୁ ବାର ସମ୍ମାନିତ ଓ ସମ୍ବର୍ଦ୍ଧନା କରାଯାଇଛି । ଏଠାରେ ଉଲ୍ଲେଖ ଯେ : ମାଟି ଲଗ୍ନାରୁ ଶ୍ରେଷ୍ଠ ବିଚାରକ ସମ୍ମାନ – ୨୦୨୧, କେଦାର ଭାରତୀ ରୁ କବି/ଲେଖକ ସମ୍ମାନ ୨୦୨୧, ମନଭାଷା ବନ୍ଧୁ ସମ୍ମାନ-୨୦୨୧, ସାହିତ୍ୟ ସଂସଦ ଗଞ୍ଜାମ ରୁ ଓଡ଼ିଆ ସାହିତ୍ୟ ବନ୍ଧୁ ସମ୍ମାନ-୨୦୨୧ , କଳ୍ପନା ସାହିତ୍ୟ ସାଂସ୍କୃତିକ ସାମାଜିକ ପରିଷଦ କଟକରୁ କବିଶ୍ରୀ ସମ୍ମାନ -୨୦୨୨, ପ୍ରତିଶ୍ରୁତି ପରିବାରରୁ ରାଜ୍ୟସ୍ତରୀୟ ସାହିତ୍ୟ ସମାରୋହ ପ୍ରତିଭା ସମ୍ମାନ-୨୦୨୨, ଭୂମି ପୂତ୍ର ସମ୍ମାନ-୨୦୨୨ , ଇଦ୍ ମିଲନ୍ ସମାରୋହରେ ଯୁବକବି ସମ୍ମାନ-୨୦୨୩ ରାଜସ୍ଥାନ ରୁ ରାଷ୍ଟ୍ରୀୟ ହିନ୍ଦୀ ସେବା ସମ୍ମାନ-୨୦୨୩ ଅର୍ଜନ କରିଛନ୍ତି । ଗ୍ଲୋବାଲ ଡିସ୍‌କଭରିଂ ଆୱାର୍ଡ ନାଈଜେରିଆ ସମେତ ,ଭୂଟାନ, ବାଙ୍ଗଳାଦେଶ, ଟଝଇ, ଦକ୍ଷିଣ ଆଫ୍ରିକା ପ୍ରଭୃତି ଦେଶରୁ ସାହିତ୍ୟ ପ୍ରତିଯୋଗିତାରେ ଭାଗ ନେଇ ସମ୍ମାନିତ ହୋଇଛନ୍ତି । ଗତ କିଛି ଦିନ ତଳେ ତାଙ୍କର କବିତା ମଧ୍ୟ ନାଈଜେରିଆ ଦେଶର “ହାଉସା” ଭାଷାରେ ଅନୁବାଦ ହୋଇ ଆଦୃତ ହୋଇଛି । ତାଙ୍କର ଲେଖା ଗୁଡ଼ିକ ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ହେବା ସହିତ ବିଭିନ୍ନ ସୋସିଆଲ ମିଡ଼ିଆରେ ସୁ ବିଚାର ଓ ପ୍ରେରଣାଦାୟୀ ଲେଖା ଗୁଡିକ ପ୍ରକାଶିତ ହୋଇ ପ୍ରଶଂସିତ ହୋଇଛି । ଓଡ଼ିଆ ଭାଷାରେ ଗଜଲ , ଓଡ଼ିଆ ଭାଷାରେ ନାତେ ପାକ୍ ଓ ପୀର ବାବାଙ୍କ ଉଦ୍ଦେଶ୍ୟରେ (ମନ୍କବତ) ଭଳି ବିରଳ ଲେଖା ଲେଖି ପ୍ରଶଂସିତ ହୋଇଛନ୍ତି ମଧ୍ୟ । ସେ ଯୁବ ସମାଜ ପାଇଁ ପ୍ରେରଣା ପାଲଟିଛନ୍ତି । ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିବାରେ ଲାଗିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.