Home ଜିଲ୍ଲା ପରିକ୍ରମା ସାହିତ୍ୟ ସଂସ୍କୃତି ବିକାଶ ପରିଷଦର ବାର୍ଷିକ ଉତ୍ସବ ପାଳିତ

ସାହିତ୍ୟ ସଂସ୍କୃତି ବିକାଶ ପରିଷଦର ବାର୍ଷିକ ଉତ୍ସବ ପାଳିତ

17

ଭଦ୍ରକ, ୧୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ବିନ୍ଧାସ୍ଥିତ ସାହିତ୍ୟ ସଂସ୍କୃତି ବିକାଶ ପରିଷଦର ଦଶମ ବାର୍ଷିକୋତ୍ସବ ବିନ୍ଧାବଜାର ଠାରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପରିଷଦର ସଭାପତି କବି ପି. ହୃଷିକେଶଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବକୁ ମୁଖ୍ୟ ଅତିଥି ବରିଷ୍ଠ ଶିକ୍ଷାବିତ ନିରଞ୍ଜନ ନାୟକ ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ଡକ୍ଟର ଗୋଲକ ବିହାରୀ ସାହୁ ଯୋଗଦେଇ ସାଂପ୍ରତିକ ସାହିତ୍ୟ ସମାଜ ପରିବର୍ତନର ବାର୍ତାବହ ବୋଲି ମତବ୍ୟକ୍ତ କରିଥିଲେ। ପରିଷଦର ସମ୍ପାଦକ ମଥୁରାମୋହନ ବେହେରା ବିବରଣୀ ପାଠ କରିଥିବା ବେଳେ ସାହିତ୍ୟିକ ଡ. ଅରୁଣା କୁମାର ପଣ୍ଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କବି ଆଶୁତୋଷ କରଣ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ କବି ବିଶ୍ୱମୈତ୍ରୀ ନାୟକ, ରଂଜୁଲତା ଗାହାଣ, ବିପ୍ଳବ ରଂଜନ ପତି, ବିଭୂତି ଭୂଷଣ ସେନାପତି, ହରେକୃଷ୍ଣ ମହାକୁଡ଼, ଶୀତଳ କୁମାର ବେହେରା, ସୁବାସ ଦାସ, କିଶୋର କୁମାର ନାୟକ, ମୁକୁନ୍ଦଦେବ ନାୟକ, ରମେଶ ଦାସ, ବୈକୁଣ୍ଠ ଓଝା ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। କବି ମୁକୁନ୍ଦଦେବ ନାୟକ ଧନ୍ୟବାଦ ଦେଇଥିଲେ। ପ୍ରାରମ୍ଭରେ ଅହମଦାବାଦ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀମାଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା। ଶେଷରେ କଣ୍ଠଶିଳ୍ପୀ ପଂଚାନନ ଦତ ଏବଂ ସତ୍ୟମୋହନ ବେହେରା ଏବଂ ସାଥୀମାନେ ଭକ୍ତି ସଂଗୀତ ପରିବେଷଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.