Home ଜିଲ୍ଲା ପରିକ୍ରମା ସାହାପୁର ଲଷ୍ମୀ ନାରାୟଣ ଆଂଚଳିକ ସାଧନକେନ୍ଦ୍ର ସ୍ତରୀୟ ” ସୁରଭି ‘ ଓ ଅବସର କାଳୀନ...

ସାହାପୁର ଲଷ୍ମୀ ନାରାୟଣ ଆଂଚଳିକ ସାଧନକେନ୍ଦ୍ର ସ୍ତରୀୟ ” ସୁରଭି ‘ ଓ ଅବସର କାଳୀନ ସମ୍ବର୍ଦ୍ଧନା ସଭା

5

ଭଦ୍ରକ, ୨୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସାହାପୁର ଲଷ୍ମୀ ନାରାୟଣ ଆଂଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ ଲଷ୍ମୀ ନାରାୟଣ ନୋଡାଲ ଉଚ୍ଚ ପ୍ରାଥମିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ସାଧନକେନ୍ଦ୍ର ସଂଯୋଜକ ଧୀରେନ କୁମାର ସାହୁ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।ଏହି ଅବସରରେ ଜାଫରାବାଦ ଉଚ୍ଚ ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକ ଦେବାଶିଷ ନାୟକଙ୍କ ପୌରହିତ୍ୟରେ ଏକ ସଭାଅନୁଷ୍ଠିତ ହୋଇଥିଲା ।ଏଥିରେ ମୁଖ୍ୟ ଅତିଥିଭାବେ ଲଷ୍ମୀ ନାରାୟଣ କୃଷକ ସହଯୋଗ ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ବାରିକ,ମୁଖ୍ୟବକ୍ତା ଭାବେ ଲଷ୍ମୀ ନାରାୟଣ କୃଷକ ସହଯୋଗ ହାଇସ୍କୁଲ୍ରର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ମହାକୁଡ଼,ସମ୍ନାନିତ ଅତିଥିଭାବେ ଭେଡା ଝିଙ୍କିରିଆ ଉଚ୍ଚ ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକ ବୈକୁଣ୍ଠନାଥ ପାଣିଗ୍ରାହୀ ଯୋଗଦେଇ ସୁରଭି ପିଲାମାନଙ୍କ ମନରେ ପ୍ରତିଯୋଗିତା ମନୋଭାବ ସୃଷ୍ଟିକରେ ବୋଲି କହିଥିଲେ । ଲଷ୍ମୀ ନାରାୟଣ ନୋଡ଼ାଲ ଉଚ୍ଚ ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକ ବିଦ୍ୟାଧର ମହାନ୍ତି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।ସାଧନକେନ୍ଦ୍ର ଅଧିନତେ ଥିବା ବିଭିନ୍ନ ସ୍କୁଲରୁ ୧୨୦ଜଣ ପିଲା ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୪୮ଜଣ ପିଲାଙ୍କୁ ପୁରସ୍କୃତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ଅବସରରେ ହରିପୁର ଉଚ୍ଚ ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକ ଅଶୋକ କୁମାର ନାୟକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା ।ଅତିଥିମାନେ ତାଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନକରି ସମ୍ବର୍ଦ୍ଧିତ କରିଥିଲେ ।ଭେଡା ଝିଙ୍କିରିଆ ଉଚ୍ଚ ପ୍ରାଥମିକ ସ୍କୁଲର ସହକାରୀ ଶିକ୍ଷକ ସୁଶାନ୍ତ କୁମାର ସାହୁ ମାନପତ୍ର ପାଠ କରିଥିଲେ ।ଶେଷରେ ନାଳତେଇ ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକ ଶରତ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସାଧନକେନ୍ଦ୍ର ଅଧୀନରେଥିବା ସମସ୍ତ ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀ ବିଚାରକ ଦାଇତ୍ୱ ତୁଲାଇବା ସହିତ କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.