Home ଜିଲ୍ଲା ପରିକ୍ରମା ସାହିତ୍ୟ ପତ୍ରିକା ତାରୁଣ୍ୟର ପ୍ରତିଷ୍ଠାତା ସମ୍ପାଦକ ସ୍ୱର୍ଗତ ଭାଗିରଥି ସାହୁଙ୍କର ତୃତୀୟ ବାର୍ଷିକ ସ୍ମୃତିସଭା

ସାହିତ୍ୟ ପତ୍ରିକା ତାରୁଣ୍ୟର ପ୍ରତିଷ୍ଠାତା ସମ୍ପାଦକ ସ୍ୱର୍ଗତ ଭାଗିରଥି ସାହୁଙ୍କର ତୃତୀୟ ବାର୍ଷିକ ସ୍ମୃତିସଭା

15

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୁସାହିତ୍ୟିକ ତଥା ସାହିତ୍ୟ ପତ୍ରିକା ତାରୁଣ୍ୟ ର ପ୍ରତିଷ୍ଠାତା ସମ୍ପାଦକ ସ୍ୱର୍ଗତ ଭାଗିରଥି ସାହୁଙ୍କର ତୃତୀୟ ବାର୍ଷିକ ସ୍ମୃତିସଭା ଭାଗିରଥି ସ୍ମୃତି ସଂସଦ ଆନୁକୂଲ୍ୟ ରେ କୋଠାର କଲେଜ ରୋଡ଼ ସ୍ଥିତ ତାଙ୍କ ବାସଭବନ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ସ୍ମୃତି ସଂସଦ ର ସଭାପତି ବିଶିଷ୍ଟ ନାଟ୍ୟ ନିର୍ଦେଶକ ବାଦଲ ଶିକଦାର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ମୁଖ୍ୟ ଅତିଥିଭାବେ ମାନ୍ୟବର ଉଚ୍ଚ ଶିକ୍ଷା ଓ ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀଙ୍କ ଧାମନଗର ପ୍ରତନିଧି ଅଶୋକ କୁମାର ପୁହାଣ, ମୁଖ୍ୟବକ୍ତା ଭାବେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ର ବରିଷ୍ଠ ଅଧ୍ୟାପକ ଡ଼ ବିଶ୍ୱ ରଞ୍ଜନ ଦାସ, ବରଣ୍ୟ ଅତିଥିଭାବେ ରାମକୃଷ୍ଣମିଶନ କୋଠାର ର ସହ ସମ୍ପାଦକ ଶ୍ରୀମଦ ସ୍ୱାମୀ ବସୁପ୍ରଦା ନନ୍ଦଜୀ ମହାରାଜ, ସମ୍ମାନିତ ଅତିଥି ଭାବେ କାନ୍ତ ସାହିତ୍ୟ ପରିଷଦ ର ସଭାପତି ରସାନନ୍ଦ ମହାପାତ୍ର, ଗବେଷକ ବିଭୁତି ଭୂଷଣ ସେନାପତି, ପଣ୍ଡିତ ଦୟାନିଧି ମିଶ୍ର ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ସାହୁଙ୍କ ର ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ ସଂସଦ ତରଫରୁ ଆୟୋଜିତ ହୋଇଥିବା କବିତା ପାଠଉତ୍ସବ ରେ ତିରିଶ ରୁ ଉର୍ଦ୍ଧ କବି ଯୋଗ ଦେଇ ସ୍ୱରଚିତ କବିତା ପାଠ କରିଥିଲେ, ତାଙ୍କ ସୁପୁତ୍ର ଅଧ୍ୟାପକ ଶ୍ରୀଧର ସାହୁଙ୍କ ସମ୍ପାଦିତ ତାରୁଣ୍ୟ ପତ୍ରିକା ର ପୂଜା ସଂଖ୍ୟା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ଏବଂ ସଂସଦ ତରଫରୁ ସମାଜର ବିଭିନ୍ନ ବର୍ଗ ରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିତ୍ୱ ଓଡିଶା ପ୍ରସିଦ୍ଧ ପାଲା ଗାୟକ ଜଗନ୍ନାଥ ଧଳ, ଶିକ୍ଷାବିତ ନିତ୍ୟାନନ୍ଦ ମଲ୍ଲିକ, ମିଛ କବିତା ର ସମ୍ପାଦକ ତଥା ସାମ୍ବାଦିକ ଦିପ୍ତୀ ରଞ୍ଜନ ନାୟକ, ସମାଜ ସେବିକା ତଥା ପୂର୍ବତନ ସରପଂଚ ଜୟନ୍ତୀ ନାୟକ ଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ସଭା କୁ ସଂଯୋଜନା କରିଥିଲେ ଅଧ୍ୟାପକ ରବୀନ୍ଦ୍ର ପାଣିଗ୍ରାହୀ ଏବଂ କବିତା ପାଠ ଉତ୍ସବ କୁ ସଂଯୋଜନା କରିଥିଲେ ଅଧ୍ୟାପକ ଶୀଧେଶ୍ୱର ସାହୁ ଓ ସୁବାସ ଚନ୍ଦ୍ର ନାୟକ । କଣ୍ଠଶିଳ୍ପୀ ବିଶ୍ୱଜିତ, ସୁନିତା ସୁଲଳିତ ସଂଗୀତ ଗାନ କରିଥିବା ବେଳେ ସଂସଦ ର କାର୍ଯ୍ୟକାରୀ ସଭାପତି ମାଖନ ଲାଲ ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ କୁ ସଂସଦ ର ସମ୍ପାଦକ ଅଧ୍ୟାପକ ପ୍ରଭାତ ଧଳ, ଉପ ସଭାପତି ସତ୍ୟ ସୁନ୍ଦର ପାଢ଼ୀ ସଦସ୍ୟ ବିଷ୍ଣୁ ଚରଣ ମହାନ୍ତି, ବିଦ୍ୟାଧର ରାଉତ, ଜିତେନ୍ଦ୍ର ବସନ୍ତିଆ, ବିଶ୍ୱଜିତ ବସନ୍ତିଆ, ଧର୍ମେନ୍ଦ୍ର ବେହେରା, ରତିକାନ୍ତ ନାୟକ, ସନ୍ତୋଷ ଦାସ, ଅଜିତ ରାୟ, ଚନ୍ଦନ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.