Home ଜିଲ୍ଲା ପରିକ୍ରମା ସାହିତ୍ୟ,ସଂସ୍କୃତି,କଳା ଓ ନାଟକ ଗୋଟିଏ ଜାତିର ପରିଚୟ, ଦ୍ୱାଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର...

ସାହିତ୍ୟ,ସଂସ୍କୃତି,କଳା ଓ ନାଟକ ଗୋଟିଏ ଜାତିର ପରିଚୟ, ଦ୍ୱାଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ଅଷ୍ଟମ ସନ୍ଧ୍ୟା

32

ଭଦ୍ରକ, ୩୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାହିତ୍ୟ, ସଂସ୍କୃତି, ଭାଷା , ନୃତ୍ୟ, ସଂଗୀତ,କଳା ଓ ନାଟକ ଗୋଟିଏ ଭୂଖଣ୍ଡ ତଥା ଗୋଟିଏ ଜାତିର ପରିଚୟ। ମହୋତ୍ସବ ଏହିସବୁର କଥା ବଖାଣିବା ସହ ଜାତିର ସଂସ୍କୃତି ,କିମ୍ବଦନ୍ତୀ ତଥା ଐତିହ୍ୟକୁ ଉଜାଗର କରିଥାଏ ଏବଂ ନୂତନ ପ୍ରତିଭାଧରଙ୍କୁ ପ୍ରତିଷ୍ଠିତ କରେ ବୋଲି ଅବନ୍ତିକା ଆବାସିକ ମହାବିଦ୍ୟାଳୟ, ଚରମ୍ପା ପ୍ରାୟୋଜିତ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଟ୍ରଷ୍ଟ ଆନୁକୁଲ୍ୟରେ ଭଦ୍ରକ ସହର ମନମୋହନ ସଂଗୀତ ପରିଷଦ ପଡ଼ିଆଠାରେ ଦ୍ୱାଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ଅଷ୍ଟମ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ମହୋତ୍ସବର ଅଷ୍ଟମ ସଂନ୍ଧ୍ୟାରେ ” ଆମ ସାହିତ୍ୟରେ ଶ୍ରୀଜଗନ୍ନାଥ” ଶୀର୍ଷକରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ମହୋତ୍ସବର ଉପସଭାପତି, ସଂଗଠକ ଓ ସାହିତ୍ୟିକ ତଥା ଉପଡାକପାଳ ଦୟାନିଧି ବେହେରା ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି, ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ, ଭଦ୍ରକ ପୌରାଧ୍ୟକ୍ଷା ଗୁଲମାଖି ଦଲୱାଜି ହବିବ୍ , ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିଲେ। ପ୍ରଧାନ ଶିକ୍ଷକ ଅନିଲ କୁମାର ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲା ବେଳେ କବୟିତ୍ରୀ ବିଜୟ ଲକ୍ଷ୍ମୀ ପଣ୍ଡା , ଚିତ୍ରଶିଳ୍ପୀ ତଥା କଳାକାର ପ୍ରଭାତ କୁମାର ଜେନା ଓ ଦୀପିକା ମହାପାତ୍ର ବରେଣ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସଂଗଠିକା ଗୀତାଞ୍ଜଳି ଅଗସ୍ତି ଅତିଥିମାନଙ୍କୁ ଅତିଥିମାନଙ୍କୁ ମଂଚ ନିମନ୍ତ୍ରଣ କରିଥିବା ବେଳେ ମହୋତ୍ସବର ସଭାପତି ଇଂ.ଅଭୟ ସୂତାର ଆସରର ସଂଯୋଜନା, ସମ୍ପାଦକ ରବିନାରାୟଣ ଖିଲାର ଅତିଥି ପରିଚୟ ଓ ଅଧ୍ୟାପକ ନୀହାର ରଞ୍ଜନ କର ସ୍ୱାଗତ ଭାଷଣ ପ୍ରଦାନ ଓ ମହୋତ୍ସବର ଉପଦେଷ୍ଟା ବର୍ଷୀୟାନ୍ ସାହିତ୍ୟିକ ଦୟାନିଧି ବେହୁରା ଧନ୍ୟବାଦ ଅର୍ପଣ କରିଥିଲେ। ବାସନ୍ତୀ ମିଶ୍ର ବେଦ ପାଠ, ପ୍ରଧାନ ଶିକ୍ଷୟିତ୍ରୀ ଜାନକୀ ପାଢ଼ୀ,ଅଞ୍ଜୁବାଳା ରାଉତ,ଶିକ୍ଷୟିତ୍ରୀ ମନୋରମା ରାୟ ଓ ସଂଯୁକ୍ତା ବଳ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ ,ସହ ସମ୍ପାଦିକା ଦମୟନ୍ତୀ ରାଉତ, ଶିକ୍ଷୟିତ୍ରୀ ସରୋଜିନୀ ନାୟକ ମଂଚ ଓ ଉତ୍ସବ ପରିଚାଳନା କରିଥିଲେ। ଅଧିବେଶନ ପୂର୍ବରୁ ଭଦ୍ରକ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଓ ବିଦ୍ୟାଳୟଙ୍କୁ ନେଇ କୁଇଜ୍ ପ୍ରତିଯୋଗିତା ଆୟୋଜନ ହୋଇଥିଲା ଏବଂ ଡା.ଅନିଲ କୁମାର ଦାଶ, ପ୍ରଧାନ ଶିକ୍ଷୟିତ୍ରୀ ଜାନକୀ ପାଢ଼ୀ ,ଶିକ୍ଷୟିତ୍ରୀ ମନୋରମା ରାୟ, କବୟିତ୍ରୀ ସଂଯୁକ୍ତା ବଳ ଓ ଦମୟନ୍ତୀ ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.